ପ୍ୟାକେଜ୍ଡ ପାଣି ପାଇଁ ୬ ମାସ: ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୩।୧: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ପ୍ୟାକିଂ ହୋଇଥିବା ପାଣି ଉପରେ ସରକାରଙ୍କ ନୂଆ ନିୟମ ଲାଗୁ ନିମନ୍ତେ ସମୟ ସୀମା ବୃଦ୍ଧି କରାଯାଇଛି। ଆସନ୍ତା ୧ ଜୁଲାଇ ୨୦୨୧ ସୁଦ୍ଧା ସମସ୍ତ ପ୍ୟାକିଂ ପାନୀୟ ଜଳଗୁଡିକରେ କ୍ୟାଲସିୟମ ଓ ମାଗ୍ନେସିୟମ ଭଳି ଖଣିଜ ମହଜୁଦ ହୋଇପାରୁଥିବା ଆବଶ୍ୟକ ବୋଲି କୁହାଯାଇଛି। ପୂର୍ବରୁ ଖାଦ୍ୟ ବ୍ୟାପାର ଅପରେଟର(ଏଫ୍‌ବିଓ)ଙ୍କ ଲାଗି ଏଫ୍‌ଏସ୍‌ଏସ୍‌ଏଆଇ ୧ ଜୁଲାଇ ୨୦୨୦ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ଦେଶରେ କୋଭିଡ୍‌ କଟକଣା ଓ ଲକ୍‌ଡାଉନ ଯୋଗୁ ଏହି ନିୟମ ଲାଗୁ ନିମନ୍ତେ ସମୟ ସୀମାକୁ ୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କମ୍ପାନୀଗୁଡିକର ଦାବି ଓ ଆପତ୍ତିକୁ ଗ୍ରହଣକରି ସରକାର ଆଉ ୬ ମାସ ଏହାକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଏଫ୍‌ଏସ୍‌ଏସ୍‌ଏଆଇର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ହିତାଧିକାରୀଙ୍କ ଏକ ବର୍ଗ ଏ ନେଇ ଆପତ୍ତି କରିଥିଲେ; ଯେଉଁଥିରେ କୋଭିଡ୍‌-୧୯ ମହାମାରୀ ଲାଗି ନିୟମ ପାଳନ ନିମନ୍ତେ ଏଫ୍‌ବିଓମାନେ ଏପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରି ନ ଥିବା ଅଧିକାରୀ ଜଣକ କହିଥିଲେ। ଏହି ନିୟାମକ ୧ ଜୁଲାଇ ସୁଦ୍ଧା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ୍‌ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ମାତ୍ରା ସମ୍ପର୍କିତ ନିୟମ ପାଳନ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟରରେ ଏହି ମାନ ଏଫ୍‌ଏସ୍‌ଏସ୍‌ଏଆଇ ୨୦୧୯ ମସିହାରୁ ନିର୍ଦ୍ଧାରଣ କରିଛନ୍ତି। ପ୍ରତି ପାଣି ବୋତଲ (୧ଲିଟର)ରେ ଅନୂ୍ୟନ ୨୦ରୁ ୭୫ ମିଲିଗ୍ରାମ କ୍ୟାଲସିୟମ ଓ ମାଗ୍ନେସିୟମ ରହିପାରିବ। ତେବେ ଏପର୍ଯ୍ୟନ୍ତ ବଜାରରେ ମିଳୁଥିବା ପାଣି ବୋତଲରେ ଏହି ଖଣିଜ ପରିମାଣ ମାତ୍ର ୧୦ରୁ ୩୦ ମିଲିଗ୍ରାମ ମଧ୍ୟରେ ରହୁଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଏଫ୍‌ଏସ୍‌ଏସ୍‌ଏଆଇ ୨୦୧୯ ମସିହାରୁ ଏଥିପାଇଁ ଆଇନ ଲାଗୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?