Posted inଜାତୀୟ

ସପ୍ତାହକୁ ଅଫିସରେ ୭୦ ଘଣ୍ଟିଆ କାର୍ଯ୍ୟ: ସଂସଦରେ ଚର୍ଚ୍ଚା, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ ଜନ୍ମ ଦେଇଥିଲେ। ସଂସଦରେ ସରକାର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ସରକାର ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି। ଏ ବାବଦରେ ସେ ଏମପିଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

କଂଗ୍ରେସର କୋମତି ଭେଙ୍କଟା ରେଡ୍ଡୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏମପି ମନେ ଶ୍ରୀନିବାସ ରେଡ୍ଡୀ ଏବଂ ଓ୍ବାଇଏସଆର କଂଗ୍ରେସର କନ୍ନୁମୁରୁ ରଘୁ ରାମ କୃଷ୍ଣ ରାଜୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ପଚାରିଥିଲେ ସରକାର ସପ୍ତାହକୁ ୭୦ ଘଣ୍ଟିଆ କାମ ପାଇଁ ନାରାୟଣ ମୁର୍ତ୍ତୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ କି? ଏହା ଏହା ଉପରେ ସରକାର ବିଚାର କରୁଛନ୍ତି କି?

୭୭ବର୍ଷୀୟ ନାରାୟଣ ମୁର୍ତ୍ତୀ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ସେମାନେ ସପ୍ତାହରେ ୭୦ଘଣ୍ଟା କାମ କରିବା ଉଚିତ ଯାହା ଦ୍ୱାରା ଭାରତର ସାମଗ୍ରିକ ଉତ୍ପାଦନ ବୃଦ୍ଧି ପାଇବ। ପୂର୍ବତନ ଇନଫୋସିସ ସିଇଓ ମୋହନଦାସ ପାଏଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା ଏକ ପୋଡକାଷ୍ଟରେ କହିଥିଲେ। ସେ କହିଥିଲେ ଭାରତ ହେଉଛି ବିଶ୍ୱରେ ସର୍ବନିମ୍ନ ଉତ୍ପାଦନକ୍ଷମ ଦେଶ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ମୁର୍ତ୍ତୀଙ୍କ ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେପରି ଜାପାନ ଏବଂ ଜର୍ମାନୀ ଅତିରିକ୍ତ ପରିଶ୍ରମ କରିଥିଲେ, ଭାରତ ମଧ୍ୟ ତାହା କରିବା ଆବଶ୍ୟକ।

ନାରାୟଣ ମୁର୍ତ୍ତୀଙ୍କ ଏହି ପରାମର୍ଶ ବିଷୟରେ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀମାନେ ଇଣ୍ଟରନେଟରେ ଦୁଇଟି ଦଳରେ ବିଭକ୍ତ ହୋଇଥିଲେ। ଲୋକଙ୍କ ଏକ ବିଭାଗ ତାଙ୍କ ସହ ସହମତ ହୋଇଥିଲେ। ଓଲା ପ୍ରତିଷ୍ଠାତା ଭବୀ ଅଗ୍ରୱାଲ ମୁର୍ତ୍ତୀଙ୍କ ବିବୃତ୍ତିରେ ସହମତ ହୋଇଥିଲେ। ଏଥି ସହ କଂଗ୍ରେସ ଏମପି ଶଶି ଥରୁର ବିପରୀତ ବିବୃତ୍ତି ଦେଇଥିଲେ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଏକ ଭିନ୍ନ ବିତର୍କ ଆରମ୍ଭ କରି କହିଥିଲେ ସପ୍ତାହରେ ମାତ୍ର ୩ ଦିନ କାମ କରିବା ଉଚିତ। ଏହି କଥାକୁ ଆଗକୁ ନେଇ ଥରୁର କହିଥିଲେ ଯଦି ନାରାୟଣ ମୁର୍ତ୍ତୀ ଏବଂ ବିଲ ଗେଟ୍ସଙ୍କ ଶବ୍ଦ ଗ୍ରହଣ କରି ଏକ ନୂତନ ସମୀକରଣ କରାଯାଏ, ତେବେ ଗୋଟିଏ ସପ୍ତାହରେ କାର୍ଯ୍ୟ ଦିବସ ସଂଖ୍ୟା ବର୍ତ୍ତମାନ ୫ ହେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri