ଅକ୍ଟୋବର ୨୭ରୁ ଆଇଏମ୍‌ସିର ୭ମ ସଂସ୍କରଣ

ଭୁବନେଶ୍ୱର,୧୪।୭ (ଅଭୟ ଦାଶ):ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ସେଲ୍ୟୁଲାର୍‌ ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଓଏଆଇ) ଓ ଟେଲି ଯୋଗାଯୋଗ ବିଭାଗ (ଡିଓଟି)ର ମିଳିତ ସହଯୋଗ ଏବଂ ଏସିଆର ପ୍ରିମିୟର ଡିଜିଟାଲ ଟେକ୍ନୋଲୋଜି ପ୍ରଦର୍ଶନୀ ‘ଆଇଏମ୍‌ସି-୨୩’ରେ ଗ୍ଲୋବାଲ ଡିଜିଟାଲ ଇନୋଭେଶନ ଶୀର୍ଷକ ବିଷୟବସ୍ତୁ ସହିତ ଆୟୋଜିତ ହେଉଛି। ଏପରିକି ଟେକ୍ନୋଲୋଜି ଇକୋସିଷ୍ଟମରେ ଶିଳ୍ପ, ସରକାର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ମୁଖ୍ୟ ହିତାଧିକାରୀଙ୍କ ପାଇଁ ଏହା ଏକ ଉପଯୁକ୍ତ ବୈଠକ ସ୍ଥଳୀ ଓ ପ୍ରଦର୍ଶନୀ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ, ୫୦୦୦ରୁ ଅଧିକ ସିଏକ୍ସଓ-ସ୍ତରର ପ୍ରତିନିଧି, ୩୫୦ରୁ ଅଧିକ ବକ୍ତା ଓ ୪୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସିଓଏଆଇର ଅଧ୍ୟକ୍ଷ ପି.କେ ମିତ୍ତଲ କହିଛନ୍ତି, ଏସିଆର ଏହି ସର୍ବବୃହତ୍‌ ଟେଲିକମ୍‌ ଇଭେଣ୍ଟ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟେକ୍‌ ଶିଳ୍ପ ପାଇଁ ଏକ ବଡ ସଫଳତା ହେବ। ବିଶେଷ କରି ଆଇଏମ୍‌ସି-୨୦୨୩ ରେ ବିଭିନ୍ନ ବି୨ଜି ଓ ବି୨ବି ଫୋରମ୍‌ ଓ ଇଣ୍ଡଷ୍ଟ୍ରି ରାଉଣ୍ଡ ଟେବୁଲ, ବୃହତ୍‌ ବିଶ୍ୱବିଦ୍ୟାଳୟ ଓ ଛାତ୍ରୀଛାତ୍ର ସମାରୋହ ଓ ଗ୍ଲୋବାଲ ବାୟର ଫୋରମ୍‌ଗୁଡିକର ଶୁଭାରମ୍ଭ କରିବାକୁ ଯୋଜନା ରଖିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଇଏମ୍‌ସି ଦେଶରେ ଏକ ପ୍ରମୁଖ ଟେକ୍ନୋଲୋଜି ଇଭେଣ୍ଟ ଭାବେ ଉଭା ହୋଇଛି। ସେହିଭଳି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେଭୁସିନ୍‌ ଚୌହାନ କହିଛନ୍ତି, ଭାରତରେ ଟେଲିକମ୍‌ ଶିଳ୍ପ ବିଗତ କିଛି ବର୍ଷ ମଧ୍ୟରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି ଏବଂ ଆଇଏମ୍‌ସି ମଧ୍ୟ ବିଶ୍ୱ ଓ ଏସିଆର ଏକ ପ୍ରିମିୟର ଟେକ୍ନୋଲୋଜି ଇଭେଣ୍ଟ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ସେହିପରି ଡିଓଟିର ଅତିରିକ୍ତ ସଚିବ ଭି.ଏଲ୍‌ କାନ୍ଥା ରାଓ କହିଛନ୍ତି, ଆଇଏମ୍‌ସି ହେଉଛି ଶିଳ୍ପ ଓ ସରକାରଙ୍କ ପାଇଁ ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଚଳିତ ବର୍ଷ ଆମେ ଅଧିକ ଅନ୍ତର୍ଜାତୀୟ ଅଂଶଗ୍ରହଣର ଆଶା ରଖିଛୁ ଏବଂ ଅନ୍ୟ ସମ୍ବନ୍ଧିତ ଶିଳ୍ପଗୁଡିକୁ ମଧ୍ୟ ସମ୍ପୃକ୍ତ କରିବାକୁ ଚେଷ୍ଟା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri