ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ ସମୁଦାୟ ୭ କୋଟି ୩୮ ଲକ୍ଷ ୪୨ ହଜାର ୮୧୮ ଟଙ୍କା ଜରିମାନା ନୋଟିସ ହୋଇଛି। ସେଥିମଧ୍ୟରୁ ଲଘୁ ଖଣିଜ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ୩ କୋଟି ୮୧ ଲକ୍ଷ ୩୯ ହଜାର ୭୨୫ ଟଙ୍କା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ପରିବେଶଗତ କ୍ଷତିପୂରଣ ବାବଦକୁ ୩ କୋଟି ୫୭ ଲକ୍ଷ ୩ ହଜାର ୯୩ ଟଙ୍କା ରହିଛି। ଏହାବାଦ୍‌ ଲିଜ୍‌ଧାରୀଙ୍କ ବିରୋଧରେ ଜେନାପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ଙ୍କ ଦ୍ୱାରା ଦୁଇ ଦିନ ଧରି ତଦନ୍ତ କରିବା ପରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପଥର ଖାଦାନ ଲିଜ୍‌ଧାରୀମାନଙ୍କୁ ନୋଟିସ ଦିଆଯାଇଛି। ଏହି ଶ୍ରମିକ ମୃତ୍ୟୁ ଘଟଣାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜଟି)ରେ ୧୪୭/୨୦୨୪/ଇଜେଡରେ ହୋଇଥିବା ମାମଲା ଉପରେ ଲଘୁ ଖଣିଜ ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ ଏଭଳି ୨୧ ଦଫା ସମ୍ବଳିତ ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି।
ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର ଖାଦାନଗୁଡ଼ିକରେ ୨୦୧୭ରେ ୧୦ ଜଣ, ୨୦୧୮ରେ ୧୪ ଜଣ ଓ ୨୦୨୩-୨୪ରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତେବେ ଡଙ୍କାରୀ ପାହାଡ଼ ଧସି ଶ୍ରମିକଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଡଙ୍କାରୀ ପାହାଡ଼ର ଖାତା ନମ୍ବର ୨୨୧, ପ୍ଲଟ୍‌ ନମ୍ବର ୬୦୦(ପି)ର ୪ ଏକର ଜମିରେ କଳାପଥର ଉତ୍ତୋଳନ ପାଇଁ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ ଅନୁମତି ମିଳିଥିଲା। ଏହାବାଦ୍‌ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଉପଯୁକ୍ତ ଭାବେ ନିରୀକ୍ଷଣ ନ କରି ୧୮ା୪ା୨୦୨୪ରେ କନ୍‌ସେଣ୍ଟ ଟୁ ଅପରେଟ(ସିଟିଓ) ପ୍ରଦାନ କରାଯାଇଥିଲା। ଲିଜ୍‌ଧାରୀ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିବା ସହ ବ୍ଲାଷ୍ଟିଂ, ଓଭରଲୋଡ୍‌ ଗାଡ଼ି ପରିବହନ ଯୋଗୁ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅତ୍ୟଧିକ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଥିଲା। ଏହାବାଦ୍‌ ଏହି ଖାଦାନ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏଥିପାଇଁ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ମାମଲାକୁ ନେଇ ଏନ୍‌ଜିଟି ପକ୍ଷରୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଲଘୁ ଖଣିଜ ବିଭାଗ ପକ୍ଷରୁ ହୋଇଥିବା ସତ୍ୟପାଠରେ ୧୬ା୫ା୨୦୨୪ ତାରିଖ ସକାଳେ ଡଙ୍କାରୀ ପାହାଡ଼ର ବିଏସକ୍ୟୁ ନମ୍ବର ୫/୧୦ରେ ଅତଡା ଧସିଥିଲା। ସେଠାରୁ ୩ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହାପରେ ଜେନାପୁର ଥାନାରେ ଖଣି ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଯାଜପୁର ଉପଜିଲାପାଳ ସେଠାରେ ୧୪୪ ଧାରା ଜାରି କରିଥିଲେ। ଏହାପରେ ଖଣି ବିଭାଗ ପକ୍ଷରୁ ଟି.କେ.ଏସ୍‌ କନ୍‌ସଲଣ୍ଟାସି ଏଜେନ୍ସି ଦ୍ୱାରା ୧୭ା୫ା୨୦୨୪ରେ ଡ୍ରୋନ ସର୍ଭେ ହୋଇଥିଲା। ଏହି ଏଜେନ୍ସି ପକ୍ଷରୁ ଦାଖଲ ହୋଇଥିବା ସର୍ଭେ ରିପୋର୍ଟରେ ୭୯୯୯୯.୪୧ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିଥିଲା। ଏହି ରିପୋର୍ଟକୁ ଆଧାର କରି ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଉପରୋକ୍ତ ପରିମାଣର ଜରିମାନା ଦାଖଲ କରିବାକୁ ୧୭ା୮ା୨୦୨୪ରେ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ଉକ୍ତ ଘଟଣା ଉପରେ ସବିଶେଷ ତଦନ୍ତ ରିପୋର୍ଟ ଧର୍ମଶାଳା ତହସିଲଦାର ଏବଂ ଲଘୁ ଖଣିଜ ବିଭାଗ ଦ୍ୱାରା ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଏହାବାଦ୍‌ କଳାପଥର ଖାଦାନ ଦ୍ୱାରା ପ୍ରଭାବିତ ଅଭିଯୋଗ ହେଉଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସତ୍ୟପାଠ ଦାଖଲ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣିଜ ଉପନିର୍ଦ୍ଦେଶକ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଲିଜ୍‌ଧାରୀ ଜରିମାନା ଅର୍ଥ ଦାଖଲ କରିନାହାନ୍ତି। ସମସ୍ତ କଳାପଥର ଖାଦାନର ସୁରକ୍ଷା ପାଇଁ ଡିଜିଏମ୍‌ଏସ୍‌ ପକ୍ଷରୁ ତଦନ୍ତ କରାଯାଇଛି। ସମସ୍ତ କଳାପଥର ଖାଦାନରେ ଜଣେ ଲେଖାଏ ମାଇନ୍ସ ମ୍ୟାନେଜର ନିଯୁକ୍ତି ବିନା କାର୍ଯ୍ୟ ହୋଇପାରିବ ନାହିଁ। ଅନୁମତି ନ ଥିଲେ କଳାପଥର ଖାଦାନରେ ବ୍ଲ୍ଳାଷ୍ଟିଂ ହୋଇ ପାରିବ ନାହିଁ। ଏଭଳି ଅନେକ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ...

ନିଜ କଥା ରଖିପାରିଲେନି ଆମେରିକା ରାଷ୍ଟ୍ରପତି, ନେଲେ ୟୁ ଟର୍ନ

ଓ୍ବାଶିଂଟନ,୨୨।୧: ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ...

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri