୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ଦୁଇଟି ଅଗ୍ନିଶମ ଗାଡି ଆୟତ୍ତ କରି ନ ପାରିବାରୁ ବାଂଶାପାଳ,ପାଟଣା,ଝୁମ୍ପୁରା ଦମକଳ କେନ୍ଦ୍ର ତଥା ଏମ୍‌ଏସ୍‌ପି କାରଖାନାର ଦମକଳ ଗାଡି ନିୟୋଜିିତ କରାଯାଇଥିଲା। ଏପରିକି ନିଆଁ ଲିଭାଇବା ପାଇଁ ସାଧାରଣ ଲୋକଙ୍କ ଉପଯୋଗୀ ପାଣି ଟ୍ୟାଙ୍କର ଅଣାଯାଇ ନିଆଁ ଲିଭାଯାଇଥିଲା। ଖବରପାଇ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ସୁନିଲ କର,ସବଇନ୍ସପେକ୍ଟର ସୁନିଲ କୁମାର ନନ୍ଦଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ନିଆଁ ଲିଭାଇବା କାମରେ ଲାଗିଥିଲେ। ଭୀଷଣ ନିଆଁରେ ବ୍ୟବସାୟୀ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି।

ଅନ୍ୟପଟେ ଜିଲାପାଳ ଆଶିଷ ଠାକ୍‌ରେ,ଉପଜିଲାପାଳ ରାମଚନ୍ଦ୍ର କିସ୍କୁ,ପୌରପାଳିକା ନିର୍ବାହୀ ଅଧିକାରୀ ଧିମନ ଚକମା,ତହସିଲଦାର ଆଶିଷ ମହାପାତ୍ର ସମେତ ବହୁ ପଦାଧିକାରୀ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଜିଲାପାଳଙ୍କ ଆଦେଶକ୍ରମେ ରାଜସ୍ବ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମ ଯାଇ ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ରାସ ପୂଜା କମିଟିର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଏବଂ ଜିଲାପାଳ ଆଶିଷ ଠାକ୍‌ରେଙ୍କ ସହ ଆଲୋଚନା କରି କ୍ଷତିଗସ୍ତ ବ୍ୟବସାୟୀଙ୍କୁ ଆଇନ ମୁତାବକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି ଯେ କ୍ଷୟକ୍ଷତିର ଆକଳନ କରାଯାଉଛି ା ଆକଳନ ପରେ ଆପାତକାଳୀନ ବିଭାଗ ପକ୍ଷରୁ ନିଷ୍ପତି କ୍ରମେ ନିୟମାନୁଯାୟୀ ପଦକ୍ଷେପ ନିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri