୭ ଘଣ୍ଟିଆ ଖଇରା ବନ୍ଦ: ସ୍କୁଲ, କଲେଜ ସାଙ୍ଗକୁ ଯାନବାହନ ଠପ୍‌, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ନ ମିଳିବାରୁ…

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲାର ଖଇରା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦିଆନଯିବା ପ୍ରତିବାଦରେ ଖଇରା ସ୍ବାଭିମାନ ମଞ୍ଚ ପକ୍ଷରୁ ଖଇରା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଖଇରାର ସବୁ ସଙ୍ଗଠନ ଓ ସବୁ ଦଳ ସମର୍ଥନ ଜଣାଇଛନ୍ତି। ସ୍କୁଲ କଲେଜ,ବ୍ଲକ,ତହସିଲ ସାଙ୍ଗକୁ ବ୍ୟବସାୟ,ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ସ୍ବାଭିମାନ ମଞ୍ଚର କର୍ମକର୍ତ୍ତାମାନେ ପିକେଟିଂ କରିବା ପରେ ବ୍ଲକ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ସ୍ବତସ୍ପୁର୍ତ୍ତ ଭାବେ ଏଭଳି ସମର୍ଥନ ସାଙ୍ଗକୁ ବଡ ଧରଣର ସଫଳତା ଆଗରୁ କେବେ ମିଳିନଥିବା ବେଳେ ବୁଧବାର ଏହି ବନ୍ଦ ରାଜନୈତିକ ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରିଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି।