ଡରେଇଲାଣି ରାଜଧାନୀ: ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ପଜିଟିଭ୍‌୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ପୁଣି ୬ ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଏବଂ ଲୋକାଲ କେସ୍‌ ୫ ଜଣ ବୋଲି ଜଣାପଡିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ଫେରନ୍ତା ରେଳ କର୍ମଚାରୀ। ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳରୁ ୩ ଜଣ(୧୬ ବର୍ଷୀୟ ବାଳିକା, ୬୦ବର୍ଷୀୟ ମହିଳା ଏବଂ ୧୫ ବର୍ଷୀୟ ବାଳକ), ଅନ୍ୟ ଜଣେ ୧୩ ବର୍ଷୀୟ ଯୁବକ ବମିଖାଲ କେନାଲ ରୋଡରୁ ଏବଂ ବାକି ଜଣେ ୩୨ ବର୍ଷୀୟ ପୁରୁଷ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏବେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୩୨୦ ହୋଇଥିବାବେଳେ ସେଥିମଧ୍ୟରୁ ୧୮୫ ସୁସ୍ଥ ଏବଂ ୪ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୧୩୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତିମଣ୍ଡପ

ପୁରୀ ଅଫିସ,୨୭।୪: ମହାମାରୀ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେ ନେଇ କୌଣସି...

ଜ୍ୱର, ଝାଡ଼ାବାନ୍ତିରେ ୪୯ ଆକ୍ରାନ୍ତ

ବନ୍ତଳା, ୨୫ା୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ଜ୍ୱର, ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତିରେ ୧୨ ଜଣ...

ପିଏମ୍‌ଏଓ୍ବାଇରେ ଅନିୟମିତତା: ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ଅନିୟମିତତା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ...

ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ...

ମଧୁବାବୁ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ତତ୍‌କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସି ନ ଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର...

ନକଲି ସର୍ଫ ବିକ୍ରି ଘଟଣା: ଗୋଦାମ ସିଲ୍‌, ମାଲିକଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳ ରେଳ ଫାଟକ ନିକଟ ଓ ଅଇଁଠାପାଲି ଥାନା ନୂଆଁପଡ଼ାସ୍ଥିତ ଗୋଦାମରେ ପୋଲିସ ଚଢାଉ କରିଥିଲା। ଅସଲି ବ୍ରାଣ୍ଡରେ...

ପରିବେଶ ପ୍ରଦୂଷଣ ରୋକିବାକୁ ଆଇଟିଆଇ ଛାତ୍ରଙ୍କ ପ୍ରୟାସ: ନିର୍ମାଣ କଲେ ‘ଇ-ସାଇକେଲ’

ବ୍ରହ୍ମପୁର ଅଫିସ,୧୫ା୧-ବିସ୍ମୟ ସୃଷ୍ଟି କଲେ ଆଇଟିଆଇ ଛାତ୍ର। ପରିବେଶ ପ୍ରଦୂଷଣ ରୋକିବା, ପ୍ରାକୃତିକ ତୈଳଜାତ ଦ୍ରବ୍ୟର ଅପଚୟ ରୋକିବାକୁ ନିର୍ମାଣ କଲେ ‘ଇ-ସାଇକେଲ’। ସାଇକେଲରେ ୧୨...

ବିଧାୟକଙ୍କ ବିବାହରେ କୋଭିଡ୍‌ ନିୟମ ଉଲ୍ଲଂଘନ

ଭଦ୍ରକ ଅଫିସ, ୪।୭: ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ବିବାହ ସମାରୋହରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା...

Advertisement
Archives

Model This Week