ଚିଲିକାରେ ୬ଲକ୍ଷ ବିଦେଶାଗତ ପକ୍ଷୀ:ଜାନୁଆରୀ ୧୭ରେ ପକ୍ଷୀ, ୨୧ରେ ଡଲ୍‌ଫିନ ଗଣନା

ବାଲୁଗଁା,୨୦ା୧୨(ସଂଗ୍ରାମ ପାଇକରାୟ):ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଗତ ୧୮ତାରିଖ ତଥା ବୁଧବାର ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୮୬ପ୍ରଜାତିର ୨ଲକ୍ଷ ୫୦ହଜାର ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିଲିକା ଅଞ୍ଚଳ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, ନଈରୀ, କାଳୁପଡ଼ା, ରାହାଣବେଲି, ସାତପଡ଼ା, କୃଷ୍ଣପ୍ରସାଦ, ଗୁରୁବାଇ, ବଡ଼ଗୋଠ, ଜହ୍ନିକୁଦା, ସିପାକୁଦ, ବାଲିପାଟପୁର ଏବଂ ରମ୍ଭା ଅଞ୍ଚଳରେ ସମାଗମ ହୋଇଛନ୍ତି। ଏହି ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦନ ପିଣ୍ଟେଲ, ଗଡ଼ଓ୍ବାଲ, ସୋଭଲର, ବ୍ଲାକ ଟେଲଡ଼ ଗଡ଼ଓିଟ୍‌, ବାର-ହେଡେଡ୍‌ ଗୁଜ ଏବଂ ଆକର୍ଷଣୀୟ ଫ୍ଲେମିଙ୍ଗୋ ରହିଛନ୍ତି। ଏଥର ଚିଲିକାକୁ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ତେବେ ଆସନ୍ତା ଜାନୁଆରୀ ୧୭ ତାରିଖରେ ପକ୍ଷୀ ଗଣନା ହେବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ଅମ୍ଳାନ କୁମାର ନାୟକ କହିଛନ୍ତି। ପକ୍ଷୀଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ ସେଥିଲାଗି ଗଣନାର ୧୫ଦିନ ପୂର୍ବରୁ ନଳବଣ ଏବଂ ଏହାର ଆଖପାଖ ଅଞ୍ଚଳରେ ମାଛଧରା ଡଙ୍ଗା ଏବଂ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗଣନା ପୂର୍ବରୁ ଜାନୁଆରୀ ୧୬ତାରିଖରେ ବାଲୁଗଁା ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଗଣନା କାର୍ଯ୍ୟରେ ମୋଟ୍‌ ୨୧ଟି ଟିମ୍‌ ସାମିଲ ହେବେ। ପ୍ରତି ଟିମ୍‌ରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ ଜଣ ସଦସ୍ୟ ରହିବେ। ଏଥିପାଇଁ ପ୍ରତି ଟିମ୍‌କୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଜିପିଏସ୍‌ ଏବଂ ଓ୍ବାକିଟକି ଯୋଗାଇ ଦିଆଯିବ। ୧୭ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିବ। ଗଣନା ଦଳରେ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓ୍ବାଇଲ୍ଡ ଓଡ଼ିଶା, ଓୟୁଏଟି, ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରୀଛାତ୍ରଙ୍କ ସମେତ ମୋଟ ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହେବେ।
ସେହିପରି ଚିଲିକାରେ ବିରଳ ଇରାଓ୍ବାଡି ପ୍ରଜାତିର ଡଲଫିନ ଗଣନା ଜାନୁଆରୀ ୨୧ ତାରିଖ ହେବ। ଏଥିପାଇଁ ୨୦ ତାରିଖରେ ଡଲଫିନ ଅଭୟାରଣ୍ୟ ଅଞ୍ଚଳ ସାତପଡା ଏବଂ ବାଲୁଗଁାଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ସାତପଡ଼ାରେ ୮ଟି ଟିମ୍‌ ଏବଂ ବାଲୁଗାଁ ନିକଟ ଚିଲିକା ଅଞ୍ଚଳରେ ୧୦ଟି ଟିମ୍‌ ରହି ଗଣନା କରିବେ। ଗତବର୍ଷ ଚିଲିକାରେ ୧୬୦ରୁ ଊର୍ଦ୍ଧ୍ୱ ଡଲଫିନ ଦୃଷ୍ଟି ଗୋଚର ହୋଇଥିବା ଗଣନାରୁ ଜଣାପଡିଥିଲା। ସେହିପରି ଗତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଥିଲା। ପାଗ ଅନୁକୂଳ ରହିଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?