ବିଦେଶୀ ମୁଦ୍ରାଭଣ୍ଡାରରେ ୬୧୬ ବିଲିୟନ ଡଲାର

ନୂଆଦିଲ୍ଲୀ,୨୩।୧୨: ଗତ କିଛି ସପ୍ତାହ ହେବ ବିଦେଶୀ ମୁଦ୍ରାଭଣ୍ଡାର ପରିମାଣରେ କ୍ରମାଗତ ବୃଦ୍ଧି ଜାରି ରହିଛି। ବିଶେଷକରି ବିଦେଶୀ ନିବେଶରେ ଲଗାତର ବୃଦ୍ଧି ଯୋଗୁ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ପ୍ରାୟ ୬୧୬(୬୧୫.୯୭୧ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ଦେଶରେ ଫରେକ୍ସ ରିଜର୍ଭ ୯.୧୧୨ ବିଲିୟନ ଡଲାର ବୃଦ୍ଧି ଘଟି ୬୧୫.୯୭୧ ବିଲିୟନ ଡଲାରରେ ରହିଛି ବୋଲି ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ୨୦୨୩ ଡିସେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହର କାରବାର ଆଧାରରେ ଆର୍‌ବିଆଇ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶିତ ହୋଇଛି। ସେହିଭଳି ପୂର୍ବ ସପ୍ତାହରେ ଫରେକ୍ସ ରିଜର୍ଭ ୬୦୬.୮୫୯ ବିଲିୟନ ଡଲାର ଥିଲା। ଅପରପକ୍ଷରେ ୨୦୨୩ ଡିସେମ୍ବର ୨୨ରେ ବିଦେଶୀ ମୁଦ୍ରାଭଣ୍ଡାରର ଡାଟା ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଛି। ଆର୍‌ବିଆଇର ସୂଚନା ଅନୁସାରେ ୨୦୨୩ ଡିସେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୯.୧୧ ବିଲିୟନ ଡଲାର ବଢିଛି। ଏହି ଅବଧି ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି ୮.୩୪୯ ବିଲିୟନ ଡଲାର ବଢି ୫୪୫.୦୪୮ ବିଲିୟନ ଡଲାର ହୋଇଛି। ସେହିଭଳି ଆର୍‌ବିଆଇର ସୂଚନା ଅନୁସାରେ ଦେଶର ସୁନା ଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ହୋଇଛି। ଆର୍‌ବିଆଇର ଗୋଲ୍ଡ ରିଜର୍ଭ ୪୪୬ ମିଲିୟନ ଡଲାର ବଢି ୪୭.୫୭୭ ବିଲିୟନ ଡଲାର ହୋଇଛି। ସେହିପରି ସ୍ପେସିଆଲ ଡ୍ରଇଂ ରାଇଟ୍ସ (ଏସ୍‌ଡିଆର୍‌) ୧୩୫ ମିଲିୟନ ଡଲାର ବୃଦ୍ଧି ଘଟି ୧୮.୩୨୩ ବିଲିୟନ ଡଲାର ଓ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ରିଜର୍ଭ ଜମା ୧୮୧ ମିଲିୟନ ଡଲାର ବଢି ୫.୦୨୩ ବିଲିୟନ ଡଲାରରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ ବିଦେଶୀ ମୁଦ୍ରାଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୬୪୫ ବିଲିୟନ ଡଲାର ସ୍ତର ଛୁଇଁଥିଲା। ଏହା ପରେ ବୈଶ୍ୱିକ ଘଟଣାକ୍ରମ ଓ ଭାରତୀୟ ମୁଦ୍ରାକୁ ସଶକ୍ତ କରିବା ପାଇଁ ବିଦେଶୀ ମୁଦ୍ରାଭଣ୍ଡାରକୁ କ୍ରମାଗତ ଭାବେ ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?