ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ ସମୁଦାୟ ୭ କୋଟି ୩୮ ଲକ୍ଷ ୪୨ ହଜାର ୮୧୮ ଟଙ୍କା ଜରିମାନା ନୋଟିସ ହୋଇଛି। ସେଥିମଧ୍ୟରୁ ଲଘୁ ଖଣିଜ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ୩ କୋଟି ୮୧ ଲକ୍ଷ ୩୯ ହଜାର ୭୨୫ ଟଙ୍କା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ପରିବେଶଗତ କ୍ଷତିପୂରଣ ବାବଦକୁ ୩ କୋଟି ୫୭ ଲକ୍ଷ ୩ ହଜାର ୯୩ ଟଙ୍କା ରହିଛି। ଏହାବାଦ୍‌ ଲିଜ୍‌ଧାରୀଙ୍କ ବିରୋଧରେ ଜେନାପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ଙ୍କ ଦ୍ୱାରା ଦୁଇ ଦିନ ଧରି ତଦନ୍ତ କରିବା ପରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପଥର ଖାଦାନ ଲିଜ୍‌ଧାରୀମାନଙ୍କୁ ନୋଟିସ ଦିଆଯାଇଛି। ଏହି ଶ୍ରମିକ ମୃତ୍ୟୁ ଘଟଣାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜଟି)ରେ ୧୪୭/୨୦୨୪/ଇଜେଡରେ ହୋଇଥିବା ମାମଲା ଉପରେ ଲଘୁ ଖଣିଜ ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ ଏଭଳି ୨୧ ଦଫା ସମ୍ବଳିତ ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି।
ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର ଖାଦାନଗୁଡ଼ିକରେ ୨୦୧୭ରେ ୧୦ ଜଣ, ୨୦୧୮ରେ ୧୪ ଜଣ ଓ ୨୦୨୩-୨୪ରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତେବେ ଡଙ୍କାରୀ ପାହାଡ଼ ଧସି ଶ୍ରମିକଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଡଙ୍କାରୀ ପାହାଡ଼ର ଖାତା ନମ୍ବର ୨୨୧, ପ୍ଲଟ୍‌ ନମ୍ବର ୬୦୦(ପି)ର ୪ ଏକର ଜମିରେ କଳାପଥର ଉତ୍ତୋଳନ ପାଇଁ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ ଅନୁମତି ମିଳିଥିଲା। ଏହାବାଦ୍‌ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଉପଯୁକ୍ତ ଭାବେ ନିରୀକ୍ଷଣ ନ କରି ୧୮ା୪ା୨୦୨୪ରେ କନ୍‌ସେଣ୍ଟ ଟୁ ଅପରେଟ(ସିଟିଓ) ପ୍ରଦାନ କରାଯାଇଥିଲା। ଲିଜ୍‌ଧାରୀ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିବା ସହ ବ୍ଲାଷ୍ଟିଂ, ଓଭରଲୋଡ୍‌ ଗାଡ଼ି ପରିବହନ ଯୋଗୁ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅତ୍ୟଧିକ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଥିଲା। ଏହାବାଦ୍‌ ଏହି ଖାଦାନ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏଥିପାଇଁ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ମାମଲାକୁ ନେଇ ଏନ୍‌ଜିଟି ପକ୍ଷରୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଲଘୁ ଖଣିଜ ବିଭାଗ ପକ୍ଷରୁ ହୋଇଥିବା ସତ୍ୟପାଠରେ ୧୬ା୫ା୨୦୨୪ ତାରିଖ ସକାଳେ ଡଙ୍କାରୀ ପାହାଡ଼ର ବିଏସକ୍ୟୁ ନମ୍ବର ୫/୧୦ରେ ଅତଡା ଧସିଥିଲା। ସେଠାରୁ ୩ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହାପରେ ଜେନାପୁର ଥାନାରେ ଖଣି ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଯାଜପୁର ଉପଜିଲାପାଳ ସେଠାରେ ୧୪୪ ଧାରା ଜାରି କରିଥିଲେ। ଏହାପରେ ଖଣି ବିଭାଗ ପକ୍ଷରୁ ଟି.କେ.ଏସ୍‌ କନ୍‌ସଲଣ୍ଟାସି ଏଜେନ୍ସି ଦ୍ୱାରା ୧୭ା୫ା୨୦୨୪ରେ ଡ୍ରୋନ ସର୍ଭେ ହୋଇଥିଲା। ଏହି ଏଜେନ୍ସି ପକ୍ଷରୁ ଦାଖଲ ହୋଇଥିବା ସର୍ଭେ ରିପୋର୍ଟରେ ୭୯୯୯୯.୪୧ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିଥିଲା। ଏହି ରିପୋର୍ଟକୁ ଆଧାର କରି ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଉପରୋକ୍ତ ପରିମାଣର ଜରିମାନା ଦାଖଲ କରିବାକୁ ୧୭ା୮ା୨୦୨୪ରେ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ଉକ୍ତ ଘଟଣା ଉପରେ ସବିଶେଷ ତଦନ୍ତ ରିପୋର୍ଟ ଧର୍ମଶାଳା ତହସିଲଦାର ଏବଂ ଲଘୁ ଖଣିଜ ବିଭାଗ ଦ୍ୱାରା ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଏହାବାଦ୍‌ କଳାପଥର ଖାଦାନ ଦ୍ୱାରା ପ୍ରଭାବିତ ଅଭିଯୋଗ ହେଉଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସତ୍ୟପାଠ ଦାଖଲ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣିଜ ଉପନିର୍ଦ୍ଦେଶକ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଲିଜ୍‌ଧାରୀ ଜରିମାନା ଅର୍ଥ ଦାଖଲ କରିନାହାନ୍ତି। ସମସ୍ତ କଳାପଥର ଖାଦାନର ସୁରକ୍ଷା ପାଇଁ ଡିଜିଏମ୍‌ଏସ୍‌ ପକ୍ଷରୁ ତଦନ୍ତ କରାଯାଇଛି। ସମସ୍ତ କଳାପଥର ଖାଦାନରେ ଜଣେ ଲେଖାଏ ମାଇନ୍ସ ମ୍ୟାନେଜର ନିଯୁକ୍ତି ବିନା କାର୍ଯ୍ୟ ହୋଇପାରିବ ନାହିଁ। ଅନୁମତି ନ ଥିଲେ କଳାପଥର ଖାଦାନରେ ବ୍ଲ୍ଳାଷ୍ଟିଂ ହୋଇ ପାରିବ ନାହିଁ। ଏଭଳି ଅନେକ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri