୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା ସମଗ୍ର ରାୟଗଡ଼ା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାମୁତାବକ, ଚାଟିକଣାସ୍ଥିତ ପୁରୁଣା ଷ୍ଟେଶନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ (୭) ବର୍ଷର ଶିଶୁକୁ କେହି ଜଣେ ଅପହରଣ କରି ନେଇଥିଲେ। ପରେ ପୁରୁଷୋତ୍ତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା ଯେ, ୪ ଲକ୍ଷ  ପଚାସ ହଜାର ଟଙ୍କା ଦେଲେ ଋଷିକୁ ପାଇବ । କେହି ଜଣେ ଏପରି ଧମକପୂର୍ଣ୍ଣ ମେସେଜ ଦେଇଥିଲେ। ଏ ସମ୍ପର୍କରେ ପୋଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ। ପରିବାରଲୋକ ଓ ସମ୍ପର୍କୀୟ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇ ନ ଥିଲେ । ବିଳମ୍ବିତ ରାତ୍ରିରେ ଋଷିର ମୃତଦେହ ଏକ ବସ୍ତାରେ ବନ୍ଧାଯାଇ ଘର ପଛପଟେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା।
 ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ବିଷମକଟକ ଥାନା ଆଇଆଇସି ସମର୍ପିତା ସ୍ବାଇଁ କହିଛନ୍ତି। ଏପଟେ ପରିବାର ଲୋକେ
Dharitri – Odisha’s No.1 Odia Daily

Share