ଖସୁଛି କରୋନା ଗ୍ରାଫ୍‌, ଆଜି ୭୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୦୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ବି ଅଛନ୍ତି।

ଆଜି ଗଞ୍ଜାମରୁ ସର୍ବାଧିକ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୧୦ ଏବଂ ସୁନ୍ଦରଗଡ଼ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩, ବାଲେଶ୍ୱର ୫, ଭଦ୍ରକ ୧, ବଲାଙ୍ଗୀର ୬, ବୌଦ୍ଧ ୧, କଟକ ୨, ଜଗତସିଂହପୁର ୨, ଯାଜପୁର ୬, କଳାହାଣ୍ଡି ୧, ଖୋର୍ଦ୍ଧା ୩, କୋରାପୁଟ ୩, ମୟୂରଭଞ୍ଜରୁ ୧ ଏବଂ ସମ୍ବଲପୁର ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୦୩୬ରେ ପହଞ୍ଚିଥିବା ବେଳେ ୧୨,୭୭,୧୫୩ ଜଣ ସୁସ୍ଥ ହୋଇଛନ୍ତି। ୭୧୪ ଜଣ ଚିକିିତ୍ସିତ ହେଉଛନ୍ତି।