ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ସାମିଲ ହୋଇଥିବା ଜଣାପଡିଛି। ରବିବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ତିନି ଜଣ ବିଜେଡିର ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ସେହିପରି ଭାଜପା ଛାଡ଼ି ଶଙ୍ଖ ଧରିଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ତେଲକୋଇର କୈଳାସ ନାଏକ ଓ ପାଟଣାର ଭବାନୀ ନାଏକ ମଧ୍ୟ ଭାଜପା ଦଳରେ ମିଶିଥିବାବେଳେ ଚମ୍ପୁଆର ପୂର୍ବତନ ବିଜେଡି ସରପଞ୍ଚ ଲକ୍ଷ୍ମଣ ସେଠୀ ମଧ୍ୟ ଆଜି ବିଧିବଦ୍ଧ ଭାବେ ଫୁଲ ଧରିଛନ୍ତି। ଏହି ମିଶ୍ରଣ ପରେ କେନ୍ଦୁଝର ରାଜନୀତି ସରଗରମ ହୋଇଉଠିଥିବା ବେଳେ ସେମାନଙ୍କ ମିଶ୍ରଣ ଭାଜପା ଦଳର କେତେକ ନେତାଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ବିଜେଡିକୁ ଶକ୍ତ ଧକ୍କା ହୋଇଛି। ଏହି ମିଶ୍ରଣ ପର୍ବରେ ଜିଲାର ଭାଜପା ସଭାପତି ଶୁକଦେବ ମହାନ୍ତ, ପୌରାଧ୍ୟକ୍ଷା ନିକୁ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share
Tags: odisha