ଜିଲା ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେଲା ୭ ପର୍ଯ୍ୟଟନ କେନ୍ଦ୍ର

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଜିଲାର ଶୀତଳ ଓ ପ୍ରାକୃତିକ ପରିବେଶ ସାଙ୍ଗକୁ ବଣପାହାଡ଼, ଝରଣା, ନଦୀ, ଘାଟି ରାସ୍ତା ଅଗଣିତ ପ୍ରାକୃତିକ ଜଳପ୍ରପାତ, ଡ୍ୟାମ୍‌ ତଥା ମନ୍ଦିର, ମଠ ଆଦି ଧାର୍ମିକ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ବିମୋହିତ କରିଥାଏ। ତେବେ ସେଥିମଧ୍ୟରୁ ୧୬ଟି କେନ୍ଦ୍ରକୁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିଥିବା ବେଳେ ଏବେ ଆଉ ୭ଟିର ମାନ୍ୟତା ମିଳିଛି। ଫଳରେ ଏହାକୁ ମିଶାଇ ଜିଲା ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନ କେନ୍ଦ୍ରଗୁଡିକର ସଂଖ୍ୟା ୨୩ରେ ପହଞ୍ଚିଛିା

ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍‌ ରହିଛି।

ପୂର୍ବରୁ ଜିଲାର ବାଂଶପାଳ ବ୍ଲକତରେ ଅବସ୍ଥିତ ସାନଘାଗରା, ବଡଘାଗରା ଓ ଖଣ୍ଡାଧାର ଜଳପ୍ରପାତ, ବୈତରଣୀ ନଦୀ କୂଳରେ ଅବସ୍ଥିତ ଚମ୍ପୁଆ ବ୍ଲକର କେଶରୀକୁଣ୍ଡ, ଘଟଗାଁ ବ୍ଲକର ଗୁଣ୍ଡିଚାଘାଗୀ ଜଳପ୍ରପାତ, ଯୋଡ଼ା ବ୍ଲକର ହାଣ୍ଡିଭଙ୍ଗା ଜଳପ୍ରପାତ ଓ ମୁର୍ଗାମହାଦେବ ମନ୍ଦିର ଓ ଜଳପ୍ରପାତ, ପ୍ରାକୃତିକ ସୌନ୍ଦର୍ଯ୍ୟମୟ କାଞ୍ଜିପାଣି ଘାଟି, ଘଟଗାଁ ମା’ ତାରିଣୀ ପୀଠ ଓ ଐତିହାସିକ ଓ ପୌରାଣିକ ଇତିବୃତି ସମୃଦ୍ଧ ସୀତାବିଞ୍ଝ, ବାଂଶପାଳ ବ୍ଲକର ଗୋନସିକାସ୍ଥିତ ବୈତରଣୀ ନଦୀର ଉପତ୍ତି ସ୍ଥଳୀ ନିକଟ ବ୍ରହ୍ମେଶ୍ୱର ମହେଶ ମନ୍ଦିର, ଘଷିପୁରା ବ୍ଲକ ଦେଓଗାଁସ୍ଥିତ କୁଶଳେଶ୍ୱର ମହାଦେବ ମନ୍ଦିର, ହାଟଡିହି ବ୍ଲକର ଚକ୍ରତୀର୍ଥ ଶକ୍ତିପୀଠ ଓ ହଦଗଡ ଡ୍ୟାମ୍‌, ପାଟଣା ବ୍ଲକ ବୈତରଣୀ ନଦୀ କୂଳରେ ଅବସ୍ଥିତ ରଘୁନାଥଜୀଉ ମନ୍ଦିର ଓ ଭୀମକୁଣ୍ଡ ଜଳପ୍ରପାତ ଆଦିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?