ରାଜ୍ୟଗୁଡ଼ିକୁ ୬୧୯୪ କୋଟିର ଅନୁଦାନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ରାଜସ୍ବ ନିୟଣ୍ଟ ଅନୁଦାନ ଭାବେ ବୁଧବାର ୬୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ୧୨ ତମ ତଥା ଚୂଡାନ୍ତ ମାସିକ କିସ୍ତି ବୋଲି ଜଣାପଡିଛି। ପୋଷ୍ଟ ଡିଭଲ୍ୟୁଶନ ରେଭେନ୍ୟୁ ଡେଫିସିଟ ଗ୍ରାଣ୍ଟ (ପିଡିଆର୍‌ଡି) ଭାବେ ଚଳିତ ଆର୍ଥତ୍କ ବର୍ଷରେ ଯୋଗ୍ୟ ବିବେଚିତ ରାଜ୍ୟଗୁଡିକୁ ମୋଟ ୭୪,୩୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶୁପାରିସ ଆଧାରରେ ମାସିକ କିସ୍ତି କେନ୍ଦ୍ର ପ୍ରଦାନ କରୁଛି। ୧୪ ରାଜ୍ୟକୁ ଏଭଳି ଅନୁଦାନ ଦେବା ଲାଗି ଆୟୋଗ ସୁପାରିଶ କରିଥିଲେ। ରାଜସ୍ବ ଆଦାୟ ଏବଂ ଖର୍ଚ୍ଚକୁ ବିଚାର କଲେ କେଉଁ ରାଜ୍ୟ କେତେ ଅର୍ଥ ପାଇବେ ସେ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ୧୪ ରାଜ୍ୟକୁ ୩୪,୩୪୦ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରିବାକୁ ଶୁପାରିସ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ଆସାମ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହା ମଧ୍ୟରେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ଚାଇନା ଫୋନ୍‌ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ...

ଆମାଜନ, ଫ୍ଲିପ୍‌କାର୍ଟ ସାମ୍ନାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୪: ରିଲାଏନ୍ସ ଜିଓରେ ଫେସ୍‌ବୁକ୍‌ର ୫.୭ ବିଲିୟନ ଡଲାର ନିବେଶ ଭାରତୀୟ ବଜାର ଲାଗି ଅନେକ ଗୁରୁତ୍ୱ ବହନ କରିବ। ରିଲାଏନ୍ସ ଜିଓ ପ୍ଲାଟ୍‌ଫର୍ମ ଆଗାମୀ...

ଆଦିତ୍ୟ ହ୍ୟୁଣ୍ଡାଇରେ ଫ୍ରି କାର୍‌ କେୟାର କ୍ଲିନିକ କ୍ୟାମ୍ପ

ଭୁବନେଶ୍ୱର,୧୮-୪:ସ୍ଥାନୀୟ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋ’ରୁମରେ ଫ୍ରି କାର୍‌ କେୟାର କ୍ଲିନିକ ଶୁଭାରମ୍ଭ ହୋଇଛି। ଚଳିତ ମାସ ୨୧ ଯାଏ ଏହି କ୍ୟାମ୍ପ ଚାଲିବ। ହ୍ୟୁଣ୍ଡାଇ...

ହୋଣ୍ଡା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷ ସାମିଲ

ଭୁବନେଶ୍ୱର,୨୭-୫: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମତଦାନ ସଚେନତତା ଲାଗି ଗ୍ରହଣ କରାଯାଇଥିବା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷରୁ...

ଟ୍ରେଡ୍‌ ଓ୍ବାରରୁ ଭାରତକୁ ମିଳିବ ଫାଇଦା

ନୂଆଦିଲ୍ଲୀ,୧୭-୬: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାରର ଫାଇଦା ଉଠାଇ ଭାରତ କେମିକାଲ ଓ ଗ୍ରାନାଇଟ୍‌ ସମେତ ପ୍ରାୟ ୩୫୦ ପ୍ରକାର...

ଜିଏସ୍‌ଟି କାଉନସିଲ୍‌ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍‌ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୧-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

Advertisement
Archives

Model This Week