ଗୋଟେ ନଳକୂପକୁ ୭୦ ପରିବାର

କେନ୍ଦୁଝର,୬।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଆଡ଼େ ବିଶୁଦ୍ଧ ପିଇବା ପାଣି ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ବୋଦାପୋଳଶା ପଞ୍ଚାୟତର କବିତ୍ରା ମୁଣ୍ଡା ସାହିରେ ଯୋଜନା ଫେଲ ମାରିଛି। ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ ଖରାପ ହୋଇଯାଇଥିବା ବେଳେ ଗୋଟିଏ ନଳକୂପ ଉପରେ ସାହି ଭରସା କରୁଛି। ଫଳରେ ଅନେକେ ନଦୀ, ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁଯାୟୀ, ସାହିରେ ଆଜକୁ ୫୦ ବର୍ଷ ହେବ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ୭୦ ପରିବାରର ପ୍ରାୟ ୨୦୦ ଲୋକ ସଂଖ୍ୟା ବିଶିଷ୍ଟ ଉକ୍ତ ସାହିିରେ ଜଳ ଉତ୍ସବ ଭାବେ ଏକ ମାତ୍ର ନଳକୂପ ରହିଛି। ୧୦ ବର୍ଷ ପୂର୍ବରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପାଣି ପାଇପ ବିଛା ଯାଇଥିବାବେଳେ ଏବେ ଭାଙ୍ଗି ରୁଜି ଗଲାଣି। ବହୁ ସମୟରେ ନଳକୂପଟି ଖରାପ ହୋଇଯାଉଥିବାରୁ ବିଶୁଦ୍ଧ ପିଇବା ପାଣି ଟିକେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ସାହିର ଲୋକେ ୨ କି.ମି. ଅରଡେଇ ନଦୀ କିମ୍ବା ପୋଖରୀରୁ ପାଣି ସଂଗ୍ରହ କରି ନିଜର ଆବଶ୍ୟକତା ପୁରଣ କରିଥାନ୍ତି। ଫଳରେ ଜଳ ବାହିତ ଓ ବିଭିନ୍ନ ଚର୍ମ ରୋଗରେ ପଡୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଦୂଷିତ ଜଳ ପିଇ ଝାଡ଼ା, ବାନ୍ତି ଆଦି ବ୍ୟାପୁୁଥିବା ସାମାଜିକକର୍ମୀ ତୁଳସୀ ପାତ୍ର କହିଛନ୍ତି। ମୁଣ୍ଡା ସାହିର ଦୁର୍ଦ୍ଦଶା ଖବର ପାଇ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା ଉପସଭାପତି ଜୟକୃଷ୍ଣ ନାଏକ କବିତ୍ରା ଗ୍ରାମକୁ ଯାଇ ସ୍ଥିତି ପରଖିଥିବାବେଳେ ଖରାଦିନ ପୂର୍ବରୁ ତୁରନ୍ତ ନୂତନ ନଳକୂପ ଖନନ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri