Posted inଜାତୀୟ

ସିବିଆଇ ତଦନ୍ତ କରିଥିବା ୬,୯୦୦ ମାମଲା ଗଡ଼ୁଛି

ନୂଆଦିଲ୍ଲୀ,୩ା୯(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬,୯୦୦ରୁ ଊର୍ଦ୍ଧ୍ୱ ଦୁର୍ନୀତି ମାମଲାର ତଦନ୍ତ କରିଥିବାବେଳେ ସେଗୁଡ଼ିକ ବିଭିନ୍ନ ଅଦାଲତରେ ବିଚାର ଅପେକ୍ଷାରେ ପଡ଼ିରହିଛି। ଏପରିକି ୩୬୧ଟି ମାମଲା କୋର୍ଟରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଗଡ଼ୁଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଏହା ବ୍ୟତୀତ ସିବିଆଇ ନେଇଥିବା ୬୫୮ ଦୁର୍ନୀତି ମାମଲାର ତଦନ୍ତ ହୋଇପାରି ନାହିଁ। ସେଥିରୁ ୪୮ଟି ୫ ବର୍ଷରୁ ଅଧିକ ସମୟ ହେଲା ପଡ଼ିରହିଛି।
କୋର୍ଟରେ ବିଚାରାଧୀନ ଥିବା ମୋଟ ୬,୯୦୦ ମାମଲା ମଧ୍ୟରୁ ୧,୩୭୯ଟି ୩ ବର୍ଷରୁ କମ୍‌ ହୋଇଥିବାବେଳେ ୮୭୫ଟି ୩ ବର୍ଷରୁ ୫ ବର୍ଷ ମଧ୍ୟରେ ଏବଂ ୨,୧୮୮ ମାମଲା ୫ରୁ ୧୦ ବର୍ଷ ହେଲା ପଡ଼ିରହିଛି। ୨,୧୦୦ ମାମଲା ୧୦ ବର୍ଷରୁ ଅଧିକ ହୋଇଥିବାବେଳେ ୩୬୧ ମାମଲା ୨୦ ବର୍ଷରୁ ଅଧିକ ସମୟ ହେଲା ଅଦାଲତରେ ପଡ଼ିରହିଲାଣି। ଏତେବର୍ଷ ଧରି ମାମଲାଗୁଡ଼ିକ ବିଚାରାଧୀନ ରହିବା ଚିନ୍ତାର ବିଷୟ ବୋଲି ସିଭିସି ଏହାର ରିପୋର୍ଟରେ କହିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ ସିବିଆଇ ଏବଂ ଅଭିଯୁକ୍ତଙ୍କର ୧୨,୭୭୩ ଅପିଲ୍‌/ସମୀକ୍ଷା ଆବେଦନ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପଡ଼ିରହିଛି। ସେଥିରୁ ୫୦୧ଟି ୨୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ୧,୧୩୮ଟି ୧୫ରୁ ୨୦ ବର୍ଷ , ୨,୫୫୮ ମାମଲା ୧୦ରୁ ୧୫ ବର୍ଷ, ୩,୮୫୦ ମାମଲା ୫ରୁ ୧୦ ବର୍ଷ , ୨,୧୭୨ ମାମଲା ୨ରୁ ୫ ବର୍ଷ ଏବଂ ୨,୫୫୪ ମାମଲା ୨ ବର୍ଷରୁ କମ୍‌ ସମୟ ହେଲା ବିଚାରାଧୀନ ରହିଛି।
ସେହିପରି ସିବିଆଇ ଅଫିସରମାନଙ୍କ ବିରୋଧରେ ୮୨ଟି ବିଭାଗୀୟ ଅଭିଯୋଗ ମଧ୍ୟ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ବିଚାର ହୋଇ ନାହିଁ। ଅଫିସରଙ୍କ ବିରୋଧରେ ମାମଲା ବିଚାର ନ ହୋଇ ପଡ଼ି ରହିବା ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥାର ଖ୍ୟାତି ଓ ଭାବମୂର୍ତ୍ତିର ପ୍ରତିଫଳନ କରୁଥିବା ସିଭିସି କହିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ ଗ୍ରୁପ୍‌ ଏ ସିବିଆଇ ଅଫିସରଙ୍କ ବିରୋଧରେ ୫୪ ବିଭାଗୀୟ ମାମଲା ରହିଥିବାବେଳେ ଗ୍ରୁପ୍‌ ବି ଅଫିସରଙ୍କ ବିରୋଧରେ ୨୮ ମାମଲା ରହିଛି। ଗ୍ରୁପ୍‌ ଏ ଅଫିସରଙ୍କ ବିରୋଧରେ ୨୫ ମାମଲା ୪ ବର୍ଷରୁ ଅଧିକ ହୋଇଥିବାବେଳେ ୪ ମାମଲା ୩ ରୁ ୪ ବର୍ଷ, ୧୬ ମାମଲା ବର୍ଷେରୁ ୩ ବର୍ଷ ଏବଂ ୯ଟି ମାମଲା ବର୍ଷେରୁ କମ୍‌ ସମୟ ହେଲା ବିଚାର ନ ହୋଇ ପଡ଼ିରହିଛି। ୫୧ ମାମଲାର ତଦନ୍ତ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ୩ ମାମଲାର ଚୂଢାନ୍ତ ନିର୍ଦ୍ଦେଶନାମା ପାଇଁ କାର୍ମିକ ଓ ତାଲିମ୍‌ ବିଭାଗରେ ପଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri