Posted inଜାତୀୟ

ଖାଇରେ ଓଲଟିଲା ଗାଡ଼ି, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୬ା୬: ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମ୍ୟାକ୍ସ ଗାଡ଼ି ଖାଇକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ଖରାଦିନ ଛୁଟି କାଟିବାକୁ ନିଜ ଗାଁକୁ ଯାଉଥିବା ଏକ ପରିବାରର ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଭଦକୋଟ ବାସିନ୍ଦା ମହେଶ ଚନ୍ଦ୍ର ପରଗାଇ (୪୦),ସିଡ୍‌କୁଲରେ ଚାକିରୀ କରନ୍ତି। ପରିବାରର ୬ଜଣଙ୍କ ସହ ସେଠାରେ ରହୁନ୍ତି। ପିଲାମାନଙ୍କର ସ୍କୁଲ ଛୁଟିଥିବାରୁ ପିଲାଙ୍କୁ ନେଇ ନିଜ ଗ୍ରାମ ଭଦକୋଟକୁ ଯିବାକୁ ତାଙ୍କ ସ୍ତ୍ରୀ ପାର୍ବତୀ କହିଥିଲେ। ବୁଧବାର ଦିନ ଏହି ଦମ୍ପତି ଚାରି ସନ୍ତାନଙ୍କ ସହ ସୀତାରଗଞ୍ଜରୁ ବସ ଯୋଗେ ହାଲଡୱାନି ଆସିଥିଲେ। ସେଠାରୁ, ଏକ ମ୍ୟାକ୍ସ ଗାଡିରେ ଭଦକୋଟ ଅଭିମୁଖେ ଯାଉଥିଲେ । କିନ୍ତୁ ଏହି ଗାଡ଼ିଟି ଖନ୍‌ସ୍ୟୁ ନାମକ ସ୍ଥାନରେ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ମହେଶ ଚନ୍ଦ୍ର ପରଗାଇ (୪୦), ପାର୍ବତୀ ପରଗାଇ (୩୪) ଏବଂ ଝିଅ କବିତା ପରଗାଇ (୧୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିପରି ଗାଡ଼ିରେ ଥିବା ଭୁବନ ଚନ୍ଦ୍ର ଭଟ୍ଟ(୩୦), ଉମେଶ ପରଗାଇ, ମମତା ଭଟ୍ଟ ଏବଂ ମହେଶ ଚନ୍ଦ୍ର ରେଖାଡ଼ିଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ମହେଶ ଚନ୍ଦ୍ର ପରଗାଇଙ୍କ ତିନି ପୁଅ ପଙ୍କଜ ପରଗାଇ (୧୨), ମନୋଜ ପରଗାଇ (୧୦) ଏବଂ ଲୋକେଶ ପରଗାଇଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ସମସ୍ତ ଆହତଙ୍କୁ ସୁଶୀଲା ତିୱାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?