Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ

ବ୍ରହ୍ମପୁର,୨୪ା୨(ଅଶୋକ କୁମାର ସାହୁ): ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିକୁ ବିରଳ ଅଲିଭରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି। ଗତବର୍ଷ ଅସନ୍ତୁଳିତ ଜଳବାୟୁ ଯୋଗୁ ଗଣଅଣ୍ଡାଦାନ ସେଭଳି ହୋଇ ନ ଥିଲା। ଚଳିତବର୍ଷ ଜଳବାୟୁ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡା ଦେଇଛନ୍ତି। ଶୁକ୍ରବାର ରାତି ସୁଦ୍ଧା ୬.୮୨ ଲକ୍ଷ ୪୧୨ କଇଁଛ ଅଣ୍ଡା ଦେଇଥିଲେ। ଶନିବାର ରାତିରେ ଆଉ ପ୍ରାୟ ୧୬,୩୦୬ କଇଁଛ ଅଣ୍ଡା ଦେଇଛନ୍ତି। ଏହାକୁ ମିଶାଇ ଗତ ୮ଦିନରେ ଅର୍ଥାତ୍‌ ରବିବାର ସୁଦ୍ଧା ଅଣ୍ଡାଦେବା କଇଁଛଙ୍କ ସଂଖ୍ୟା ୬ ଲକ୍ଷ ୯୮ ହଜାର ୭୧୮ରେ ପହଞ୍ଚତ୍ଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। ୨୦୨୨-୨୩ରେ ୬.୩୭ ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ।
ବିଶେଷକରି ଡିସେମ୍ବରରେ ଅଲିଭ ରିଡ୍‌ଲେଙ୍କ ମିଳନ ସରିବା ପରେ ସେମାନେ ପ୍ରାୟ ମାସେ ପର୍ଯ୍ୟନ୍ତ ସମୁଦ୍ରରେ ଉତ୍ତାପ ଗ୍ରହଣ କରିବାକୁ ଭାସମାନ ଅବସ୍ଥାରେ ଥିଲେ। ଅଣ୍ଡା ଦେବା ସମୟ ହେବାରୁ ବେଳାଭୂମିକୁ ଆସିଥିଲେ। ପ୍ରଥମ ଦିନ ୧୧ ହଜାର କଇଁଛ ଅଣ୍ଡା ଦେଇଥିବାବେଳେ ଚତୁର୍ଥ ଦିନ ରେକର୍ଡ ସଂଖ୍ୟକ ୧ ଲକ୍ଷ ୮୭ ହଜାର କଇଁଛ ଅଣ୍ଡା ଦେଇଥିଲେ। ଗୋଖରକୁଦାରୁ ବଟେଶ୍ୱର ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡାଦେବାର ପ୍ରକୃତ ସ୍ଥଳ। ତେବେ ପୋଡମପେଟାରେ ପ୍ରକୃତିରୁ ସୃଷ୍ଟି ଡାଇନାମିକ ବିଚ୍‌ରେ ସେମାନେ ପ୍ରଥମ ଅଣ୍ଡା ଦାନ କରି ଚାରିଆଡ଼େ ବିକ୍ଷିପ୍ତ ହୋଇଯାଇଥିଲେ। କଇଁଛମାନେ ଅଣ୍ଡାଦେବେ ବୋଲି ବନ ବିଭାଗ ଓ ବିଭିନ୍ନ ଅଞ୍ଚଳର ସ୍ବେଚ୍ଛାସେବୀମାନେ ସଜାଗ ଥିଲେ। ସେମାନଙ୍କ ସୁରକ୍ଷା ପାଇଁ ଗୋଖରକୁଦାରୁ ବଟେଶ୍ୱର ପର୍ଯ୍ୟନ୍ତ ତାରବାଡ ଲଗାଯାଇଛି। ବନ ବିଭାଗ କର୍ମଚାରୀମାନେ କଇଁଛଙ୍କ ଅଣ୍ଡାଦେବା ସ୍ଥାନକୁ ଲୋକଙ୍କୁ ଛାଡୁନାହାନ୍ତି। ଜୀବଜନ୍ତୁଙ୍କ ଦାଉରୁ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଦିନରାତି ପଇଁତରା ମାରୁଛନ୍ତି। ଅଣ୍ଡାଦେବା ସ୍ଥଳକୁ ବନ ବିଭାଗ ପକ୍ଷରୁ ବ୍ୟାରିକେଡ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି ଯେ, ଅଲିଭ୍‌ରିଡ୍‌ଲେ କଇଁଛ ଏଠାକୁ ଅଣ୍ଡାଦେବାକୁ ଆସିବା ଗୌରବର ବିଷୟ। ସେମାନଙ୍କ ସୁରକ୍ଷା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଯେଉଁ ୫୦ ଦିନ ଲାଗିବ, ସେହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କଇଁଛ ଯେତେଦିନ ପର୍ଯ୍ୟନ୍ତ ଅଣ୍ଡା ଦେବେ, ସେତିକି ଦିନ ପର୍ଯ୍ୟନ୍ତ ଆମେ ପ୍ରସ୍ତୁତ ଅଛୁ। ପ୍ରତି ୫୦ ମିଟରରେ ଗୋଟିଏ ଲେଖାଏ ସେଗମେଣ୍ଟ କରାଯାଇ କଇଁଛ ଗଣତି କରାଯାଉଛି। ସ୍ବେଚ୍ଛାସେବୀମାନେ ମଧ୍ୟ ବହୁ ସହଯୋଗ କରୁଛନ୍ତି ବୋଲି ବନଖଣ୍ଡ ଅଧିକାରୀ ଖୋଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?