ଓଡ଼ିଶାର ୭ଉତ୍ପାଦକୁ ଜିଆଇ ମାନ୍ୟତା

ଭୁବନେଶ୍ୱର,୩।୧(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ୭ଉତ୍ପାଦକୁ ବୁଧବାର ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକ ରେଜିଷ୍ଟ୍ରି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଓଡ଼ିଶା ଖଜୁରୀ ଗୁଡ଼(ଗଜପତି), ଢେଙ୍କାନାଳ ମଗଜି,ଶିମିଳିପାଳ କାଇ ଚଟୁଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡାର ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ୍‌, କୋରାପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା(ଇଡିଟାଲ)କୁ ଜିଆଇ ଟ୍ୟାଗ ମିଳିଥିବା ଜଣାପଡ଼ିଛି। ପୂର୍ବରୁ ଗତ ଅକ୍ଟୋବର ୩ରେ କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ ମିଳି ସାରଛି। ଏସବୁକୁ ମିଶାଇ ଓଡ଼ିଶାର ୨୫ଟି ଉତ୍ପାଦକୁ ଏଯାବତ ଜିଆଇ ଟ୍ୟାଗ ମିଳିସାରିଛି।
ଉଲ୍ଲେଖଯୋଗ୍ୟ, କଳାଜିରା ଚାଉଳ କୋରାପୁଟ ଜିଲାରେ ଟୋଲା ପାତ୍ରପୁଟ, ପୁଜାରିପୁଟ, ବାଲିଗୁଡ଼ା ଏବଂ ମୋହୁଲି ସ୍ଥାନରେ ଏହି ଚାଷ କରାଯାଏ। ଏହା ମଧୁମେହ ନିୟନ୍ତ୍ରଣ କରିବା ସହ ହିମୋଗ୍ଲୋବିନ ଏବଂ ଶରୀର ମେଟାବୋଲିଜିମ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।ସେମାନେ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ରାୟାଗଡା ଏବଂ କାଲାହାଣ୍ଡି ଜିଲାର ନିୟାମଗିରି ପାହାଡରେ ବାସ କରନ୍ତି। କପଡାଗଣ୍ଡା ପାଇଁ କଞ୍ଚାମାଲ ଭାବରେ ବ୍ୟବହୃତ ହେଉଥିବା ଧଳା କପଡା ଅମଳ ହୋଇଥିବା ଫସଲକୁ ବଦଳାଇ ସ୍ଥାନୀୟ ଅନୁସୂଚିତ ଜାତି ସମ୍ପ୍ରଦାୟଠୁ କିଣା ଯାଇଥାଏ। ତିନୋଟି ଭିନ୍ନ ରଙ୍ଗର ସୂତା ଦ୍ୱାରା ଏମ୍ରୋଡରୀ ସଜାଯାଇଥାଏ। ସବୁଜ, ହଳଦିଆ ଓ ଲାଲ ରଙ୍ଗ ରହିଥାଏ। ରାୟଗଡ଼ା ଜିଲାର ଲାଞ୍ଜିଆ ସଉରାଙ୍କ ଇଡିଟାଲ ଚିତ୍ରକଳା ପ୍ରାୟତଃ ଆଦିବାସୀ ଘରଗୁଡ଼ିକର କାନ୍ଥରେ ଦେଖିବାକୁ ମିଳିଥାଏ। ଆଜିକାଲି ଏହି ଚିତ୍ରକଳାକୁ ଯୁବପିଢ଼ୀ କାନଭାସରେ ଆକ୍ରାଲିକ ରଙ୍ଗରେ କରୁଛନ୍ତି। ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇ ଚଟୁଣୀ ଏକ ସୁସ୍ବାଦୁ ଖାଦ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। କାଇକୁ ମାରି ଏହାକୁ ଚଟଣୀ ପ୍ରସ୍ତୁତ କରାଯାଏ। ଏହି ଚଟଣୀର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ପ୍ରୋଟିନ, କ୍ୟାଲସିୟମ, ଜିଙ୍କ, ଭିଟାମିନ ବି-୧୨, ଆଇରନ, ମାଗ୍ନେସିୟମ, ପୋଟାସିୟମ, ସୋଡିୟମ, ତମ୍ବା, ଫାଇବର ପ୍ରମୁଖ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଜଣ୍ଡିସ, ସାଧାରଣ ଥଣ୍ଡା, ଗଣ୍ଠି ଯନ୍ତ୍ରଣା, କାଶ ଏବଂ ଆଖି ଦୃଷ୍ଟିଶକ୍ତିରେ ପୀଡିତ ଲୋକଙ୍କୁ ଏହି କାଇ ଚଟଣୀ ଦିଆଯାଇଥାଏ। ନୟାଗଡ଼ର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ କଣ୍ଟା ଭର୍ତ୍ତି ହଇଥାଏ। ଏହି ବାଇଗଣ ବାଲୁକା ମୃତ୍ତିକାରେ ହାବ ସହ ଏକ ଭିନ୍ନ ସ୍ବାଦ ରହିଥାଏ। ଗଜପତି ଜିଲାର ଓଡିଶା ଖଜୁରୀ ଗୁଡ଼ ଖଜୁରୀ ଗଛର ମିଠା ରସରୁ ମିଳିଥିବା ଏକ ପ୍ରକାର ପ୍ରାକୃତିକ ମିଠା। ପାରମ୍ପରିକ ଭାବେ ଏହାକୁ ପାତାଳି ଗୁଡ଼ ଭାବେ ମଧ୍ୟ କୁହାଯାଏ। ଢେଙ୍କାନାଳ ମଗଜି ଏକ ପ୍ରକାର ମିଠା ଲଡ଼ୁ। ଭୁବନ, ମନ୍ଦାର, କାଶିପୁର, ଗୋନ୍ଦିଆ, ଦେଓଗାଁ, ଢେଙ୍କାନାଳ ସହରରେ ଏହା ପ୍ରାୟତଃ ଦେଖିବାକୁ ମିଳେ। ୧୦୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହା ସେଠାରେ ପ୍ରସ୍ତୁତ କରାଯାଉଛି।
ଜିଆଇ ଏକ୍ସପର୍ଟ ଡ. ଅନିତା ସାବତ କହିଛନ୍ତି, ଓଡ଼ିଶାର ଆହୁରି ଅନେକ ଉତ୍ପାଦ ପାଇଁ କ୍ଷମତା ରହିଛି। ସଠିକ୍‌ ତଥ୍ୟ ଦେଇ ଜିଆ ଆବେଦନ କରିବା ଆବଶ୍ୟକ। ଜିଆଣ ମାନ୍ୟତା ପ୍ରାପ୍ତ ଦ୍ରବ୍ୟଗୁଡ଼ିକ ଦୋକାନଗୁଡ଼ିକେ ଯେତେ ମାତ୍ରାରେ ଉପଲବ୍ଧ ହେବ ସେତେ ଭଲ। ଜିଆ ଆମ ଗର୍ବ ଓ ପରିଚୟ।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri