ଘଣ୍ଟାଏରେ ଗୋଟିଏ ସ୍ଥାନରେ କାମୁଡୁଛନ୍ତି ୬୦ ମଶା

ଭୁବନେଶ୍ୱର, ୧୮।୧୧ (ବନ୍ଦନା ସେଠୀ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଦ୍ୱିପ୍ରହର, ଶାନ୍ତିରେ ବସି କି ଶୋଇ ହେଉନାହିଁ। ଘରଠୁ ବାହାର, ଅଫିସ୍‌ରେ ବି ଗୋଡ଼ାଇ କାମୁଡୁଛନ୍ତି ମଶା। ଗାଁ ଗହଳି, ଉପାନ୍ତ ଅଞ୍ଚଳଠାରୁ ବଳିଗଲାଣି ସ୍ମାର୍ଟସିଟି ଭୁବନେଶ୍ୱର। ଏଠାରେ ମଶାଙ୍କ ପ୍ରାଦୁର୍ଭାବ ଏତେ ବଢି ଯାଇଛି ଯେ, ମଶାଧୂପ କିମ୍ବା ବଜାରରେ ମିଳୁଥିବା ବିଭିନ୍ନ ସ୍ପ୍ରେ କିଛି ବି କାମ କରୁନି। ଅଧିକାଂଶ ଘରେ ଏବେ ଦିନରାତି ମଶାରି ଟଙ୍ଗା ହୋଇ ରହୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ, ଏବେ ଭୁବନେଶ୍ୱରରେ ମଶାର ସାନ୍ଧ୍ରତା (ପର୍‌ ମ୍ୟାନ୍‌ ଆଓ୍ବାର୍‌) ୬୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କୁ ଘଣ୍ଟାଏ ଭିତରେ ଶରୀରର ଗୋଟିଏ ସ୍ଥାନରେ ୬୦ଟି ମଶା କାମୁଡୁଛନ୍ତି। ପୂର୍ବରୁ ଏହି ସାନ୍ଧ୍ରତା ୪୦ରୁ ତଳେ ରହିଥିଲା। ସାନ୍ଧ୍ରତା ୫୦ରୁ ତଳକୁ ରହିଲେ ଏହାକୁ ସାଧାରଣ ବୋଲି ବିବେଚନା କରାଯାଏ। ମାତ୍ର ଭୁବନେଶ୍ୱରରେ ଏହାଠାରୁ ଢ଼େର୍‌ ଅଧିକ ରହୁଥିବାରୁ ସ୍ଥିତି ଚିନ୍ତାଜନ ରହିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛନ୍ତି ସ୍ମାର୍ଟସିଟିବାସୀ। ସହରରୁ ବାହାରୁଥିବା ଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା କରି ପାରୁ ନ ଥିବାରୁ ସହରସାରା ଏବେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି, ଏହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଥିବା କୁହାଯାଉଛି। ସାଧାରଣତଃ ଅକ୍ଟୋବରରୁ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇ ଜାନୁୟାରୀ ପର୍ଯ୍ୟନ୍ତ ଜାରି ରହିଥାଏ। ତେଣୁ ଏହି ସମୟରେ ଲାର୍ଭା ନଷ୍ଟକଲେ ମଶା ନିୟନ୍ତ୍ରଣ ସମ୍ଭବ। କିନ୍ତୁ ବିଏମ୍‌ସି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ନାମକୁ ମାତ୍ର ଫଗିଂ କରି ଦୋଷ ଖସାଇବାକୁ ବସିଛି। ଲାର୍ଭାରୁ ମଶା ବାହାରି ଏବେ ଉଡିବା ଆରମ୍ଭ କଲେଣି। ପୁଣି ଶୀତ ଆରମ୍ଭ ହୋଇ ଯାଇଥିବାରୁ କାକରରୁ ବର୍ତ୍ତିବା ପାଇଁ ମଶା ପଲ ଘରମୁହଁା ହେଉଛନ୍ତି।
ଗତ ନଭେମ୍ବରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ବରରେ ମଶା ସାନ୍ଧ୍ରତା ସର୍ଭେ କରାଯାଇଥିଲା। ଯେଉଁଠି ୫୦ରୁ କମ୍‌ ମଶା ରହିବା କଥା, ସେଠାରେ ୮୦ ରହିଥିଲେ। ଫଳରେ ଡେଙ୍ଗୁ ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଥିଲା। ନଭେମ୍ବର ପରେ ଆଉ ସର୍ଭେ ହୋଇ ନ ଥିବାରୁ ପୂର୍ବବର୍ଷର ତଥ୍ୟକୁ ଧରି ଅନ୍ଧାରରେ ବାଡି ବୁଲାଇବା ଭଳି ବିଏମ୍‌ସି ମଶାମରା ଅଭିଯାନ ଚଲାଇଛି। ବିଏମ୍‌ସି ଅଞ୍ଚଳର ୬୭ଟି ଓ୍ବାର୍ଡ ପାଇଁ ପୂର୍ବରୁ ୮ଟି ଫଗିଂ ମେଶିନ୍‌ ଥିବାବେଳେ ଏବେ କିଛିଦିନ ତଳେ ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣାଯାଇଥିଲା। ମାତ୍ର ସେଗୁଡିକ ଠିକ୍‌ ଭାବେ କାମ କରୁନାହିଁ। ଅପରପକ୍ଷେ କାଗଜକଲମରେ ପ୍ରତିଦିନ ଫଗିଂ କରାଯାଉଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ୬୭ଟି ଓ୍ବାର୍ଡ ପାଇଁ ଆବଶ୍ୟକ ସଂଖ୍ୟକ ଗାଡ଼ି ନ ଥିବାବେଳେ ନିୟମିତ ଭାବେ ଫଗିଂ କରାଯାଉ ନାହିଁ। ଫଳରେ ମଶା ବଂଶ ବୃଦ୍ଧି ପାଇ ଚାଲିଛି। ଗତ ୨ବର୍ଷ ହେବ ଭୁବନେଶ୍ୱର ଡେଙ୍ଗୁ ସଂକ୍ରମଣରେ ଜିଲାରେ ଆଗୁଆ ରହୁଥିବାବେଳେ ଏନେଇ ଉଚିତ୍‌ ପଦକ୍ଷେପ ନିଆଯାଉ ନାହିଁ। ଚଳିତବର୍ଷ ସଂକ୍ରମଣ ବଢିବା ସମୟରେ ଲୋକଦେଖାଣିଆ ଭାବେ ଫଗିଂ, ମଶାତେଲ ସିଞ୍ଚନ, ମଶା ଲାର୍ଭା ନଷ୍ଟ କରାଯାଉଥିଲା। ଏପରିକି ମଶା ଦାଉରୁ ବର୍ତ୍ତିବା ପାଇଁ ଡ୍ରୋନ୍‌ ଉଡାଣ କରାଯାଇଥିଲା। ମାତ୍ର ଏସବୁ ରଣନୀତି ଫେଲ୍‌ ମାରିଛି। ଏବେ ବିଏମ୍‌ସି ଅଞ୍ଚଳର ୪ଟି ନାଳରେ ମଶା ଲାର୍ଭା ଖାଉଥିବା ଗଙ୍ଗୁସିଆ ମାଛକୁ ଛଡା ଯାଇଛି। ମଶା ଦମନ ପାଇଁ ବିଏମ୍‌ସି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଦେଖାଯାଉଛି।
ଏନେଇ ବିଏମ୍‌ସି ସିଟି ହେଲ୍‌ଥ ଅଧିକାରୀ କହିଛନ୍ତି, ଏବେ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଶୂନ ରହିଛି। ତେଣୁ ମଶାଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି। ଗୁରୁବାର ମଶା ସାନ୍ଧ୍ରତା ସର୍ଭେ କରାଯାଇଥିଲା। ସାନ୍ଦ୍ରତା ଯେତିକି ରହିବା କଥା ତା’ଠାରୁ ସାମାନ୍ୟ ଅଧିକ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିୟମିତ ଫଗିଂ ଏବଂ ମଶାତେଲ ସିଞ୍ଚନ କରାଯାଉଛି। ଖୁବ୍‌ଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri