ରାଜ୍ୟରୁ ଆଜି ୭ ପଜିଟିଭ୍‌ ଚିହ୍ନଟ: ୧୨,୮୮,୩୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୧୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨ ଜଣ ଶିଶୁ ବି ଅଛନ୍ତି।

ଗଞ୍ଜାମ ଏବଂ ସମ୍ବଲପୁରରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା ଏବଂ କଟକରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୧୧ରେ ପହଞ୍ଚିଥିବା ବେଳେ ୧୨,୭୯,୦୦୦ ଜଣ ସୁସ୍ଥ ହୋଇଛନ୍ତି। ୧୩୨ ଜଣ ଚିକିିତ୍ସିତ ହେଉଛନ୍ତି।