ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ଏକ ବଡ଼ ସୂଚନା ଦେଇଛନ୍ତି। ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ ୭୨୧ ଗଛ ବଳି ପଡ଼ିଛି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
ରାଜଧାନୀର ୬.୫୪ ହେକ୍ଟର ଅଞ୍ଚଳରେ ଗଛ କଟାଯାଇଛି। ତତ୍କାଳୀନ ବିଜେଡି ସରକାର ଏହି ଅଞ୍ଚଳରେ ୭୨୧ ଗଛ କାଟିଥିବା ମନ୍ତ୍ରୀ କହିଛନ୍ତି। ଏହାରେ କ୍ଷତିପୂରଣ ବାବାଦରେ ଅମ୍ରିତ ବିଦ୍ୟାପୀଠରେ ୮ ହଜାର ଗଛ କଟାଯାଇଥିବା ବେଳେ ସୁବୁଦ୍ଧିପୁରରେ ୪ ହଜାର ଗଛ ଲଗାଯାଇଛି। ଏପରିକି ମଧୁପୁରରେ ୪ ହଜାର ଏବଂ ଘାଟିକିଆରେ ୨ ହଜାର ଗଛ ଲଗାଯାଇଛି ବୋଲି ଗୃହରେ କହିଛନ୍ତି।


