୬୪ ଅଭିଯୋଗ ସମାଧାନ କଲେ ଜିଲାପାଳ, ଏସ୍‌ପି

ନୂଆପଡ଼ା, ୨୫ା୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶ ଓ ଏସ୍‌ପି ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଉପଜିଲାପାଳ ସୁର୍ମି ସୋରେନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଧନେଶ୍ୱର ସେଠୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଚିନ୍ମୟ ସାଗର, ଶେଖ ନସୀମ, ହେମନ୍ତ ପୁଟା ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରେ ୬୪ଟି ଅଭିଯୋଗର ସମାଧାନ କରାଯାଇଥିଲା। ଶିବିରରେ ଚଟିଆଗୁଡ଼ା ଗାଁର ବୃଦ୍ଧ କୀର୍ତ୍ତନ ବାଗଙ୍କୁ ୧୦ ହଜାର ଟଙ୍କା ଏବଂ ଗମ୍ଭାରୀଗୁଡ଼ା ଗାଁର ଭିନ୍ନକ୍ଷମ ଝିଅ ଭୂମିସୂତା ମେହେରଙ୍କୁ ୫ ହଜାର ଟଙ୍କାର ତତ୍କାଳ ସହାୟତା ରେଡକ୍ରସ ପାଣ୍ଠିରୁ ଜିଲାପାଳ ପ୍ରଦାନ କରିଥିଲେ। ଚାରପାଲି ଗାଁର ବୃଦ୍ଧା କ୍ଷମତି ତେଜିଙ୍କ ପୁଅର ବ୍ୟାଙ୍କ ଋଣ ବାକି ଥିବାରୁ ହାତୀବନ୍ଧା ୟୁଜିବି ମ୍ୟାନେଜର ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ରୋକି ଦେଇଥିବା ଅଭିଯୋଗ କରିଥିଲେ। ଜିଲାପାଳ ଅଭିଯୋଗ ଶିବିରରୁ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ବକେୟା ସହିତ ତୁରନ୍ତ ପ୍ରଦାନ କରିବା ପାଇଁ ମ୍ୟାନେଜରଙ୍କୁ ନିଦ୍ଦେଶ ପ୍ରଦାନ କରିଥିଲେ। କୁସୁମଯୋର ଗାଁରୁ ସିନାପାଲି କଲେଜ ଯାଏଁ ସରକାରୀ ବସ ଚଳାଚଳ କରିବା ପାଇଁ କଲେଜ ଛାତ୍ରୀଛାତ୍ର ମାନେ ଅନୁରୋଧ କରିବାରୁ ଜିଲାପାଳ ଏହାକୁ ଅନୁମୋଦନ କରିଥିଲେ । ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମଗୁଡିକରୁ ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଜନଶୁଣାଣି ଶିବିର ଉପଲକ୍ଷେ ଟିମନପୁର ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri