ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ ଥିବା ୬୦ ଗ୍ରାମ ସୁନା ଅଳଙ୍କାର ସହ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଇ ଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବ୍ୟକ୍ତି ଜଣକ ବ୍ୟାଙ୍କରେ ବନ୍ଧକ ପଡିଥିବା ସୁନା ମୁକୁଲାଇ ଘରକୁ ଫେରୁଥିଲେ। ସେତିକିବେଳେ ୨ଟି ବାଇଇକ୍ରେ ୩ଜଣ ଦୁବୃର୍ତ୍ତ ଆସି ବାଇକ୍ ଚାଳକଙ୍କୁ ଅଟକାଇ ଥିଲେ। ଏପରିକି ଦୁର୍ୱୃତ୍ତମାନେ ଟଙ୍କା ପଡ଼ିଯାଇଥିବା କହି ୬୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧ଲକ୍ଷ ୪୪ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଦୁବୃର୍ତ୍ତମାନଙ୍କୁ ପୋଲିସ ଧରିପାରି ନାହିଁ।

