ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ ପ୍ରତିଯୋଗିତା ୨୦୨୫-୨୬ ଉଦଯାପିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କଟକ, ପୁରୀ, ବଲାଙ୍ଗୀର, ବାଲେଶ୍ୱର ପ୍ରଭୃତି ବିଭିନ୍ନ ଜିଲାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଯୁକ୍ତ କ୍ରୀଡା ଶିକ୍ଷୟିତ୍ରୀ ଏଲିଜା ପଟ୍ଟନାୟକ ଏବଂ ନାନବାବୁ ଦୋରା ପରୀକ୍ଷକ ଭାବେ ଯୋଗଦେଇଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ,ସବିତା କୁମାରୀ ପଣ୍ଡା,କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ଦାସ,ଏମ.ଗୋପାଳ ରେଡ୍ଡୀ ରେଫେରୀ ଭାବେ ଉପସ୍ଥିତ ରହି ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତା ନିମନ୍ତେ ୭ ଛାତ୍ରୀଙ୍କୁ ମନୋନୀତ କରିଥିଲେ। ବମକୋଇ ଗ୍ରାମ ଚିଦାନନ୍ଦ ସରସ୍ବତୀ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ ବୃନ୍ଦ ଓ ଛାତ୍ରୀଛାତ୍ର ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri