୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ’ ପାଳିତ ହୋଇଯାଇଛି। ଏପରିକି ଏହାର ଫାଉଣ୍ଡେଶନ୍‌ ଡେ ସହିତ ସିଏ ବୃତ୍ତିର ନିର୍ଭୀତା,ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସେହିଭଳି ଏହାର ୭୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହିତାଧିକାରୀମାନଙ୍କୁ ମୂଲ୍ୟଯୁକ୍ତ ସେବା ଯୋଗାଇବାରେ ଆକାଉଣ୍ଟାସି ଫଙ୍କସନ୍‌ ଏକ ରଣନୀତିକ ଭୂମିକା ଗ୍ରହଣ କରିବା ସହ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥାଏ। ଏପରିକି ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ସ୍ଥାପିତ ବୃତ୍ତିର ପରମ୍ପରାର ଏକ ଅଂଶ ଭାବେ ଆମେ ସିଏ ଦିବସ ପାଳନ କରୁଛୁ। ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀସ୍ଥିତ ଆଇସିଏଆଇ ଭବନ ଠାରେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ ପତାକା ଉତ୍ତୋଳନ କରି ଆଇସିଏଆଇ ଭବନରୁ ଷ୍ଟୁଆର୍ଟ ସ୍କୁଲ୍‌ ପର୍ଯ୍ୟନ୍ତ ଏକ ୱାକାଥନ ଅନୁଷ୍ଠିତ ହୋଇଥିଲାବେଳେ ବୃକ୍ଷରୋପଣ ଏବଂ ସ୍ବଚ୍ଛତା ଡ୍ରାଇଭ୍‌ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ମାଗଣା ସ୍ବାସ୍ଥ୍ୟପରୀକ୍ଷା, ଚକ୍ଷୁ, ଡେଣ୍ଟାଲ୍‌ ପରୀକ୍ଷା ଓ ଡାଇବେଟିସ୍‌ ସ୍କ୍ରିନିଂ କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଡା. ମୋହନଙ୍କ ଡାୟାବେଟିଜ୍‌ ବିଶେଷତା କେନ୍ଦ୍ର, ସେଣ୍ଟର୍‌ ଫର୍‌ ସାଇଟ୍‌ ଏବଂ ଆମ ଓଡ଼ିଶା ସହିତ ମିଳିତ ଭାବେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଦିନକୁ ସ୍ମରଣ କରିବା ପାଇଁ ସଦସ୍ୟ ଓ ଛାତ୍ରମାନଙ୍କ ପାଇଁ ଓର୍କ-ଲାଇଫ୍‌ ବାଲାନ୍ସ ବିଷୟରେ ଏକ ଦିନିକିଆ କର୍ମଶାଳର ମଧ୍ୟ ଆୟୋଜନ କରାଯାଇଥିଲ। ଏହି ଅବସରରେ ଓଡିଶାର ଆଡିଶନାଲ୍‌ ପୋଲିସ ଡି.ଜି ସିଏ ରାଧା କିଶନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ, ଶାଖାର ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ତଥା ଶାଖା ଉପାଧ୍ୟକ୍ଷ ସିଏ ମହେନ୍ଦ୍ର ସାହୁ ଏବଂ ସଚିବ ସିଏ ଗୌତମ ଲେଙ୍କା ଅଂଶ ଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମକୁ ସିଏ ଶାଶ୍ୱତ ତ୍ରିପାଠୀ, କୋଷାଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ,ପୂର୍ବତନ ଅଧ୍ୟକ୍ଷ ସିଏ ରଞ୍ଜନ କୁମାର ପୃଷ୍ଟି, ପୂର୍ବତନ ଅଧ୍ୟକ୍ଷ ସିଏ ଗଗନ ବିହାରୀ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ଆଣିଲା ଖୁସି ଖବର, ମାତ୍ର ଏତିକି ରିଚାର୍ଜରେ ୯୮ ଦିନ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୨୦ା୭: ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ...

ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟର ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର୨୦।୭(ଅନୁରାଧା ମହାରଣା): ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଥିବା ପର୍ବ ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା...

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୦।୭ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ...

ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ ଏକ୍ସପେରିଏନ୍ସ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋ ବ୍ରାଣ୍ଡ୍‌ ତଥା ଟୟୋଟା କିର୍ଲୋସ୍କର ମୋଟର ବା ଟୟୋଟାର ସ୍ବତନ୍ତ୍ର ଅଭିଯାନ ‘ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ...

ବଜାରରେ ଅନର ୨୦୦ ସିରିଜ୍‌

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଗ୍ଲୋବାଲ ଆଇକୋନିକ୍‌ ଟେକ୍ନୋଲୋଜି କମ୍ପାନୀ ‘ଅନର’ର ବହୁ ପ୍ରତୀକ୍ଷିତ ୨୦୦ ସିରିଜ ( ଅନର...

ଲାକାରାଜୁ ଗରୁଡ଼ଭେଗାର ନୂତନ ସିଇଓ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସ ଜେନ୍‌ ଲଜିଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ଗରୁଡ଼ଭେଗାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ...

ଘରୋଇ ବ୍ୟାଙ୍କରେ କମୁଛି ଜମା, ବଢ଼ୁଛି ଋଣ

ଭୁବନେଶ୍ୱର, ୨୦।୭(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଋଣ ଏବଂ ଜମା ଅଭିବୃଦ୍ଧି ହାରରେ ଥିବା ପାର୍ଥକ୍ୟ ଲଗାତର ଭାବେ ବଢ଼ିବାକୁ ଲାଗିଛି। ଏହାକୁ ନେଇ ଭାରତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri