71st National Film Award: ବିଜେତାଙ୍କ ନାମ ଘୋଷଣା, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ୩୩ ବର୍ଷ ପରେ…

ନୂଆଦିଲ୍ଲୀ,୧।୮: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ନେଇ ଏହି ପୁରସ୍କାର ଘୋଷଣା କରାଯାଇଛି। ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା, କିନ୍ତୁ ଏବେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି। ଜୁରୀ ସଦସ୍ୟ ଆଶୁତୋଷ ଗୋବାରୀକର ଓ ପି ଶେଷାଦ୍ରୀଙ୍କ ନେତୃତ୍ୱରେ ଫିଲ୍ମଗୁଡ଼ିକୁ କିଛି ସପ୍ତାହ ଧରି ତର୍ଜମା କରାଯାଇଥିଲା। ଶେଷରେ ସେମାନେ ନିଜର ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍‌ ମୁରୁଗନଙ୍କୁ ପ୍ରଦାନ କରିଛନ୍ତି। ଶେଷରେ ଦିଲ୍ଲୀର ଜାତୀୟ ମିଡ଼ିଆ ସେଣ୍ଟରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି।

ବିଜେତାଙ୍କ ତାଲିକା:
ସୱତନ୍ତ୍ର ଉଲ୍ଲେଖ: ଆନିମଲ (ରି-ରେକର୍ଡିଂ ମିକ୍ସର) – ଏମ୍‌ ଆର୍‌ ରାଜକ୍ରିଷ୍ଣନ
ଶ୍ରେଷ୍ଠ ତାଈ ଫେକ ଫିଲ୍ମ: ପାଈ ତାଙ୍ଗ
ଶ୍ରେଷ୍ଠ ଗାରୋ ଫିଲ୍ମ: ରିମଦୋଗିତାଙ୍ଗା
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ଭଗବନ୍ତ କେସରୀ
ଶ୍ରେଷ୍ଠ ତାମିଲ ଫିଲ୍ମ: ପାର୍କିଂ
ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ: ଗୋଦ୍ଦେ ଗୋଦ୍ଦେ ଚା
ଶ୍ରେଷ୍ଠ ଓଡ଼ିଆ ଫିଲ୍ମ: ପୁଷ୍କରା
ଶ୍ରେଷ୍ଠ ମରାଠୀ ଫିଲ୍ମ: ଶ୍ୟାମଚୀ ଆଈ
ଶ୍ରେଷ୍ଠ କନାଡ଼ା ଫିଲ୍ମ: କନ୍ଦିଲୁ
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: କଟହଲ୍‌
ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ହନୁମାନ (ତେଲୁଗୁ)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା(Choreography): ରକି ଔର ରାଣୀ କୀ ପ୍ରେମ କାହାଣୀ (ଢିଣ୍ଢୋରା ବାଜେ ରେ)
ଶ୍ରେଷ୍ଠ ଗୀତ: ବଲଗମ୍‌(ତେଲୁଗୁ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ତାମିଲ): ବାଥୀ – ଜି ଭି ପ୍ରକାଶ କୁମାର
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ହିନ୍ଦୀ): ଆନିମଲ – ହର୍ଷବର୍ଦ୍ଧନ ରାମେଶ୍ୱର
ଶ୍ରେଷ୍ଠ ମେକଅପ (ହିନ୍ଦୀ): ସାମ୍‌ ବାହାଦୁର – ଶ୍ରୀକାନ୍ତ ଦେଶାଇ
ଶ୍ରେଷ୍ଠ ପୋଷାକ ଡିଜାଇନର: ସାମ୍‌ ବାହାଦୁର – ଦିବ୍ୟା ଗମ୍ଭୀର, ସଚୀନ ଲାଭଲେକର, ନିଧୀ ଗମ୍ଭୀର
ଶ୍ରେଷ୍ଠ ସାଉଣ୍ଡ ଡିଜାଇନର: ଆନିମଲ୍‌ – ସଚୀନ ସୁଧାକରନ, ହରିହରନ୍‌ ମୁରଲୀଧରନ୍‌
ଶ୍ରେଷ୍ଠ ସଂଳାପ ଲେଖକ: ସିର୍ଫ ଏକ ବନ୍ଦା କାଫି ହେ
ଶ୍ରେଷ୍ଠ ସିନେମାଟୋଗ୍ରାଫୀ: ଦ କେରଳ ଷ୍ଟୋରୀ – ପ୍ରଂଶାନ୍ତନୁ ମହାପାତ୍ର
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ ସିଙ୍ଗର: ଶିଳ୍ପା ରାଓ
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ ସିଙ୍ଗର: ପିଭିଏନ୍‌ ଏସ୍‌ ରୋହିତ (ତେଲୁଗୁ)
ଶ୍ରେଷ୍ଠ ଶିଶୁ କଳାକାର: ଗାନ୍ଧୀ ତଥା ଚେତୁ – ସୁକ୍ରୀତି ଭେନୀ ବନ୍ଦ୍ରେଦୀ
ଜିପ୍ସୀ – କବୀର ଖଣ୍ଡାରେ
ନାଲ – ତ୍ରିଶା ତୋସାର, ଶ୍ରୀନିବାସ ପୋକାଲେ, ଭାର୍ଗବ ଜଗପତ

ଶ୍ରେଷ୍ଠ ଅଭିନେତ୍ରୀ: ରାଣୀ ମୁଖାର୍ଜୀ
ଶ୍ରେଷ୍ଠ ଅଭିନେତା: ଶାହରୁଖ ଖାନ, ବିକ୍ରାନ୍ତ ମେସି
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ରକି ଔର ରାଣୀ କୀ ପ୍ରେମ କାହାଣୀ
ଶ୍ରେଷ୍ଠ ଫିଚର ଫିଲ୍ମ: ୧୨ବୀଁ ଫେଲ
ଶ୍ରେଷ୍ଠ ଚିତ୍ରନାଟ୍ୟ: ବେବୀ (ତେଲୁଗୁ) – ସାଇ ରାଜେଶ ନୀଲମ

ଓଡ଼ିଆ ଚଳଚ୍ଚିତ୍ର ’ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହୋଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri