ଦୂଷିତ ଜଳ ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି: ୩ ମୃତ, ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ବସ୍ତା,୨୧।୮(ସ୍ବ.ପ୍ର.): ଲଗାଣବର୍ଷା ପରେ ବାଲେଶ୍ୱର ଜିଲାର ବସ୍ତା ଏବଂ ରେମୁଣା ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ନାଳ ପୋଖରୀରୁ ଲୋକେ ଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରୁଥିବାରୁ ରୋଗ ବ୍ୟାପୁଥିବା ଆଶଙ୍କା କରାଯାଉଛି। ବସ୍ତା ବ୍ଲକ ବାହାବଳପୁର ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଝାଡାବାନ୍ତିରେ ଆକ୍ରାନ୍ତ ଧୀବରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁଘଟିଛି। ସେହି ଅଞ୍ଚଳରେ ଅନ୍ୟ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ମହେଶପୁର, କୁଲୁକୁଣ୍ଡା ଗ୍ରାମରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଝାଡାବାନ୍ତି ଘରକୁ ଘର ଓ ଗାଁକୁ ଗଁା ବ୍ୟାପୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହା ମହାମାରୀ ରୂପ ନେବା ଆଗରୁ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଏବଂ ପ୍ରତିଷେଧକ ଚିକତ୍ସାସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବାହାବଳପୁର ଜେଟିରୁ ମାଛ ଧରିବାକୁ ଯାଇଥିବା ବୋଟ୍‌ଗୁଡ଼ିକରେ କାର୍ଯ୍ୟରତ ଧୀବର ଅଧିକ ସଂଖ୍ୟାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀ ଆସୋସିଏଶନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜେଟିରୁ ସମୁଦ୍ରକୁ ଯାଇଥିବା ୧୦ରୁ ଊର୍ଦ୍ଧ୍ୱ ବୋଟ୍‌ରେ ଥିବା ମତ୍ସ୍ୟଜୀବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସମୁଦ୍ର ଭିତରେ ଥିବାରୁ ଫେରିବାରେ ବିଳମ୍ବ ଘଟିଥିଲା। ସାଗରକନ୍ୟା ବୋଟରେ କାର୍ଯ୍ୟରତ ମତ୍ସ୍ୟଜୀବୀ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ନୟାବସନ୍ତପୁର ଗ୍ରାମର ଚୈତନ୍ୟ ସିଂ(୨୬)ଙ୍କର ପ୍ରଥମେ ମୃତ୍ୟୁ ହୋଇଥିଲା ା କୂଳକୁ ଫେରିଥିବା ଅନ୍ୟ ୭ଟି ବୋଟ୍‌ରେ ୧୩ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ତାରାତାରିଣୀ ବୋଟ୍‌ର ବାରିପଦା ଅଞ୍ଚଳର ଦେବେନ ହେମ୍ରମ(୩୦) ଓ ଦେବୀଦଳନ ଦୁର୍ଗା ବୋଟ୍‌ର ବାଲେଶ୍ୱର ସଦରଥାନା ଦିଗଦା ବଡ଼ବୁଗରା ଗ୍ରାମର ଚନ୍ଦ୍ରକାନ୍ତ ମାଝି(୪୫)। ଅନ୍ୟ ୧୧ଜଣ ଆକ୍ରାନ୍ତ ମତ୍ସ୍ୟଜୀବୀ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବାଲେଶ୍ୱର ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ପବ୍ଲିକ୍‌ ହେଲ୍‌ଥ) ସନ୍ଧ୍ୟାରାଣୀ ପଟ୍ଟନାୟକ ବାହାବଳପୁରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହିତ ଜେଟିକୁ ଯାଉଥିବା ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ମତ୍ସ୍ୟଜୀବୀ ସଂଘର ସଭାପତି ବିକାଶ ଦାସ କହିଛନ୍ତି, ମତ୍ସ୍ୟଜୀବୀମାନେ ଯେଉଁଠାରୁ ପିଇବା ପାଣି ନେଇ ସମୁଦ୍ରକୁ ଯାଆନ୍ତି ବୋଧେ ତାହା ଦୂଷିତ ହୋଇଥିବା କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ୧୫ରୁ ଊର୍ଦ୍ଧ୍ୱ ବୋଟ୍‌ରେ ଜଣେ ଦୁଇଜଣ କରି ମତ୍ସ୍ୟଜୀବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବାହାବଳପୁର ଡାକ୍ତରଖାନାରେ ଡାକ୍ତର ନ ଥିବା ଯୋଗୁ ଏଠାରେ ରୋଗୀଙ୍କୁ ତତ୍କାଳ ଚିକିତ୍ସା ମିଳୁ ନାହିଁ ା ଏଥିଲାଗି ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କିରବାକୁ ପଡୁଛି।
ରେମୁଣା ବ୍ଲକର ଦୁଇଟି ଗ୍ରାମରେ ପୋଖରୀର ଦୂଷିତ ଜଳ ବ୍ୟବହାର ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କମଳାକାନ୍ତ ନାୟକଙ୍କୁ ପଚାରିବାରୁ କହିଛନ୍ତି, ବର୍ଷା ହେବା କାରଣରୁ ଜଳ କେତେକାଂଶରେ ପ୍ରଦୂଷିତ ହୋଇଛି। ମାଛିମଶାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦୂଷିତ ଜଳ ବ୍ୟବହାର ସାଙ୍ଗକୁ ବାସି ଖାଦ୍ୟ ଖାଇବା ଯୋଗୁ ଝାଡ଼ାବାନ୍ତି ରୋଗ ଉଭୟ ଅଞ୍ଚଳରେ ବ୍ୟାପିିଛି। ଏଥିଲାଗି ଲୋକେ ସଚେତନ ରହିବା ଦରକାର। ଏଣୁ ସମ୍ପୃକ୍ତ ଅଞ୍ଚଳକୁ ଡାକ୍ତରୀ ଟିମ୍‌ ପଠାଯାଇ ଲୋକମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯିବା ସହ ଚିକିତ୍ସା କରାଯାଉଛି। ଚିକିତ୍ସକ ଦଳ ଓ ସ୍ବାସ୍ଥ୍ୟ କର୍ମୀ ଲୋକଙ୍କୁ ମଧ୍ୟ ସଚେତନ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri