କଫି ୭ ହଜାର, କଦଳୀ ୩ ହଜାର

ପୋଙ୍ଗ୍‌ୟାଙ୍ଗ୍‌, ୨୦ା୬: ଉତ୍ତର କୋରିଆରେ ଦେଖାଦେଇଛି ଉତ୍କଟ ଖାଦ୍ୟ ସଙ୍କଟ । କରୋନାଜନିତ କଟକଣା ଯୋଗୁ ସୀମା ବନ୍ଦ କରିଥିବା ଏହି ଦେଶରେ ବାହାରୁ ଖାଦ୍ୟ ଆମଦାନୀ ହୋଇପାରୁନାହିଁ ।
ସେପଟେ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ପରମାଣୁ ଅସ୍ତ୍ର ପ୍ରସ୍ତୁତି ନୀତି ଯୋଗୁ ଦେଶ ଉପରେ ଅନ୍ତର୍ଜାତୀୟସ୍ତରରେ ପ୍ରତିବନ୍ଧକ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ପୂର୍ବରୁ ଉତ୍ତର କୋରିଆରେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ ହୋଇପାରୁ ନ ଥିବାବେଳେ ଏବେ ଫସଲ ଅମଳ ନ ହେବାପାଇଁ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସେଠାକାର ସରକାର ଦାୟୀ କରିଛନ୍ତି । ତୁରନ୍ତ ଏହି ଦେଶକୁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଣ ନ ହେଲେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଖାଦ୍ୟାଭାବ ସମସ୍ୟାରେ ଯୁଝି ହେଉଛନ୍ତି ଉତ୍ତର କୋରିଆ ବାସିନ୍ଦା। ଦେଶର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ ଏହି ସୂଚନା ଦେଇ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିବା ସହ ଏଥିପାଇଁ ବାତ୍ୟା ଓ ବନ୍ୟାକୁ ଦାୟୀ କରିଛନ୍ତି। ଶାସକ ଓ୍ବାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେଇ କିମ୍‌ ଏହି ବିଷୟ ଉଠାଇ ଦଳୀୟ ନେତୃବୃନ୍ଦଙ୍କୁ ତୁରନ୍ତ ଖାଦ୍ୟ ସଙ୍କଟ ଦୂର କରିବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦାମ୍‌ ଆକାଶ ଛୁଆଁ ହୋଇଛି। ଗୋଟିଏ କେଜି କଦଳୀ ୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥିବାବେଳେ ଏକ ପ୍ୟାକେଟ କଫିର ଦାମ୍‌ ୭,୩୦୦ ଟଙ୍କା ଉପରେ ବିକ୍ରି ହେଉଛି। ଏଥିଯୋଗୁ ନିମ୍ନ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକେ ଖାଇବାକୁ ପାଉ ନ ଥିବା ଭଳି ଖବରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।
କୋରିଆର ଜନସଂଖ୍ୟା ପାଖାପାଖି ୩ କୋଟି। ଏକ ରିପୋର୍ଟ ଅନୁସାରେ ଏହି ଦେଶରେ ପ୍ରତିବର୍ଷ ପ୍ରାୟ ୫.୫ ମିଲିୟନ ଟନ୍‌ ଖାଦ୍ୟଶସ୍ୟ ଆବଶ୍ୟକ ଥିବାବେଳେ ଗତ କିଛି ବର୍ଷ ହେଲା ଶସ୍ୟ ଉତ୍ପାଦନ ହ୍ରାସ ପାଇଛି। ୨୦୨୦ରେ ଦେଶରେ ୨୦ ପ୍ରତିଶତ କମ୍‌ ଫସଲ ଉତ୍ପାଦନ ହୋଇଥିବାରୁ ୨୦୨୧ରେ ଖାଦ୍ୟ ସଙ୍କଟ ଘନେଇପାରେ ବୋଲି ଆଶଙ୍କା କରାଯାଇଥିଲା। ୧୯୯୦ ଦଶକରେ ଉତ୍ତର କୋରିଆରେ ସମାନ ସମସ୍ୟା ଉପୁଜିଥିଲା। ଏକ ଆକଳନ ଅନୁସାରେ ଭୋକରେ ସେତେବେଳେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ପରିସ୍ଥିତିରେ ସୁଧାର ନ ଆସିଲେ ଖାଦ୍ୟ ଅଭାବରୁ ଦେଶର ପ୍ରାୟ ୨୦ ପ୍ରତିଶତ ଲୋକ ମୃତ୍ୟୁମୁଖରେ ପଡ଼ିପାରନ୍ତି ବୋଲି ଆଶଙ୍କା ଉପୁଜିଛି।
ବର୍ଷ କରୋନା ଯୋଗୁ ଉତ୍ତର କୋରିଆ ଏହାର ସୀମା ବନ୍ଦ କରିଥିବାରୁ ବାହାର ଦେଶରୁ ପ୍ରାୟ ସମସ୍ତ ଆମଦାନୀ ବନ୍ଦ ରହିଛି। ଏହି ଦେଶ ଖାଦ୍ୟ ସାମଗ୍ରୀ ପାଇଁ ବିଶେଷ କରି ଚାଇନା ଉପରେ ନିର୍ଭର କରିଥାଏ। ଚାଇନିଜ୍‌ କଷ୍ଟମ୍‌ ଡାଟା ଅନୁସାରେ ଏହି ଆମଦାନୀ ୨.୫ ବିଲିୟନ ଡଲାରରୁ ଏବେ ୫ ଶହ ମିଲିୟନ ଡଲାରକୁ ହ୍ରାସ ପାଇଛି। ସେହିପରିି ପରମାଣୁ ଅସ୍ତ୍ର ନିର୍ମାଣକୁ ବିରୋଧ କରି ଅନ୍ତର୍ଜାତୀୟ ସମୁଦାୟ ଏହି ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବନ୍ୟା ଯୋଗୁ ମଧ୍ୟ ଦେଶରେ ଚାଷ ଓ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଉପରେ ସରକାର ଚାପ ପକାଉଥିଲେ ହେଁ ସାର ଅଭାବ ଆଉ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ସାର ପ୍ରସ୍ତୁତ ପାଇଁ ସେଠାକାର ଚାଷୀ ଦିନକୁ ୨ ଲିଟର ମୂତ୍ର ଦାନ କରିବାକୁ ସରକାରୀ ନିର୍ଦ୍ଦେଶନାମା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri