Posted inଜାତୀୟ

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି। ଏହାସତ୍ତ୍ୱେ ଅନ୍ୟ ଧର୍ମ ଏବଂ ଅନ୍ୟ ଜାତିରେ ବିବାହକୁ ଦେଶର ଅର୍ଦ୍ଧାଧିକ ଲୋକ ପସନ୍ଦ କରୁ ନ ଥିବା ନେଇ ଏକ ସର୍ଭେ ରିପୋର୍ଟ ସାମ୍‌ନାକୁ ଆସିଛି। ଭାରତୀୟ ସମାଜର ଆଚରଣ ଏବଂ ମନୋଭାବକୁ ବୁଝିବା ପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଗ୍ରୁପ୍‌, ହାଓ ଇଣ୍ଡିଆ ଲିଭ୍ସ ଏବଂ ମାର୍କେଟ ରିସର୍ଚ୍ଚ ଏଜେନ୍ସି କେଡେନ୍ସ ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରଥମଥର ପାଇଁ ମିଳିତ ଭାବେ ଗ୍ରସ୍‌ ଡୋମେଷ୍ଟିକ୍‌ ବିହେବିଅର (ଜିଡିବି) ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ୬୧% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଥିବାବେଳେ ୩୭% ଏହାକୁ ସମର୍ଥନ କରିଛନ୍ତି। ସେହିପରି ସର୍ବେକ୍ଷଣରେ ୫୬% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରିଥିବାବେଳେ ୪୩% ଏହାକୁ ସମର୍ଥନ କରିଛନ୍ତି। କେରଳରେ ସର୍ବାଧିକ ୯୪% ଲୋକ ଅନ୍ୟ ଧର୍ମରେ ବିବାହକୁ ସମର୍ଥନ କରିଛନ୍ତି। ଏହା ପଛକୁ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ରହିଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଲୋକେ ଅନ୍ୟ ଧର୍ମରେ ବିବାହକୁ ସର୍ବାଧିକ ବିରୋଧ କରୁଥିବା ଏହି ସର୍ଭେରୁ ଜଣାପଡ଼ିଛି।
ସର୍ଭେରେ ୨୧ ରାଜ୍ୟ ଏବଂ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯,୧୮୮ ଉତ୍ତରଦାତାଙ୍କ ଲିଙ୍ଗଗତ ମନୋଭାବ, ଧର୍ମୀୟ ବିବିଧତା ଏବଂ ଭେଦଭାବ ପ୍ରତି ସେମାନଙ୍କର ଧାରଣା ସମ୍ପର୍କରେ ପଚରାଯାଇଥିଲା। ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯୦% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଛନ୍ତି। ୮୬% ସାକ୍ଷରତା ଥିବା ଚଣ୍ଡିଗଡ଼ବାସୀ ଅନ୍ୟ ଧର୍ମରେ ବିବାହକୁ ଏତେମାତ୍ରାରେ ବିରୋଧ କରୁଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଧର୍ମ ଧର୍ମ ମଧ୍ୟରେ ଭେଦଭାବ ମାନସିକତା ସାକ୍ଷରତା ଏବଂ ସହରୀକରଣଠାରୁ ଊର୍ଦ୍ଧ୍ୱରେ ବୋଲି ଏହି ସର୍ଭେ ପ୍ରମାଣିତ କରୁଥିବା ନେଇ ସ୍ତମ୍ଭକାର କମଲେଶ ସିଂ କହିଛନ୍ତି। ଉତ୍ତର ପ୍ରଦେଶର ୮୪% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିବା ଏହି ସର୍ଭେ କହିଛି।
ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ହରିୟାଣା ଆଦି ରାଜ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଅନ୍ୟ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଥିବାବେଳେ ଏବେ ମଧ୍ୟ ଜନସାଧାରଣଙ୍କ ମନରୁ ଏଭଳି ବିବାହକୁ ନେଇ ଘୃଣାଭାବ ଯାଇ ନ ଥିବା ସର୍ଭେ କହିଛି। ଧର୍ମକୁ ଆଧାର କରି ନିଯୁକ୍ତିଦାତା କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେବା ଘଟଣାଗୁଡ଼ିକୁ ୩୯% ଉତ୍ତରଦାତା ସମର୍ଥନ କରିଥିବାବେଳେ ୬୦% ଏହାକୁ ବିରୋଧ କରିଛନ୍ତି। ୮୮% କେରଳୀ ଏପରି ଘଟଣାକୁ ବିରୋଧ କରିଥିବାବେଳେ ଉତ୍ତରପ୍ରଦେଶର ୫୧% ଉତ୍ତରଦାତା ଏହାକୁ ସମର୍ଥନ କରିଛନ୍ତି। ସେହିପରି କୌଣସି ହାଉସିଂ ସୋସାଇଟି, ଆପାର୍ଟମେଣ୍ଟ କିମ୍ବା ସାର୍ବଜନୀନ ସ୍ଥାନରେ ବିଫ୍‌, ମାଂସ ପରି କିଛି ନିର୍ଦ୍ଦିଷ୍ଟ ଭୋଜନ ଉପରେ କଟାକଣା ଲଗାଇବାକୁ ୪୧% ଉତ୍ତରଦାତା ସମର୍ଥନ କରିଥିବାବେଳେ ୫୪% ଲୋକ ବିରୋଧ କରିଛନ୍ତି। କେରଳର ୮୮% ଉତ୍ତରଦାତା ଏହାକୁ ବିରୋଧ କରିଥିବାବେଳେ ଉତ୍ତରାଖଣ୍ଡର ୭୫% ଉତ୍ତରଦାତା ଏପରି କଟକଣାର ସମର୍ଥନରେ ବାହାରିଛନ୍ତି। ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମ ପ୍ରତି ଭେଦଭାବ ଏବଂ ସ୍ବୀକୃତି ପ୍ରଦାନର ସ୍ତର ଭିନ୍ନ ରହିଛି ବୋଲି ସଦ୍ୟ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

India and Pakistan war: ପାକିସ୍ତାନ ପରମାଣୁ ଆଟାକ୍‌ କଲେ, ଓଡ଼ିଶା ଉପରେ ପଡିବ କି ବିପଦ? ବଡ଼ ଆକଳନ…

ନୂଆଦିଲ୍ଲୀ,୩୦।୪:ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ପାକିସ୍ତାନ ଉପରେ...

ଗଞ୍ଜାମ ହେବ ଯକ୍ଷ୍ମାରୋଗୀ ମୁକ୍ତ, ଅନ୍ୟ ଜିଲା ପାଇଁ ପାଲଟିବ ଉଦାହରଣ

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

ଏହି ମୁସ୍‌ଲିମ ଦେଶରେ ଛାଡ଼ପତ୍ର ପରେ ଖୁସି ମନାନ୍ତି ମହିଳା, ରହିଛି ନିଜସ୍ବ ବଜାର

ବିଶ୍ୱରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଘଟୁଥିବା ଅନନ୍ୟ ଘଟଣା ପାଇଁ ଜଣାଶୁଣା। ଏପରି କିଛି କଥା ଏହି ଦେଶ ବିଷୟରେ ଜାଣି ଲୋକମାନେ...

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି...

ଭାରତରେ ଥିବା ପାକ୍‌ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି, କରିପାରିବେ ପୁନଃ ଭିଜା ଆବେଦନ

ନୂଆଦିଲ୍ଲୀ,୩୦ା୪: ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଖୁସି ଖବର। ପାକ୍‌ ନାଗରିକମାନେ ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିଜା ଆବେଦନ କରିପାରିବେ।...

ଓ୍ବାର୍‌ରୁମ୍‌ରେ ମୋଦି, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ, ୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (CCS) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ବସିଛିି। ଜମ୍ମୁ...

CISCE ISC ICSE Board Result 2025: ପ୍ରକାଶ ପାଇଲା ICSE ଦଶମ- ISC ଦ୍ୱାଦଶ ଶ୍ରେଣୀ ଫଳାଫଳ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୩୦।୪:ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ଆଜି ବୋର୍ଡ ମୁଖ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri