ପାଟଣାରେ ୭୭ତମ ସାଧାରଣତନ୍ତ୍ର ଦିବସ: ତ୍ରିରଙ୍ଗା ଉତ୍ତୋଳନ କରି ବିଧାୟକ କହିଲେ ସ୍ବାଧୀନତା ସଂଗ୍ରାମୀଙ୍କୁ…

ପାଟଣା,୨୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର ପାଟଣା ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ୩୨ଟି ପରେଡ୍‌ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ବିଧାୟକ କହିଥିଲେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଯେଉଁ ସଂଗ୍ରାମୀମାନେ ଦେଶ ମାତୃକା ପାଇଁ ବଳିଦାନ ଦେଇଛନ୍ତି ଆଜିର ଦିନରେ ସେମାନଙ୍କୁ ମନେ ପକାଇବାର ଦିନ।
ଏଥିରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବଡ଼ ପାଟଣା ସରପଞ୍ଚ ବିନତୀ ବାନାରା, ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ସାମାଜିକ କର୍ମୀ ଅଜୟ କୁମାର ଦାଶ ପ୍ରମୁଖ ସାମିଲ ଥିଲେ।
ଏହି ଅବସର ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଶୋର ଚନ୍ଦ୍ର ମହାନ୍ତ, ବିଜୟରତ୍ନ ପତି ଓ ଭୂବିଜ୍ଞାନ କ୍ଷେତ୍ରରେ ୨୦୨୫ରେ ରାଷ୍ଟ୍ରପତିଙ୍କଠାରୁ ସମ୍ବର୍ଦ୍ଧିତ ହୋଇଥିବା ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀଙ୍କ ପାଇଁ ତାଙ୍କ ବାପା ମଦନ ମୋହନ ଦ୍ବିବେଦୀଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଫଳ ପରେଡ୍‌ ଗ୍ରୁପ ଓ ତର୍କ ଜାତୀତାବାଦୀ ସଙ୍ଗୀତ, ରଚନାରେ ବ୍ଲକସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମକୁ ଭାଷ୍ୟକାର ପାର୍ଥ ସାରଥୀ ବେଜ ଓ ଶିକ୍ଷକ ନେତା କମଳାକାନ୍ତ ପତି ସଂଯୋଜନା କରିଥିଲେ। କ୍ୟାପଟେନ୍‌ ଧର୍ମେନ୍ଦ୍ର କୁମାର ସାହୁ ଓ ରେଫରୀ ପ୍ରମୋଦ କୁମାର ଭଞ୍ଜ ପରେଡ୍‌ ପରିଚାଳନା କରିଥିଲେ। ଶିକ୍ଷକ ଜ୍ୟୋତିର୍ମୟ ତ୍ରିପାଠୀ, ପ୍ରମୋଦ କୁମାର ମହାନ୍ତ, ସନ୍ତୋଷ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପାଟଣା ବ୍ଲକରେ ଚେୟାର ମ୍ୟାନ ବୀଣାପାଣି ନାୟକ, ତହସିଲରେ ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ପାଟଣା ଥାନାରେ ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ତୁରୁମୁଙ୍ଗା ଥାନାରେ ଏସ୍‌ ଆଇ ସୁରେଶ କୁମାର ସାହୁ, ପାଟଣା ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ବନ ବିହାରୀ ସର୍ଦ୍ଦାର, ଅଗ୍ନିଶମ କାର୍ଯ୍ୟାଳୟରେ ଗୌର ମୋହନ ହେମ୍ବ୍ରମ, ପାଟଣା କଲେଜରେ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ସାମ ମୁକ୍ତତିଥରେ ସଭାପତି ଭାଗିରଥି ଦାଶ, ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଧାୟକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାୟତନ, କ୍ଲବ, ବ୍ୟବସାୟୀ ପ୍ରତିଷ୍ଠାନ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ମୃତଦେହ ରଖି ରାସ୍ତାରୋକୋ: ଆନ୍ଦୋଳନକାରୀଙ୍କୁ ବିଧାୟକ, ଭାଜପା କାର୍ଯ୍ୟକର୍ତ୍ତା ଭେଟି…

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆଁ ବଜାରରେ ରବିବାର ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ…

ବଲାଙ୍ଗୀରରେ ସାଧାରଣତନ୍ତ୍ର ସମାରୋହ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଜିଲାପାଳ କହିଲେ…

ବଲାଙ୍ଗୀର,୨୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗାନ୍ଧୀନଗର ପଡ଼ାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଭବନ ସମ୍ମୁଖ…

ଥାନାଠାରୁ ୫୦ ମିଟର ଦୂରରେ ୯ ଦୋକାନରୁ ଚୋରି

ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରମୁଖ ଟୁର୍ନାମେଣ୍ଟ ପୂର୍ବରୁ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ…

୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୨୬।୧: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ। ଏହି ପଦକ ରାଜ୍ୟପାଳ ପ୍ରଦାନ କରିଛନ୍ତି। ବର୍ଗ-୧ରେ IPS ନୀତି ଶେଖର, ସତ୍ୟଜିତ ନାୟକଙ୍କୁ…

ଗଣତନ୍ତ୍ର ଦିବସରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଚାରପତି:

ପୁରୁଷୋତ୍ତମପୁର,୨୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସିଭିଲକୋର୍ଟ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ଲାଗି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ତାଲୁକ୍‌…

ବିଶ୍ୱ ଦେଖିଲା ଭାରତର ଶକ୍ତି: ସୁଖୋଇର ଗର୍ଜନ ଶୁଣି ଶତ୍ରୁଙ୍କ ବୋହିଲା ଝାଳ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସରେ ସାରା ବିଶ୍ୱ ଦିଲ୍ଲୀରେ କର୍ତ୍ତବ୍ୟ ପଥରେ ନୂତନ ଭାରତର ଶକ୍ତି ଦେଖିଲା। ଭାରତୀୟ ସେନାର ବୀରତ୍ୱ, ରାଫାଲ ଏବଂ ସୁଖୋଇର ଗର୍ଜନ ଶତ୍ରୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri