୬ ଥାକିଆ ରାସ୍ତା ନିର୍ମାଣରେ ଚଞ୍ଚକତା

ଯାଜପୁର,୧୮ା୩ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ୫୯.୧୮ କୋଟି ଟଙ୍କାର ୬ ଥାକିଆ ରାସ୍ତା ପ୍ରକଳ୍ପ ୪ ଥାକିଆ ଭାବେ ନିର୍ମାଣ ହୋଇଛି। ଏହା ପୁଣି ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ରୋଡ ଚୋରଦା ଛକଠାରୁ ଡୁବୁରୀ ପର୍ଯ୍ୟନ୍ତ ଏସ୍‌ଏଚ୍‌-୧୦ ନମ୍ବର କଳିଙ୍ଗନଗର ଶିଳ୍ପାଞ୍ଚଳ ରାସ୍ତା। ରାସ୍ତାର ଅଧିକାଂଶ ଅଣଓସାରିଆ ଭାବେ ନିର୍ମାଣ ହୋଇଛି। ରାସ୍ତାରେ ଦିଆଯାଉଥିବା ଧଳା ରଙ୍ଗର ଚିହ୍ନ ଭଲ ଭାବେ ଦେଖାଯାଉ ନାହିଁ। କହିବାବାହୁଲ୍ୟ, ୨୦୧୯ରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଏବେବି ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ଏହାବାଦ୍‌ ଡିଭାଇଡରର ଉଭୟ ପାର୍ଶ୍ୱରେ ବିପୁଳ ପରିମାଣର କଳାଗୁଣ୍ଡ ଓ ଧୂଳି ଜମି ରହୁଛି। ରାସ୍ତା କଡରେ ଥିବା ଗଛଗୁଡ଼ିକର ରଙ୍ଗ ସବୁଜ ସ୍ଥଳେ ଧୂସର ବର୍ଣ୍ଣର ଦେଖାଯାଉଛି। ଫଳରେ ବାରଗାଡିଆ, ନଡିଆଭଙ୍ଗା, ସାରଙ୍ଗପୁର, ମାନପୁର ପ୍ରଭୃତି ଗ୍ରାମବାସୀ ଧୂଳିଧୂଆଁରେ ରୁନ୍ଧି ହେଉଛନ୍ତି। ଦେଶର ଷ୍ଟିଲ ହବ ଭାବେ ପରିଗଣିତ କଳିଙ୍ଗନଗର ଶିଳ୍ପାଞ୍ଚଳର ଏଭଳି ରାସ୍ତାର ଅବସ୍ଥାକୁ ଦେଖିଲେ ଦେଶବିଦେଶରୁ ଆସୁଥିବା ଆଗନ୍ତୁକଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହେଉଛି। ଫଳରେ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଓ ସୁଦୃଢ଼ ଗମନାଗମନ ବ୍ୟବସ୍ଥା ଥିବା ଷ୍ଟିଲ ହବ୍‌ର ଲକ୍ଷ୍ୟ ଏଠାରେ ପରାହତ ହେଉଥିବା ମତପ୍ରକାଶ ପାଇଛି।
ଦେଶର ଅନ୍ୟତମ ଶିଳ୍ପାଞ୍ଚଳ ଭାବେ କଳିଙ୍ଗନଗର ପରିଚିତ ହୋଇ ସାରିଛି। ଏଠାରେ ୧୫ରୁ ଊର୍ଦ୍ଧ୍ୱ ଛୋଟବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। ଫଳରେ ଗମନାଗମନକୁ ଅତି ସହଜ ଓ ସୁରକ୍ଷିତ କରିବାକୁ ଡୁବୁରୀଠାରୁ ଯାଜପୁର ରୋଡ ଓ ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବା ଲକ୍ଷ୍ୟରେ ଏକ ୬ ଥାକିଆ ରାସ୍ତା ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଉକ୍ତ ରାସ୍ତା ନିର୍ମାଣ ଦାୟିତ୍ୱ ବିଜୟ କନଷ୍ଟ୍ରକ୍ସନକୁ ଦିଆଯାଇଥିଲା। ୨୦୧୯ ମାର୍ଚ୍ଚ ୭ରୁ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ୨୦୨୦ ଜୁନ୍‌ ୮ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପ୍ରସ୍ତାବିତ ୬ ଥାକିଆ ରାସ୍ତାକୁ ୪ ଥାକିଆ ରାସ୍ତାରେ ସୀମିତ ରଖାଯାଇଛି। ଏପରିକି କେତେକାଂଶରେ ୪ ଥାକିଆ ପର୍ଯ୍ୟନ୍ତ ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ରାସ୍ତାର ଡିଭାଇଡର ଓ ସେଥିରେ ଗଛ ଲଗାଇବା କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଛି। ମଞ୍ଜୁର ଅର୍ଥରୁ ସିଂହଭାଗ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଲୁ କରିଥିବାର ଅଭିଯୋଗ ହେଉଛି। ଚୋର୍ଦ୍ଦା ଛକଠାରୁ କୁସୁନପୁର ବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ନ କରି ରାସ୍ତା ନିର୍ମାଣ ହୋଇଥିବାରୁ ଅଣଓସାରିଆ ହୋଇ ପଡ଼ିରହିଛି। ଫଳରେ ସୁରକ୍ଷିତ ଗମନାଗମନ ବ୍ୟାହତ ହେଉଛି। ବିଭିନ୍ନ ସମୟରେ ଏଥିପାଇଁ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ରାସ୍ତାରୁ ଧୂଳି ସଫା କରିବାକୁ ଆସୁଥିବା ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ଜିଲାର ଜଣେ ପ୍ରଭାବଶାଳୀ ନେତା ପୂର୍ତ୍ତ ବିଭାଗର ରକ୍ଷାକବଚ ପାଲଟିଥିବାରୁ କେହି ହସ୍ତକ୍ଷେପ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ା ଯଦ୍ଦ୍ବାରା ଜିଲାରେ ଏଫ୍‌-୨ ଆଳରେ ଅନେକ କୋଟି ଟଙ୍କା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ଲୁଟି ନେଇଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଅଧିକାଂଶ ସ୍ଥାନରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ପାଣିକୋଇଲି ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଜମି ଅଧିଗ୍ରହଣ ସମସ୍ୟା ହେତୁ କେତେକାଂଶରେ ୬ ଥାକିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ରାସ୍ତା ନିର୍ମାଣ ଅନୁସାରେ ବିଲ ପ୍ରସ୍ତୁତ ହୋଇଛି। ରାସ୍ତା ସଫା କରିବାକୁ କୌଣସି ଅର୍ଥ ଆସୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri