ନାଳିରେ ୭୩ ମଇଁଷିଙ୍କ ମୃତ୍ୟୁ, କୁମ୍ଭୀର ଆକ୍ରମଣ ନା ଆଉ କିଛି ବଢୁଛି ଚର୍ଚ୍ଚା

ଆଳି/ରାଜନଗର,୧୮ା୮(ବନମାଳୀ ସେନାପତି/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିଛି। କୁମ୍ଭୀର ଆକ୍ରମଣ ନା ଚିଙ୍ଗୁଡ଼ିଘେରିର ରାସାୟନିକ ପାଣି ଯୋଗୁ ବିଷକ୍ରିୟାରେ ମୃତ୍ୟୁ ଘଟିଛି ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ  ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୮୮ ମଇଁଷି ଗଳିଆ ନାଳି ପାଖରେ ବନ୍ଧା ହୋଇଥିଲେ। ମଇଁଷିମାନଙ୍କୁ ଖାଇବାକୁ ଦିଆଯିବା ସହ କ୍ଷୀରଦୁହାଁ ଯିବା ପରେ ଚରିବା ପାଇଁ ପଘା ଖୋଲା ଯାଇଥିଲା। ଗଳିଆ ନାଳି ପାର ହୋଇ ଚରି ଚରି ଆଗକୁ ମଇଁଷି ସବୁ ଯାଉଥିଲେ। ନାଳିଟି ଗହୀରିଆ ଓ ଅଣଓସାରିଆ ଥିବାରୁ କୁମ୍ଭୀର ଆକ୍ରମଣ ନା ବିଷକ୍ରିୟା ଯୋଗୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ। ଗୋପାଳକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ୨ଟି ଡଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ୭୩ ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଣେଶ ଦାସଙ୍କ ୪୦, ଜଗନ୍ନାଥ ଦାସଙ୍କ ୧୭ ଓ ପରମାନନ୍ଦ ବିଶ୍ୱାଳଙ୍କ ୧୬ ମଇଁଷିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅପରପକ୍ଷେ ଜଗନ୍ନାଥଙ୍କ ୩ଟି ଓ ପରମାନନ୍ଦଙ୍କର ୧୨ ମଇଁଷି ସୌଭାଗ୍ୟବଶତଃ ବଞ୍ଚତ୍ ଯାଇଛନ୍ତି। ରାଜ୍ୟରେ ଏଭଳି ଅଘଟଣ ପ୍ରଥମ ଥର ଘଟିଛି ବୋଲି ମଧ୍ୟ କୁହାଯାଉଛି।
ଅନ୍ୟପକ୍ଷରେ ମଇଁଷି ନଦୀରେ ପହଁରି ଯାତାୟାତ କରିବା ସହ ଦୀର୍ଘ ସମୟ ପାଣିରେ ପଡ଼ି ରହିଥାନ୍ତି। କିନ୍ତୁ ଯେଉଁ ନାଳି ଦେଇ ସବୁଦିନ ମଇଁଷିମାନେ ଯାତାୟାତ କରନ୍ତି, ସେହି ନାଳିରେ ବୁଡ଼ି ମରିବା ଘଟଣା ଗୋପାଳକଙ୍କୁ ଆଶ୍ଚର୍ଯ୍ୟ କରିଛି। ମଇଁଷି ରଖି ପରିବାରର ଗୁଜୁରାଣ ମେଣ୍ଟାଉଥିବା ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଜୀବନ ବଞ୍ଚତ୍ୟାଇଛି ସତ, କିନ୍ତୁ ଜୀବିକା ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଛି। ଏ ନେଇ ୩ ଗୋପାଳକ ଓ ସରପଞ୍ଚ ଅହଲ୍ୟା ବିଶ୍ୱାଳ ରାଜନଗର ବନ ବିଭାଗ ନିକଟରେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଏଥିସହ ଆଳି ତହସିଲ, ଥାନା ଓ ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାଜନଗର ବନପାଳ ବିଜୟ ପାତ୍ରଙ୍କୁ ପଚାରିବାରେ ଖବର ପାଇଛି। ସନ୍ଧ୍ୟାରେ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛୁ। ଆଳି ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, କେନ୍ଦ୍ରାପଡ଼ା ଜିଲା ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ ପଟ୍ଟନାୟକ, ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ମୃତ୍ୟୁର କାରଣ ଜଣାପଡ଼ିବା ପରେ ଡିଏଫ୍‌ଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ତାଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ତ ଗୋପାଳକଙ୍କୁ ସରକାରଙ୍କ ନିୟମ ଅନୁସାରେ ସହାୟତା ଦିଆଯିବ ବୋଲି ବନପାଳ ପାତ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri