ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ନୂଆଦିଲ୍ଲୀସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଭର୍ଚୁଆଲ୍‌ରେ ଯୋଗଦେଇ କହିଲେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ଭାରତକୁ ଖାଦ୍ୟଶସ୍ୟ, ମାଛ, ଉଦ୍ୟାନ କୃଷି ଫସଲ ଏବଂ ଦୁଗ୍ଧ ଉପତ୍ାଦନକୁ ଅନେକ ଗୁଣା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଅନୁଷ୍ଠାନର ପଦକ୍ଷେପ ମଧ୍ୟ ପ୍ରାକୃତିକ ସମ୍ପଦ ପରିଚାଳନା, ଜଳବାୟୁ ସ୍ଥିରତା ଏବଂ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଆଣିଛି। ଏହି ଅବସରରେ ଡ. ପାଠକ ଦ୍ୱିତୀୟ ଡ. କେ. ରାମାୟା ଫାଉଣ୍ଡେସନ୍‌ ଦିବସର ବ୍ୟାଖ୍ୟାନ ମଧ୍ୟ ପ୍ରଦାନ କରିଥିଲେ।
ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଶିକ୍ଷା ବିଭାଗର ଉପମହାନିର୍ଦ୍ଦେଶକ ଡ. ଆର୍‌. ସି. ଅଗ୍ରୱାଲ କହିଲେ, ସମଗ୍ର ଦେଶରେ ଉଦ୍ୟାନ କୃଷି, ମତ୍ସ୍ୟପାଳନ ଏବଂ ପ୍ରାଣୀ ବିଜ୍ଞାନ ସହିତ କୃଷି କ୍ଷେତ୍ରରେ ଅନୁସନ୍ଧାନ ଏବଂ ଶିକ୍ଷାର ସମନ୍ବୟ, ମାର୍ଗଦର୍ଶନ, ପରିଚାଳନା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ହେଉଛି ସର୍ବୋଚ୍ଚ ସଂସ୍ଥା। ଏହା କୃଷି ଶିକ୍ଷାରେ ଉକତ୍ର୍ଷତା ବୃଦ୍ଧି କରିବାରେ ଦୀର୍ଘ ଦିନ ଧରି ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି। ଭାରତରେ କୃଷି ଶିକ୍ଷା ଏବଂ ଅନୁସନ୍ଧାନକୁ ଅଗ୍ରଗତି କରିବାରେ ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହାୟକ ମହାନିର୍ଦ୍ଦେଶକ ଡ. ଏସ୍‌. କେ. ପ୍ରଧାନ କହିଲେ, ଗୋଟିଏ ବର୍ଷରେ ୧୯ଟି ଧାନ କିସମର ବିକାଶ କରିବା ପାଇଁ ଏନ୍‌ଆର୍‌ଆର୍‌ଆଇର ପ୍ରୟାସ ପ୍ରଶଂସନୀୟ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଜନସଂଖ୍ୟାର ବୃଦ୍ଧି ପରିପେକ୍ଷୀରେ ଖାଦ୍ୟ ସୁରକ୍ଷା ଏବଂ କୃଷି ସ୍ଥିରତା ହାସଲ କରିବା ବର୍ତ୍ତମାନର ଆହ୍ବାନ।

ଓୟୁଏଟିର କୁଳପତି ଡ. ପି. କେ. ରାଉଳ କହିଲେ, କୃଷି ସମସ୍ୟାର ସମାଧାନ, ଫସଲ ଉପତ୍ାଦନ ବୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟାଧୁନିକ ଗବେଷଣା ଚାଲୁରହିଛି। ଏହି ଅନୁଷ୍ଠାନ କୃଷକ ସମ୍ପ୍ରଦାୟ ମଧ୍ୟରେ ଏକ ଦୃଢ଼ ସମ୍ବନ୍ଧ ସ୍ଥାପନ କରିଚାଲିଛି ଯାହା କୃଷକମାନଙ୍କୁ ଉତ୍ପାଦନ ବୃଦ୍ଧି ତଥା ଅତିରିକ୍ତ ଆୟ ସୃଷ୍ଟି କରିବାରେ ସକ୍ଷମ କରୁଛି।

ଏଥିସହ କୋଲକାତାସ୍ଥିତ ଅଟାରୀର ନିର୍ଦ୍ଦେଶକ ଡ. ପି. ଦେ, କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାର ନିର୍ଦ୍ଦେଶକ ଡ. ପି. କେ.ସାହୁ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନର ନିର୍ଦ୍ଦେଶକ ଡ. ଏ. ଷଡ଼ଙ୍ଗୀ, ଏଗ୍ରିଇନ୍ନୋଭେଟ ଇଣ୍ଡିଆ ଲିମିଟେଡ୍‌ର ସିଇଓ ଡ. ପି. ମଲ୍ଲିକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ୨୦ଟି ପୁସ୍ତକକୁ ଉନ୍ମୋଚିତ ହୋଇଥିଲା। ଏଥିସହ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀ, ଅନୁଷ୍ଠାନର ୧୦ଜଣ ଶ୍ରେଷ୍ଠ କର୍ମୀ ଏବଂ ଦ୍ୱାଦଶ ଶ୍ରେଣୀର ଜଣେ ମେଧାବୀ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଡ. ରାହୁଲ ତ୍ରିପାଠୀ ଏବଂ ଡ. ଗୁରୁ ପ୍ରସନ୍ନ ପାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri