Posted inଜାତୀୟ

ବଦଳୁଛି ରାଜ୍ୟ ରାଜନୀତି, ଭାଜପାକୁ ସମର୍ଥନ କଲେ କଂଗ୍ରେସର ୭ ବିଧାୟକ

ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି କହିଲେ ଚଳେ । ବିରୋଧୀ ଦଳ ମେଣ୍ଟ ମହା ବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ରୁ ୩୦ ଲୋକସଭା ଆସନ ହାତେଇବା ପରେ ଦଳ ଏବେ କଂଗ୍ରେସର କିଛି ବିଧାୟକଙ୍କୁ ନେଇ ଅଡ଼ୁଆରେ ପଡ଼ିଛି । କାରଣ ବିଧାନ ପରିଷଦ ନିର୍ବାଚନରେ ହୋଇଥିବା ଭୋଟରେ କଂଗ୍ରେସର ୭ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି । ଭାରତୀୟ ଜନତା ପାର୍ଟିର ମେଣ୍ଟକୁ ଏମାନେ ସମର୍ଥନ ଜଣାଇଛନ୍ତି । ଯାହିକି ଏବେ ବିରୋଧୀଙ୍କ ଚିନ୍ତା ବଢ଼ାଇଛି ।

ସୂଚନା ଥାଉକି, ଭାରତୀୟ ଜନତା ପାର୍ଟିର ମେଣ୍ଟ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ୧୧ ଆସନରୁ ୯ଟିରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବ ସେନା, ଏନ୍‌ସିପିର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଭାଜପା ମିଳିତ ଭାବେ ଏହି ବିଜୟ ହାସଲ କରିଛନ୍ତି । ଲୋକସଭା ନିର୍ବାଚନରେ ମେଣ୍ଟ ସେତେଟା ଭଲ ପ୍ରଦର୍ଶନ କରିନଥିବା ବେଳେ ବିଧାନ ପରିଷଦ ନିର୍ବାଚନରେ ୧୧ରୁ ୯ ସିଟ୍‌ ହାତେଇବାକୁ ସକ୍ଷମ ହୋଇଛି ।

ଭାଜପା ନେତା ପଙ୍କଜ ମୁଣ୍ଡେ, ପରିଣୟ ଫୁକେ ଏବଂ ଯୋଗେସ ତିଲେକରଙ୍କୁ ୨୬ ଟି ଲେଖାଏଁ ଭୋଟ ମିଳିଛି । ପାୱାରଙ୍କ ଦଳରୁ ରାଜେଶ ଭିଟେକାର ଏବଂ ଶିବାଜୀରାଓ ଗାର୍ଜେ ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଅନ୍ୟପଟେ ଶିନ୍ଦେ ସେନାର ଭବନ ଗ଼୍ବାଲି ମଧ୍ୟ ନିର୍ବାଚନ ଜିତିଛନ୍ତି । ଅନ୍ୟପଟେ ବିରୋଧୀ ଦଳ କଂଗ୍ରେସ, ଉଦ୍ଧବ ଗୋଷ୍ଠୀ ଶିବସେନା ଏବଂ ଏନ୍‌ସିପିର ମେଣ୍ଟ ମହା ବିକାଶ ଅଗାଡ଼ି, ଉଦ୍ଧବ ଠାକ୍‌ରେ ଏବଂ ଶରଦ ପାୱାରଙ୍କ ନେତୃତ଼୍ବରେ ୩ ଟି ଆସନ ହାତେଇବାକୁ ସକ୍ଷମ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri