ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ଅର୍ଥମନ୍ତ୍ରଣାଳୟର ଅର୍ଥ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସମ୍ପର୍କରେ ରବିବାର ଅର୍ଥନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। କରୋନା ଅନୁଦାନ ଜିଲା, ବ୍ଲକ୍‌ ତଥା ଗ୍ରାମପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେବ। ଏହା ୨୦୨୧-୨୨ ବର୍ଷର ଅନ୍‌ଟାଇଡ୍‌ ଗ୍ରାଣ୍ଟ୍‌ର ପ୍ରଥମ କିସ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୫ତମ ଅର୍ଥ କମିଶନଙ୍କ ଅନୁସାରେ ଏହି ଅନୁଦାନ ଜୁନ୍‌ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାନ୍ତା। ତେବେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଶୀଘ୍ର ଅନୁଦାନ ଯୋଗାଇ ଦେବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୧।୫: ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ୧୦ ଟଙ୍କିଆ ନୋଟ। ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ୧୦ଟଙ୍କିଆ ନୋଟ ଜାରି କରାଯିବ...

ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା।...

ଆଜି ରାଜ୍ୟରୁ ୧୦ ପଜିଟିଭ୍‌ ଚିହ୍ନଟ: ୧୨,୮୮,୩୪୯ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା...

ଗୁପ୍‌କାର ମେଣ୍ଟ ଆଗରେ

ଶ୍ରୀନଗର, ୨୩।୧୨ : ଜମ୍ମୁ-କଶ୍ମୀର ଜିଲା ଉନ୍ନୟନ ପରିଷଦ (ଡିଡିସି) ନିର୍ବାଚନର ଭୋଟ ଗଣନା ମଙ୍ଗଳବାର ଜାରି ରହିଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ...

ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ,୧୩।୫: କରୋନା ଭାଇରସ୍‌ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର...

ଚାଷୀ ବେଶରେ ପଲାନୀସ୍ବାମୀ: ସୋସିଆଲ୍‌ ମିଡ଼ିଆରେ ଶେୟାର କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଚେନ୍ନାଇ, ୨୦।୧: ଏବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ...

CORONAVIRUS UPDATE: ୩୦ ଜିଲାରୁ ୨୭୫୨ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧କୁ ବୃଦ୍ଧି...

Advertisement
Archives

Model This Week