ସମୁଦ୍ରତଳେ ୭୪ ଦିନ

ତାଲାହାସି, ୧୬ା୫: ଗ୍ରହ, ନକ୍ଷତ୍ର ଓ ତାରକାପୁଞ୍ଜ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଜ୍ୟୋତିର୍ବିଜ୍ଞାନିମାନଙ୍କୁ ଅନେକ ମାସ ମହାକାଶରେ ରହିବାକୁ ପଡ଼େ। ସେହିପରି ସମୁଦ୍ରର ଗଭୀର ଜଳରେ ବାସ କରୁଥିବା ପ୍ରାଣୀଙ୍କ ସମ୍ବନ୍ଧରେ ଜାଣିବାକୁ ହେଲେ ସମୁଦ୍ର ବୁଡ଼ାଳିମାନଙ୍କୁ ମଧ୍ୟ ଅନେକ ଦିନ ଗଭୀର ଜଳରେ ରହିବାକୁ ପଡ଼ିଥାଏ। କିନ୍ତୁ ଏବେ ସମୁଦ୍ରର ଗଭୀର ଜଳରାଶିତଳେ ଦୁଇମାସରୁ ଊର୍ଦ୍ଧ୍ୱ ଦିନ ରହି ଫ୍ଲୋରିଡା ୟୁନିଭର୍ସିଟି ପ୍ରଫେସର ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ୟ୍ୟୁନିକ୍‌ ବାୟୋଲଜି ଷ୍ଟଡି ପାଇଁ ‘ପ୍ରୋଜେକ୍ଟ ନେପ୍‌ଚୁନ୍‌ ୧୦୦’ ପ୍ରୋଜେକ୍ଟ ଜରିଆରେ ପ୍ରଫେସର ଜୋଶେଫ ଡିଟୁରି ସମୁଦ୍ର ମଧ୍ୟକୁ ଓହ୍ଲାଇଛନ୍ତି।
କି ଲାର୍ଗୋରସ୍ଥିତ ଜୁଲ୍ସ ଅଣ୍ଡରସି ଲଜ୍‌ରେ ରହି ଜୋଶେଫ୍‌ ଏହି ଅଭିଯାନ ଚଳାଇଛନ୍ତି। ସୂଚନାନୁସାରେ, ସ୍ଥଳ ଭାଗରୁ ୩୦ ଫୁଟ ଗଭୀର ତଳେ ଏହି ଲଜ୍‌ ଅବସ୍ଥିତ। ସମୁଦ୍ର ତଳେ ୭୪ ଦିନ ରହି ରେକର୍ଡ କରିବା ପରେ ଜୋଶେଫ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି, ଅନୁସନ୍ଧାନ କରିବାର ଦୃଢ଼ ଇଚ୍ଛା ତାଙ୍କୁ ଏଠାକୁ ନେଇ ଆସିଛି। କେବଳ ଆଗାମୀ ପିଢ଼ିଙ୍କ ପାଇଁ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ଅଣ୍ଡରସି ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଅଭିଯାନ ଶେଷ ହେବା ଲାଗି ଆଉ ୨୩ ଦିନ ବାକି ଅଛି। ମାର୍ଚ୍ଚ ୧ରେ ଜୋଶେଫ ସମୁଦ୍ର ମଧ୍ୟକୁ ଯାଇଥିବାବେଳେ ଜୁନ୍‌ ୯ରେ ଏହି ଅଭିଯାନ ଶେଷ ହେବ। ଜାଶେଫଙ୍କ ପୂର୍ବରୁ ଅନ୍ୟ ଦୁଇଜଣ ପ୍ରଫେସର ସମୁଦ୍ର ଜଳରେ ୭୩ ଦିନ ରହି ବିଶ୍ୱ ରେକର୍ଡ କରିଥିଲେ। ଅନ୍ୟପକ୍ଷେ ଜୋଶେଫଙ୍କ ଉପରେ ଏକ ଡାକ୍ତରି ଟିମ୍‌ ନଜର ରଖିଛି। ପ୍ରତ୍ୟେକ ଦିନ ସେ ରକ୍ତ ଓ ପରିସ୍ରା ନମୁନା ଉକ୍ତ ଟିମ୍‌କୁ ପଠାଉଛନ୍ତି। ସାଧାରଣ ବ୍ୟକ୍ତି ପାଣି ଭିତରେ ଏତେଦିନ ରହୁ ନ ଥିବାବେଳେ ଶରୀରିକ ଯାଞ୍ଚର ଆବଶ୍ୟକତା ଥିବା ଜୋଶେଫ କହିଛନ୍ତି। ଗଭୀର ସମୁଦ୍ରତଳେ ରହିବା ତାଙ୍କୁ ପସନ୍ଦ ଏବଂ ଏହା ତାଙ୍କୁ ଭଲ ଅନୁଭୂତି ଦେଇଥିବାବେଳେ ସେଠାରେ ରହି ଜୋଶେଫ୍‌ ସକଳ ଶକ୍ତିର ଆଧାର ସୂର୍ଯ୍ୟକୁ ଦେଖିପାରୁ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri