୨ ମାସ ହେଲା ୬ ହଜାର ଡିବିଟି ହିତାଧିକାରୀଙ୍କୁ ମିଳିନି ଭତ୍ତା: ବ୍ଲକ କାର୍ଯ୍ୟାଳୟ ଯାଇ ମଧ୍ୟ ନିରାଶ

କେସିଙ୍ଗା,୨୯।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କୁ ୨ ମାସ(ଏପ୍ରିଲ, ମେ) ହେଲା ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା (ଡିବିଟି) ମିଳିନାହିଁ । ଯାହା ଫଳରେ ଡିବିଟି ଭତ୍ତା ଟଙ୍କା ପାଉଥିବା ଗରିବ ଶ୍ରେଣୀର ହିତାଧିକାରୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ଏପ୍ରିଲ ମାସରେ ମିଳି ନ ଥିଲା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଚିଠି ନ.୪୫୪୪/୨୮.୪.୨୦୨୬) ଅନୁସାରେ ଏନ.ଏସ.ଏ.ପି. ପେନସନ ଯୋଜନା ଅଧୀନରେ ଥିବା ହିତାଧିକାରୀଙ୍କ ଅଗତି ନିମନ୍ତେ ଜଣାଇଥିଲେ।

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଏପ୍ରିଲ ମାସରୁ ଡିବିଟି ପ୍ରକ୍ରିୟା ସଂଶୋଧନ କରିଛନ୍ତି। ଏଣୁ ଜାତୀୟ ସାମାଜିକ ସହାୟତା ଏପ୍ରିଲ ମାସରେ ପ୍ରଦାନ କରିବାକୁ ମନା କରିଛନ୍ତି। ଏପ୍ରିଲ ଓ ମେ ମାସର ଭତ୍ତାକୁ ଏକକାଳୀନ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଡାଇରେକ୍ଟର ଏକ ବିଜ୍ଞପ୍ତି ମାଧ୍ୟମରେ ହିତାଧିକାରୀଙ୍କୁ ଜଣାଇ ଥିବା ଜଣାପଡ଼ିଛି। କିନ୍ତୁ ବିଜେଡି ସରକାରଙ୍କ ଶାସନ କାଳରେ ପ୍ରତ୍ୟେକ ମାସର ୬ ତାରିଖରେ ବୃଦ୍ଧାବୃଦ୍ଧଙ୍କ ଡିବିଟି ଟଙ୍କା ବ୍ୟାଙ୍କରେ ପଡୁଥିଲା। କିନ୍ତୁ ଭାଜପା ସରକାର ଆସିଲା ଦିନ ଠାରୁ ପ୍ରତ୍ୟେକ ମାସରେ ଠିକ ଭାବେ ଭତ୍ତା ଦିଆ ଯାଉ ନ ଥିବାରୁ ହିତାଧିକାରୀଙ୍କ ମନରେ ଅସନ୍ତୋଷ ଦେଖାଦେଉଛି । ଗରିବ ହିତାଧିକାରୀ ଏହି ଭତ୍ତା ଉପରେ ନିର୍ଭର କରି ମାସ ଯାଏ ଚଳିଥାଆନ୍ତି। କିନ୍ତୁ କେସିଙ୍ଗା ବ୍ଲକର ପ୍ରାୟ ୬ ହଜାର ହିତାଧିକାରୀ ଏହି ଭତ୍ତା,ଦୁଇ ମାସ ହେଲା ବ୍ଲକର ୨୬ଟି ଗ୍ରାମପଞ୍ଚାୟତରେ ଥିବା ୬ହାଜର ହିତାଧିକାରୀଙ୍କୁ ଭତ୍ତା ଦିଆଯାଇ ନ ଥିବାରୁ ବହୁତ କଷ୍ଟରେ ଜୀବନଯାପନ କରୁଛନ୍ତି।
ପ୍ରାୟ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବୃଦ୍ଧାବୃଦ୍ଧମାନେ ବ୍ଲକ କାର୍ଯ୍ୟାଳୟ, ଗ୍ରାମ ପଞ୍ଚାୟତକୁ ଦୌଡ଼ି ଦୌଡି ନିରାଶରେ ଘରକୁ ଫେରୁଛନ୍ତି। ଡିବିଟିରେ ଭତ୍ତା ମିଳୁ ନ ଥିବା ପ୍ରାୟ ୬ ହଜାର ହିତାଧିକାରୀ ଦୁଇ ମାସ ହେଲା ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଏ ସଂକ୍ରାନ୍ତରେ ଭର୍ତ୍ତା ବିଭାଗ ଅଫିସର ରାକେଶ ବାବୁଙ୍କ ପଚାରିବାରୁ ଆଜି ନ ହେଲେ କାଲି ଦିଆଯିବ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri