ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଥିଲା। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଜାମ୍ବୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ଏପରି ଉଚ୍ଛେଦର ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟ ଓ ମିଶ୍ରାମାଗର ଆଦି ନୂଆ କରି ନିର୍ମାଣ କରାଯାଉନାହିଁ। ଫଳରେ ବଇଣ୍ଡା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।
୫୫ ନମ୍ବର ଜାତୀୟ ରାଜପଥ ୪ ଲେନ ରାସ୍ତା ନିର୍ମାଣ ପାଇଁ ବଇଣ୍ଡାଠାରେ ୨୦୧୮ ମେ ୧୭ ତାରିଖରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ସମସ୍ତ କ୍ଷତିପୂରଣ ପୈଠ କରାଯାଇ ନ ଥିବା ବେଳେ ତରବରିଆ ଭାବେ ପ୍ରଶାସନ ଉଚ୍ଛେଦ ଆରମ୍ଭ କରିଥିଲା। ଅଞ୍ଚଳବାସୀ ବିରୋଧ କରିଥିଲେ ମଧ୍ୟ ରାଜନେତାଙ୍କ ଚାପରେ ପ୍ରଶାସନ ପୋଲିସ ସହ ୧୪୪ ଧାରା ଜାରି କରି ଉଚ୍ଛେଦ ଆରମ୍ଭ କରିଥିଲା। ବଇଣ୍ଡାରେ ଥିବା ପଶୁଡାକ୍ତର ଖାନା, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ବଇଣ୍ଡା ଛକରେ ଥିବା ଯାତ୍ରୀ ବିଶ୍ରାମାଗାର, ବଇଣ୍ଡା କଲେଜରେ ଥିବା ବିଶ୍ରାମାଗାର, ଲୁହାମୁଣ୍ଡାଠାରେ ଥିବା ବିଶ୍ରାମାଗାର, ଡେବେରାପାଲି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମାଗାର , ହଣ୍ଡପା ଯାତ୍ରୀ ବିଶ୍ରାମାଗାର, ବଇସିଣା ଗ୍ରାମ ଯାତ୍ରୀ ବିଶ୍ରାମାଗାର, ପାଗବନ୍ଧା ପ୍ରାଥମିକ ବିଦ୍ୟାଳୟ ପାଚେରି, ନାକିଚି ଯାତ୍ରୀ ବିଶ୍ରାମାଗାର ସମେତ ଅନେକ ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଛି। ଉଚ୍ଛେଦକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ବହୁ ହଇରାଣ ହେଉଛନ୍ତି। କିଛି କାର୍ଯ୍ୟାଳୟ ଭଡା ଘରେ ଚାଲିଥିବାବେଳେ କିଛି କାର୍ଯ୍ୟାଳୟ ଅନ୍ୟ କାର୍ଯ୍ୟାଳୟରେ ମର୍ଜ କରି କାର୍ଯ୍ୟାଳୟ ଖୋଲୁଥିବା ଜଣାପଡିଛି। ବିଶେଷକରି ବଇଣ୍ଡା ଠାରେ ପଶୁ ଡାକ୍ତରଖାନା ନିର୍ମାଣ ହେଉ ନ ଥିବା ଯୋଗୁ ୪ଟି ପଞ୍ଚାୟତର ଲୋକେ ନିଜ ନିଜ ଗୃହପାଳିତ ପଶୁର ଚିକିତ୍ସା ପାଇଁ ୭ କି.ମି. ହଣ୍ଡପା ପଶୁ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହେବା ସହ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ଫଳରେ ବଇଣ୍ଡା ବଙ୍ଗଳା ଉପରେ ନିର୍ଭର କରୁଥିବା ଭିଆପି, ରାଜନେତାମାନେ ହଇରାଣ ହେଉଥିବା ସହ ୧୭ କିମି ଦୂରରେ ଥିବା ନାକିଚି ବଙ୍ଗଳା ଉପରେ ନିର୍ଭର କରୁଛନ୍ତି, ଯାହାକି ବଇଣ୍ଡାର ବିକାଶରେ ବାଧକ ସୃଷ୍ଟି ହେଉଛି। ଫାଣ୍ଡିର ନୂଆ ଗୃହ ନିର୍ମାଣ ପାଇଁ ଫାଣ୍ଡି ପଛରେ ଥିବା ଜମ ଚିହ୍ନଟ ନିମନ୍ତେ ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କୁ ୧୫ ଜାନୁଆରୀ ୨୦୨୧ରେ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନେକ ବିଶ୍ରାମାଗାର ସହ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା ନେଇଛି। ହେଲେ ବଇଣ୍ଡାଠାରେ ଥିବା କିଶୋରଗଞ୍ଜର ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ଅତି ନିମ୍ନମାନର କରାଯାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାତ୍ରୀ ବିଶ୍ରାମଗାରଗୁଡିକ ଠିକାସଂସ୍ଥା ପକ୍ଷରୁ ଲୁହା ପାଇପ୍‌ ମାଧ୍ୟମରେ ନିର୍ମାଣ କରିଥିଲେ ମଧ୍ୟ ଆଜବେଷ୍ଟସ ପକାଇ ନ ଥିବା ଯୋଗୁ ଯାତ୍ରୀମାନେ ଖରାରେ ବସ୍‌କୁ ଅପେକ୍ଷା କରି ରହୁଛନ୍ତି। ତୁରନ୍ତ ଏଥି ପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ କିଶୋରନଗର ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଯାତ୍ରୀ ବିଶ୍ରାମଗାର ଭଙ୍ଗାଯିବା ଅର୍ଥ ବ୍ଲକ କାର୍ଯ୍ୟାଳୟ ଠାରେ ନାହିଁ। ଏ ସବୁ ପଇସା ଅନୁଗୋଳ ଟ୍ରେଜେରିରେ ଡିପୋଜିଟ ହୋଇଛି। କ’ଣ ପାଇଁ ନୂତନ ବିଶ୍ରାମାଗାର ନିର୍ମାଣ କରାଯାଉନାହିଁ ସେ ନେଇ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri