ନିର୍ବାଚନ ପାଇଁ ଓଡ଼ିଶାରେ ୭୫ କମ୍ପାନୀ ସିଏପିଏଫ୍‌

ଭୁବନେଶ୍ୱର,୧୨।୩(ସତ୍ୟଜିତ୍‌ ରାଉତ):ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ୭୫ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ୍‌ ଫୋର୍ସ (ସିଏପିଏଫ୍‌) ଯୋଗାଇ ଦିଆଯାଇଛି। ଏହି କମ୍ପାନୀଗୁଡ଼ିକର ଓଡ଼ିଶା କୋ-ର୍ଡିନେଟର୍‌ ଦାୟିତ୍ୱରେ ଥିବା ସିଆର୍‌୍‌ପିଏଫ୍‌ ଆଇଜି ଅର୍ଚ୍ଚନା ସିଭାରେ ସୋମବାର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସିଭାରେ କହିଛନ୍ତି, ଓଡ଼ିଶାରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଫଳରେ ନିର୍ବାଚନ ବେଳେ ଶାନ୍ତ ପରିବେଶରେ ଜନସାଧାରଣ ଭୟମୁକ୍ତ ହୋଇ ମତଦାନ କରିପାରିବେ। ଏଥିପାଇଁ ନିର୍ବାଚନ କମିଶନ ଓଡ଼ିଶା ପାଇଁ ୭୫ କମ୍ପାନୀ ସିଏପିଏଫ୍‌ ଦେଇଛନ୍ତି। ଏଥିମଧ୍ୟରେ ୩୫ କମ୍ପାନୀ ବିଏସ୍‌ଏଫ୍‌, ୩୫ କମ୍ପାନୀ ସିଆର୍‌ପିଏଫ୍‌ ଏବଂ ୫ କମ୍ପାନୀ ସିଆଇଏସ୍‌ଏଫ୍‌ ରହିଛନ୍ତି। ଏସବୁ କମ୍ପାନୀକୁ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳକୁ ଦୃଷ୍ଟିରେ ରଖାଯାଇ ନିୟୋଜିତ କରାଯାଇଛି। ଗତ ମାର୍ଚ୍ଚ ୧ ଏବଂ ୭ରେ ଦୁଇଟି ପର୍ଯ୍ୟାୟରେ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଏବଂ ଅଧିକ ସମ୍ବେଦନଶୀଳ ଅଞ୍ଚଳକୁ ଦୃଷ୍ଟିରେ ରଖି ଆମେ ରାଜ୍ୟ ପୋଲିସ ସହ ନିୟମିତ ସମନ୍ବୟ ବୈଠକ କରୁଛୁ। ହିଂସାମୁକ୍ତ ନିର୍ବାଚନ କରିବାକୁ କେନ୍ଦ୍ରୀୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସ ମିଳିତ ଭାବେ କାର୍ଯ୍ୟ କରୁଛି। ଲୋକଙ୍କ ମନରୁ ଭୟ ଦୂର କରିବାକୁ ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ, ମାଓବାଦୀ ବିରୋଧୀ ଅଭିଯାନ ଆଦି ଜାରି ରହିଛି। ସୀମାରେ ମାଓବାଦୀ ଅନୁପ୍ରବେଶ ଆଶଙ୍କାକୁ ଦୃଷ୍ଟିରେ ରଖି ୨୦୨୩ରୁ ସିଆର୍‌ପିଏଫ୍‌ ୪ଟି ନୂଆ କ୍ୟାମ୍ପ୍‌ ସ୍ଥାପନ କରିଛି। ସେଠାରେ ସ୍ବତନ୍ତ୍ର କମାଣ୍ଡୋ ୟୁନିଟ୍‌ (କୋବ୍ରା) ମୁତୟନ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନାକୁ ଉପାନ୍ତ ଅଞ୍ଚଳରେ ପହଞ୍ଚାଇବାକୁ ସିଆର୍‌ପିଏଫ୍‌ ପକ୍ଷରୁ ପ୍ରୟାସ ଜାରି ରଖିଥିବା ସିଭାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri