Posted inଜାତୀୟ

ବଦଳୁଛି ରାଜ୍ୟ ରାଜନୀତି, ଭାଜପାକୁ ସମର୍ଥନ କଲେ କଂଗ୍ରେସର ୭ ବିଧାୟକ

ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି କହିଲେ ଚଳେ । ବିରୋଧୀ ଦଳ ମେଣ୍ଟ ମହା ବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ରୁ ୩୦ ଲୋକସଭା ଆସନ ହାତେଇବା ପରେ ଦଳ ଏବେ କଂଗ୍ରେସର କିଛି ବିଧାୟକଙ୍କୁ ନେଇ ଅଡ଼ୁଆରେ ପଡ଼ିଛି । କାରଣ ବିଧାନ ପରିଷଦ ନିର୍ବାଚନରେ ହୋଇଥିବା ଭୋଟରେ କଂଗ୍ରେସର ୭ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି । ଭାରତୀୟ ଜନତା ପାର୍ଟିର ମେଣ୍ଟକୁ ଏମାନେ ସମର୍ଥନ ଜଣାଇଛନ୍ତି । ଯାହିକି ଏବେ ବିରୋଧୀଙ୍କ ଚିନ୍ତା ବଢ଼ାଇଛି ।

ସୂଚନା ଥାଉକି, ଭାରତୀୟ ଜନତା ପାର୍ଟିର ମେଣ୍ଟ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ୧୧ ଆସନରୁ ୯ଟିରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବ ସେନା, ଏନ୍‌ସିପିର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଭାଜପା ମିଳିତ ଭାବେ ଏହି ବିଜୟ ହାସଲ କରିଛନ୍ତି । ଲୋକସଭା ନିର୍ବାଚନରେ ମେଣ୍ଟ ସେତେଟା ଭଲ ପ୍ରଦର୍ଶନ କରିନଥିବା ବେଳେ ବିଧାନ ପରିଷଦ ନିର୍ବାଚନରେ ୧୧ରୁ ୯ ସିଟ୍‌ ହାତେଇବାକୁ ସକ୍ଷମ ହୋଇଛି ।

ଭାଜପା ନେତା ପଙ୍କଜ ମୁଣ୍ଡେ, ପରିଣୟ ଫୁକେ ଏବଂ ଯୋଗେସ ତିଲେକରଙ୍କୁ ୨୬ ଟି ଲେଖାଏଁ ଭୋଟ ମିଳିଛି । ପାୱାରଙ୍କ ଦଳରୁ ରାଜେଶ ଭିଟେକାର ଏବଂ ଶିବାଜୀରାଓ ଗାର୍ଜେ ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଅନ୍ୟପଟେ ଶିନ୍ଦେ ସେନାର ଭବନ ଗ଼୍ବାଲି ମଧ୍ୟ ନିର୍ବାଚନ ଜିତିଛନ୍ତି । ଅନ୍ୟପଟେ ବିରୋଧୀ ଦଳ କଂଗ୍ରେସ, ଉଦ୍ଧବ ଗୋଷ୍ଠୀ ଶିବସେନା ଏବଂ ଏନ୍‌ସିପିର ମେଣ୍ଟ ମହା ବିକାଶ ଅଗାଡ଼ି, ଉଦ୍ଧବ ଠାକ୍‌ରେ ଏବଂ ଶରଦ ପାୱାରଙ୍କ ନେତୃତ଼୍ବରେ ୩ ଟି ଆସନ ହାତେଇବାକୁ ସକ୍ଷମ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?