୬୦ ହଜାର ହେକ୍ଟର ଜମି ପ୍ରଭାବିତ

କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ ଓ ପରିବା କ୍ଷେତରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖାଯାଇଛି। ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଜିଲାର ପ୍ରାୟ ୬୦ ହଜାର ହେକ୍ଟର ଜମିରେ ବର୍ଷାଜଳ ଜମି ରହିଛି। ତୁରନ୍ତ କ୍ଷତିପୂରଣ ସହ ୬ ଦଫା ଦାବି ସମ୍ଭଳିତ ଏକ ଦାବିପତ୍ର ସିପିଆଇ (ଏମ୍‌) ପକ୍ଷର ଏଡିଏମ୍‌ଙ୍କୁ ପ୍ରଦାନ କରାଯାଇଛି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ଅଥବା ଖଣି ନାହିଁ। ଏହାର ଅର୍ଥନୀତି କୃଷିଭିତ୍ତିକ। କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ଏକ ମୁଖ୍ୟ ସମସ୍ୟା ହୋଇ ରହିଛି। ଜମିକୁ ଜଳ ସେଚନ ହେଉ କିମ୍ବା ନିଷ୍କାସନ ବ୍ୟବସ୍ଥା ପ୍ରତି ପ୍ରଶାସକ ଓ ରାଜନେତା ଦୃଷ୍ଟି ଦେଉନାହାନ୍ତି। ଚଳିତବର୍ଷ ଜିଲାରେ ୧ଲକ୍ଷ ୨୪ ହଜାର ହେକ୍ଟର ଖରିଫ ଧାନ ଚାଷ ହୋଇଥିଲା। ଲଗାଣ ବର୍ଷାରେ ଏଥିମଧ୍ୟରୁ ପ୍ରାୟ ୬୦ ହଜାର ହେକ୍ଟର ଜମିରେ ପାଣି ଜମି ରହିଛି। ତିନିମୁହାଣୀର ବିଜୟ କୁମାର ଦାସ କହିଛନ୍ତି, ଚଳିତ ବର୍ଷ ଧାନ ସହ ସୋରିଷ ଓ ବିରି କ୍ଷେତରେ ବୁଣିଥିଲେ। ଧାନ କଟା ପରେ ପରେ ଏହି ଫସଲ ଆଦାୟ ହୋଇଥାନ୍ତା। ଲଗାଣ ବର୍ଷା ଫଳରେ କ୍ଷେତରେ ପାଣି ଜମି ରହିଥିବାରୁ ଧାନ, ସୋରିଷ ଓ ମୁଗ ଚାଷ ନଷ୍ଟ ହୋଇଗଲା। କୃଷି ସମବାୟ ସମିତିରୁ ଆସିଥିବା ଋଣ ଶୁଝିବ କିପରି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ଆଳିର ରାଧାଶ୍ୟାମ ସାମଲ କହିଛନ୍ତି, ଗ୍ରାମରେ ରହି ପେଟ ପୁରୁ ନ ଥିବାରୁ ବାହାରକୁ ଯିବାକୁ ପଡୁଛି। ଜିଲାର ବହୁ ପାଣି ପାଇପ ମିସ୍ତ୍ରି ଦେଶ ବିଦେଶରେ ରହୁଥିବାବେଳେ କର୍ମନିଯୁକ୍ତି ପାଇଁ ଯୁବବର୍ଗ କେରଳ, ସୁରଟ, କଲିକାତା ଆଦି ଅଞ୍ଚଳକୁ ଯାଇଥାନ୍ତି। ତେବେ ୨୦୨୦-୨୧ର କରୋନା ସଂକ୍ରମଣ ପରେ ବହୁ ପ୍ରବାସୀ ଘରକୁ ଫେରିଆସି ଚାଷରେ ମନ ଦେଇଥିଲେ। ଏବେ ଲଗାଣ ବର୍ଷା ପ୍ରବାସୀଙ୍କ କୃଷି ପ୍ରତି ମନୋଭାବକୁ ବଦଳାଇ ଦେଇଛି। କ୍ଷେତରେ ଅମଳ ହୋଇ ନ ଥିବା ଧାନ ପାଣିରେ ଭାସିବା ସହ ଗଜା ହୋଇ ଗଲାଣି। କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାରୀ ମଣ୍ଡିରୁ ପାଇବା ଆଶା ମରିଗଲା। ବୁଦ୍ଧିଜୀବୀ ବିଧୂ ଭୂଷଣ ମହାପାତ୍ର କହିଛନ୍ତି, କୃଷିକ୍ଷେତ୍ରକୁ ଜଳ ପରିଚାଳନା ପାଇଁ ବିଭିନ୍ନ ନଦୀ, ନାଳରେ ବନ୍ଧ ଓ କ୍ରିକ୍‌ ନିର୍ମାଣ ସହିତ ନଦୀ ସଂଯୋଗକରଣକୁ ଗୁରୁତ୍ୱ ଦେବା ଆବଶ୍ୟକ। ଜିଲାରେ ଲଘୁ ଉଦ୍ୟୋଗ ଓ ଅର୍ଥକାରୀ ଫସଲକୁ ଗୁରୁତ୍ୱ ଦେଲେ ମାନବସମ୍ବଳର ଉପଯୋଗ ହୋଇପାରିବ। ସିପିଆଇ(ଏମ) ଜିଲା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଲଘୁଚାପଜନିତ ଲଗାଣ ବର୍ଷାରେ ଧାନ, ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ନଷ୍ଟ ହୋଇଛି। ତୁରନ୍ତ ଚାଷର କ୍ଷୟକ୍ଷତି ଅନୁଧ୍ୟାନ କରିବା, ଧାନ କ୍ଷତିରେ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ, ଅର୍ଥକାରୀ ଫସଲ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ, ସମସ୍ତ କୃଷି ଋଣ ଛାଡ଼ କରିବା, ଆଗାମୀ ଚାଷ ପାଇଁ ସୁଧରେ ଋଣ, ବିହନ ଓ ସାର ମାଗଣା ଦେବା ଆଦି ଦାବି ରଖାଯାଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଏଡିଏମ୍‌ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ଅନୁଧ୍ୟାନ କରାଯାଉଛି। ଜିଲା ପ୍ରଶାସନିକ ଅଧିକାରୀ ଏଥିରେ ନିଯୁକ୍ତ ଅଛନ୍ତି। ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିପୂରଣ ସହ କର୍ମନିଯୁକ୍ତି ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri