୬ ଥାକିଆ ରାସ୍ତା ନିର୍ମାଣରେ ଚଞ୍ଚକତା

ଯାଜପୁର,୧୮ା୩ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ୫୯.୧୮ କୋଟି ଟଙ୍କାର ୬ ଥାକିଆ ରାସ୍ତା ପ୍ରକଳ୍ପ ୪ ଥାକିଆ ଭାବେ ନିର୍ମାଣ ହୋଇଛି। ଏହା ପୁଣି ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ରୋଡ ଚୋରଦା ଛକଠାରୁ ଡୁବୁରୀ ପର୍ଯ୍ୟନ୍ତ ଏସ୍‌ଏଚ୍‌-୧୦ ନମ୍ବର କଳିଙ୍ଗନଗର ଶିଳ୍ପାଞ୍ଚଳ ରାସ୍ତା। ରାସ୍ତାର ଅଧିକାଂଶ ଅଣଓସାରିଆ ଭାବେ ନିର୍ମାଣ ହୋଇଛି। ରାସ୍ତାରେ ଦିଆଯାଉଥିବା ଧଳା ରଙ୍ଗର ଚିହ୍ନ ଭଲ ଭାବେ ଦେଖାଯାଉ ନାହିଁ। କହିବାବାହୁଲ୍ୟ, ୨୦୧୯ରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଏବେବି ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ଏହାବାଦ୍‌ ଡିଭାଇଡରର ଉଭୟ ପାର୍ଶ୍ୱରେ ବିପୁଳ ପରିମାଣର କଳାଗୁଣ୍ଡ ଓ ଧୂଳି ଜମି ରହୁଛି। ରାସ୍ତା କଡରେ ଥିବା ଗଛଗୁଡ଼ିକର ରଙ୍ଗ ସବୁଜ ସ୍ଥଳେ ଧୂସର ବର୍ଣ୍ଣର ଦେଖାଯାଉଛି। ଫଳରେ ବାରଗାଡିଆ, ନଡିଆଭଙ୍ଗା, ସାରଙ୍ଗପୁର, ମାନପୁର ପ୍ରଭୃତି ଗ୍ରାମବାସୀ ଧୂଳିଧୂଆଁରେ ରୁନ୍ଧି ହେଉଛନ୍ତି। ଦେଶର ଷ୍ଟିଲ ହବ ଭାବେ ପରିଗଣିତ କଳିଙ୍ଗନଗର ଶିଳ୍ପାଞ୍ଚଳର ଏଭଳି ରାସ୍ତାର ଅବସ୍ଥାକୁ ଦେଖିଲେ ଦେଶବିଦେଶରୁ ଆସୁଥିବା ଆଗନ୍ତୁକଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହେଉଛି। ଫଳରେ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଓ ସୁଦୃଢ଼ ଗମନାଗମନ ବ୍ୟବସ୍ଥା ଥିବା ଷ୍ଟିଲ ହବ୍‌ର ଲକ୍ଷ୍ୟ ଏଠାରେ ପରାହତ ହେଉଥିବା ମତପ୍ରକାଶ ପାଇଛି।
ଦେଶର ଅନ୍ୟତମ ଶିଳ୍ପାଞ୍ଚଳ ଭାବେ କଳିଙ୍ଗନଗର ପରିଚିତ ହୋଇ ସାରିଛି। ଏଠାରେ ୧୫ରୁ ଊର୍ଦ୍ଧ୍ୱ ଛୋଟବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। ଫଳରେ ଗମନାଗମନକୁ ଅତି ସହଜ ଓ ସୁରକ୍ଷିତ କରିବାକୁ ଡୁବୁରୀଠାରୁ ଯାଜପୁର ରୋଡ ଓ ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବା ଲକ୍ଷ୍ୟରେ ଏକ ୬ ଥାକିଆ ରାସ୍ତା ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଉକ୍ତ ରାସ୍ତା ନିର୍ମାଣ ଦାୟିତ୍ୱ ବିଜୟ କନଷ୍ଟ୍ରକ୍ସନକୁ ଦିଆଯାଇଥିଲା। ୨୦୧୯ ମାର୍ଚ୍ଚ ୭ରୁ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ୨୦୨୦ ଜୁନ୍‌ ୮ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପ୍ରସ୍ତାବିତ ୬ ଥାକିଆ ରାସ୍ତାକୁ ୪ ଥାକିଆ ରାସ୍ତାରେ ସୀମିତ ରଖାଯାଇଛି। ଏପରିକି କେତେକାଂଶରେ ୪ ଥାକିଆ ପର୍ଯ୍ୟନ୍ତ ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ରାସ୍ତାର ଡିଭାଇଡର ଓ ସେଥିରେ ଗଛ ଲଗାଇବା କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଛି। ମଞ୍ଜୁର ଅର୍ଥରୁ ସିଂହଭାଗ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଲୁ କରିଥିବାର ଅଭିଯୋଗ ହେଉଛି। ଚୋର୍ଦ୍ଦା ଛକଠାରୁ କୁସୁନପୁର ବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ନ କରି ରାସ୍ତା ନିର୍ମାଣ ହୋଇଥିବାରୁ ଅଣଓସାରିଆ ହୋଇ ପଡ଼ିରହିଛି। ଫଳରେ ସୁରକ୍ଷିତ ଗମନାଗମନ ବ୍ୟାହତ ହେଉଛି। ବିଭିନ୍ନ ସମୟରେ ଏଥିପାଇଁ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ରାସ୍ତାରୁ ଧୂଳି ସଫା କରିବାକୁ ଆସୁଥିବା ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ଜିଲାର ଜଣେ ପ୍ରଭାବଶାଳୀ ନେତା ପୂର୍ତ୍ତ ବିଭାଗର ରକ୍ଷାକବଚ ପାଲଟିଥିବାରୁ କେହି ହସ୍ତକ୍ଷେପ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ା ଯଦ୍ଦ୍ବାରା ଜିଲାରେ ଏଫ୍‌-୨ ଆଳରେ ଅନେକ କୋଟି ଟଙ୍କା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ଲୁଟି ନେଇଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଅଧିକାଂଶ ସ୍ଥାନରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ପାଣିକୋଇଲି ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଜମି ଅଧିଗ୍ରହଣ ସମସ୍ୟା ହେତୁ କେତେକାଂଶରେ ୬ ଥାକିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ରାସ୍ତା ନିର୍ମାଣ ଅନୁସାରେ ବିଲ ପ୍ରସ୍ତୁତ ହୋଇଛି। ରାସ୍ତା ସଫା କରିବାକୁ କୌଣସି ଅର୍ଥ ଆସୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଘୁମୁସର ବନଖଣ୍ଡରେ ଚିନ୍ତା ବଢ଼ାଉଛି ଅସୁସ୍ଥ ହାତୀ, ଆଦର୍ଶ ବିଦ୍ୟାଳୟ ଫାଟକ ଭାଙ୍ଗିଲେ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛିଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଏକୁଟିଆ ଘୁରି ବୁଲୁଛି। ଅଧିକାଂଶ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri