Posted inଜାତୀୟ

ଜୁନ୍‌ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ ବୈଜ୍ଞାନିକମାନଙ୍କ ଏକ ସଂଗଠନ ପକ୍ଷରୁ ପ୍ରକାଶିତ କ୍ଲାଇମେଟ୍‌ ସେଣ୍ଟ୍ରାଲ ରିପୋର୍ଟରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଚାଇନାର ୫୭.୯ କୋଟି, ଇଣ୍ଡୋନେସିଆର ୨୩.୧ କୋଟି, ନାଇଜେରିଆର ୨୦.୬ କୋଟି, ବ୍ରାଜିଲର ୧୭.୬ କୋଟି, ବାଂଲାଦେଶର ୧୭.୧ କୋଟି ଏବଂ ଆମେରିକାର ୧୬.୫ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମରେ କଲବଲ ହୋଇଥିବାବେଳେ ୟୁରୋପରେ ୧୫.୨ କୋଟି, ମେକ୍ସିକୋରେ ୧୨.୩ କୋଟି, ଇଥିଓପିଆରେ ୧୨.୧ କୋଟି ଏବଂ ଇଜିପ୍ଟରେ ୧୦.୩ କୋଟି ଲୋକ ଅନୁରୂପ ଭାବେ ପ୍ରଭାବିତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଜୁନ୍‌ ୧୬ରୁ ୨୪ ମଧ୍ୟରେ ଅତ୍ୟଧିକ ଗ୍ରୀଷ୍ମକୁ ସାମ୍‌ନା କରିଥିଲେ, ଯାହାକି ଅନୂ୍ୟନ ୩ ଗୁଣରୁ ଅଧିକ ଥିଲା।
କ୍ଲାଇମେଟ୍‌ ସେଣ୍ଟ୍ରାଲର ମୁଖ୍ୟ ପ୍ରୋଗ୍ରାମ୍‌ ଅଫିସର ଆଣ୍ଡ୍ର୍ୟୁ ପେର୍‌ଶିଂଙ୍କ ମତରେ ଶତାଧିକ ବର୍ଷ ଧରି କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନ ଯୋଗୁ ବିଶ୍ୱ ଅତ୍ୟଧିକ ବିପଜ୍ଜନକ ହୋଇପଡ଼ିଛି। ଚଳିତ ବର୍ଷ ଗ୍ରୀଷ୍ମରେ ସାରା ବିଶ୍ୱରେ ଦେଖାଦେଇଥିବା ଗ୍ରୀଷ୍ମ ଲହର ଅସ୍ବାଭାବିକ ବିପର୍ଯ୍ୟୟ ଥିଲା। କାର୍ବନ ପ୍ରଦୂଷଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଏଭଳି ବିପର୍ଯ୍ୟୟ ଅଧିକ ଦେଖିବାକୁ ମିଳିବ ବୋଲି ପେର୍‌ଶିଂ କହିଛନ୍ତି। ଭାରତରେ ଚଳିତ ମାସରେ ୪୦ ହଜାରରୁ ଊର୍ଦ୍ଧ୍ୱ ଅଂଶୁଘାତର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଶତାଧିକ ପ୍ରାଣ ହରାଇଥିଲେ। ଦିଲ୍ଲୀରେ ଉତ୍କଟ ଜଳସଙ୍କଟ ସାଙ୍ଗକୁ ପାନୀୟ ଜଳ ଯୋଗାଣରେ ବାଧା ଏବଂ ବିଜୁଳି ସମସ୍ୟା ଗ୍ରୀଷ୍ମର ଯନ୍ତ୍ରଣାକୁ ବଢ଼ାଇ ଦେଇଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ଗ୍ରୀଷ୍ମଲହର ଦିନ ସଂଖ୍ୟା ଦୁଇଗୁଣ ହୋଇଥିଲା। ରାଜସ୍ଥାନରେ ତାପମାତ୍ର ୫୦ ଡିଗ୍ରୀ ଟପିଥିବାବେଳେ ବିଭିନ୍ନ ଅଞ୍ଚଳରେ ରାତିକାଳୀନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri