Posted inଜାତୀୟ

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି। ଏହାସତ୍ତ୍ୱେ ଅନ୍ୟ ଧର୍ମ ଏବଂ ଅନ୍ୟ ଜାତିରେ ବିବାହକୁ ଦେଶର ଅର୍ଦ୍ଧାଧିକ ଲୋକ ପସନ୍ଦ କରୁ ନ ଥିବା ନେଇ ଏକ ସର୍ଭେ ରିପୋର୍ଟ ସାମ୍‌ନାକୁ ଆସିଛି। ଭାରତୀୟ ସମାଜର ଆଚରଣ ଏବଂ ମନୋଭାବକୁ ବୁଝିବା ପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଗ୍ରୁପ୍‌, ହାଓ ଇଣ୍ଡିଆ ଲିଭ୍ସ ଏବଂ ମାର୍କେଟ ରିସର୍ଚ୍ଚ ଏଜେନ୍ସି କେଡେନ୍ସ ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରଥମଥର ପାଇଁ ମିଳିତ ଭାବେ ଗ୍ରସ୍‌ ଡୋମେଷ୍ଟିକ୍‌ ବିହେବିଅର (ଜିଡିବି) ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ୬୧% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଥିବାବେଳେ ୩୭% ଏହାକୁ ସମର୍ଥନ କରିଛନ୍ତି। ସେହିପରି ସର୍ବେକ୍ଷଣରେ ୫୬% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରିଥିବାବେଳେ ୪୩% ଏହାକୁ ସମର୍ଥନ କରିଛନ୍ତି। କେରଳରେ ସର୍ବାଧିକ ୯୪% ଲୋକ ଅନ୍ୟ ଧର୍ମରେ ବିବାହକୁ ସମର୍ଥନ କରିଛନ୍ତି। ଏହା ପଛକୁ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ରହିଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଲୋକେ ଅନ୍ୟ ଧର୍ମରେ ବିବାହକୁ ସର୍ବାଧିକ ବିରୋଧ କରୁଥିବା ଏହି ସର୍ଭେରୁ ଜଣାପଡ଼ିଛି।
ସର୍ଭେରେ ୨୧ ରାଜ୍ୟ ଏବଂ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯,୧୮୮ ଉତ୍ତରଦାତାଙ୍କ ଲିଙ୍ଗଗତ ମନୋଭାବ, ଧର୍ମୀୟ ବିବିଧତା ଏବଂ ଭେଦଭାବ ପ୍ରତି ସେମାନଙ୍କର ଧାରଣା ସମ୍ପର୍କରେ ପଚରାଯାଇଥିଲା। ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯୦% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଛନ୍ତି। ୮୬% ସାକ୍ଷରତା ଥିବା ଚଣ୍ଡିଗଡ଼ବାସୀ ଅନ୍ୟ ଧର୍ମରେ ବିବାହକୁ ଏତେମାତ୍ରାରେ ବିରୋଧ କରୁଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଧର୍ମ ଧର୍ମ ମଧ୍ୟରେ ଭେଦଭାବ ମାନସିକତା ସାକ୍ଷରତା ଏବଂ ସହରୀକରଣଠାରୁ ଊର୍ଦ୍ଧ୍ୱରେ ବୋଲି ଏହି ସର୍ଭେ ପ୍ରମାଣିତ କରୁଥିବା ନେଇ ସ୍ତମ୍ଭକାର କମଲେଶ ସିଂ କହିଛନ୍ତି। ଉତ୍ତର ପ୍ରଦେଶର ୮୪% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିବା ଏହି ସର୍ଭେ କହିଛି।
ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ହରିୟାଣା ଆଦି ରାଜ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଅନ୍ୟ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଥିବାବେଳେ ଏବେ ମଧ୍ୟ ଜନସାଧାରଣଙ୍କ ମନରୁ ଏଭଳି ବିବାହକୁ ନେଇ ଘୃଣାଭାବ ଯାଇ ନ ଥିବା ସର୍ଭେ କହିଛି। ଧର୍ମକୁ ଆଧାର କରି ନିଯୁକ୍ତିଦାତା କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେବା ଘଟଣାଗୁଡ଼ିକୁ ୩୯% ଉତ୍ତରଦାତା ସମର୍ଥନ କରିଥିବାବେଳେ ୬୦% ଏହାକୁ ବିରୋଧ କରିଛନ୍ତି। ୮୮% କେରଳୀ ଏପରି ଘଟଣାକୁ ବିରୋଧ କରିଥିବାବେଳେ ଉତ୍ତରପ୍ରଦେଶର ୫୧% ଉତ୍ତରଦାତା ଏହାକୁ ସମର୍ଥନ କରିଛନ୍ତି। ସେହିପରି କୌଣସି ହାଉସିଂ ସୋସାଇଟି, ଆପାର୍ଟମେଣ୍ଟ କିମ୍ବା ସାର୍ବଜନୀନ ସ୍ଥାନରେ ବିଫ୍‌, ମାଂସ ପରି କିଛି ନିର୍ଦ୍ଦିଷ୍ଟ ଭୋଜନ ଉପରେ କଟାକଣା ଲଗାଇବାକୁ ୪୧% ଉତ୍ତରଦାତା ସମର୍ଥନ କରିଥିବାବେଳେ ୫୪% ଲୋକ ବିରୋଧ କରିଛନ୍ତି। କେରଳର ୮୮% ଉତ୍ତରଦାତା ଏହାକୁ ବିରୋଧ କରିଥିବାବେଳେ ଉତ୍ତରାଖଣ୍ଡର ୭୫% ଉତ୍ତରଦାତା ଏପରି କଟକଣାର ସମର୍ଥନରେ ବାହାରିଛନ୍ତି। ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମ ପ୍ରତି ଭେଦଭାବ ଏବଂ ସ୍ବୀକୃତି ପ୍ରଦାନର ସ୍ତର ଭିନ୍ନ ରହିଛି ବୋଲି ସଦ୍ୟ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri