Posted inଜାତୀୟ

୬୬ ବର୍ଷ ତଳେ ରାଜସ୍ଥାନ କଂଗ୍ରେସରେ ହୋଇଥିଲା ବିଦ୍ରୋହ: ନେହେରୁ ସାଜିଥିଲେ ନୀରବ ଦ୍ରଷ୍ଟା

ଜୟପୁର,୧୩।୭: ରାଜସ୍ଥାନର କଂଗ୍ରେସ ସରକାରରେ ସଙ୍କଟ ଦେଖାଦେଇଛି। ଏହାପୂର୍ବରୁ ୬୬ ବର୍ଷ ତଳେ ୧୯୫୪ରେ ମଧ୍ୟ ରାଜ୍ୟ ରାଜନୀତିରେ ବିଦ୍ରୋହ ଦେଖାଦେଇଥିଲା। ତତ୍‌କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜୟନାରାୟଣ ବ୍ୟାସଙ୍କ ବିରୋଧରେ ଦଳର ମୋହନଲାଲ୍‌ ସୁଖଡ଼ିଆ ବିଦ୍ରୋହ କରିଥିଲେ। ୧୯୫୨ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଜୟନାରାୟଣଙ୍କ ନେତୃତ୍ୱରେ କଂଗ୍ରେସ ୧୬୦ ଆସନରୁ ୮୨ ଆସନରେ ବିଜୟ ଲାଭ କରିଥିଲା। କିନ୍ତୁ ଜୟନାରାୟଣ ଠିଆ ହୋଇଥିବା ୨ଟି ଆସରୁ ପରାଜିତ ହୋଇଥିଲେ। ତେଣୁ ତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ବଢ଼ିଥିଲା। ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ସୁଖଡ଼ିଆଙ୍କ ବିଜୟ ହୋଇଥିଲା। ଜୟନାରାୟଣ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିକଟତମ ଥିଲେ। ତେବେ ବି ନେହେରୁ ଜୟନାରାୟଣଙ୍କୁ ସୁରକ୍ଷିତ ରଖି ପାରି ନ ଥିଲେ। ନେହେରୁ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ। ପରାଜିତ ହେବାପରେ ଜୟନାରାୟଣ ନିଜ ସରକାରୀ ବାସଭବନକୁ ଖାଲି କରିଦେଇଥିଲେ। ଘରର ସମସ୍ତ ଆସବାବପତ୍ର ଏକ ଘୋଡ଼ାଗାଡ଼ିରେ ଲଦି ନିଜ ଗାଁ ଯୋଧପୁରକୁ ପଳାଇ ଯାଇଥିଲେ। ଏବେ ରାଜସ୍ଥାନରେ ମଧ୍ୟ କ୍ଷମତା ଦଖଲ ନାଟକର ପୁନରାବୃତ୍ତି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?