ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସର ଗିରଫଦାରୀ ପ୍ରତିବାଦରେ ଗ୍ରାମବାସୀ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି।
ପ୍ରକାଶ ଯେ ଆରସା ଗ୍ରାମର ଜଣେ ବୃଦ୍ଧ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଗତ ମାସ ୨୩ତାରିଖରେ ଅସଦାଚରଣ କରିଥିବା ନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ରୁଜୁ କରି ସେହି ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀ ଦର୍ଶାଇଥିଲେ । ଏହାର ପ୍ରତିବାଦ ସ୍ବରୂପ ସେମାନେ ଥାନା ଘେରାଉ କରି ପୋଲିସ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉ ବୋଲି ସେମାନେ ଦାବି ଜଣାଇଛନ୍ତି।
Dharitri – Odisha’s No.1 Odia Daily