୬.୫୩ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୭ (ଅଭୟ ଦାଶ): କ୍ରମାଗତ ଭାବେ ଦେଶର ଟିକସ ସଂଗ୍ରହ ବୃଦ୍ଧି ପାଉଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷରେ ଟିକସରୁ ସରକାରଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଶୁକ୍ରବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍‌ସେସ୍‌ (ସିବିଡିଟି) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ୧୦ ପର୍ଯ୍ୟନ୍ତ ସରକାର ପ୍ରତ୍ୟକ୍ଷ ଟିକସରୁ ମୋଟ ୬.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏପରିକି ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ରାଶିର ମୂଲ୍ୟ ଠାରୁ ପ୍ରାୟ ୧୬ (୧୫.୭)% ଅଧିକ ବୋଲି କୁହାଯାଇଛି। କେବଳ ଡାଇରେକ୍ଟ ଟ୍ୟାକ୍ସ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ସରକାର ଗତ ବର୍ଷ ତୁଳନାରେ ପ୍ରାୟ ୧୬ (୧୫.୭) % ଅଧିକ ଟିକସ ଆଦାୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୧୦ ମଧ୍ୟରେ ଉକ୍ତ ପରିମାଣରର ଟିକସ ଆଦାୟ ହୋଇଛି। ଅପରପକ୍ଷରେ କରଦାତାଙ୍କ ଫେରସ୍ତ (ରିଫଣ୍ଡ)କୁ ଯଦି ବାଦ୍‌ ଦିଆଯାଏ ତେବେ ୨୦୨୩ ଅଗଷ୍ଟ ୧୦ ସୁଦ୍ଧା ମୋଟ ୫.୮୪ ଲକ୍ଷ କୋଟି ଟଙ୍କାର ଟିକସ ସରକାର ଆଦାୟ କରିଛନ୍ତି। ସିବିଟିଡିର ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ୧୦ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସରୁ ନେଟ୍‌ ବେସିସରେ ଆଦାୟ ହୋଇଥିବା କର ପୂର୍ବ ବର୍ଷ ତୁଳନାରେ ୧୭ (୧୭.୩୩)%ରୁ ଅଧିକ ରହିଛି। ଏହି ସଂଖ୍ୟା ପୂରା ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆକଳନର ୩୨.୦୩% ସହ ସମାନ ବୋଲି କୁହାଯାଉଛି, ଅର୍ଥାତ ୨୦୨୩-୨୪ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଯେତିକି ଆୟ ହେବ ବୋଲି ସରକାର ଆନୁମାନ କରିଥିଲେ ତା’ର ୩୨% ରୁ ଅଧିକ ୨୦୨୩ ଅଗଷ୍ଟ ୧୦ ମଧ୍ୟରେ ଆଦାୟ ହୋଇସାରିଛି। ସେହିପରି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧୀ ମଧ୍ୟରେ ଫେରସ୍ତ ହୋଇଥିବା ରିଫଣ୍ଡ ଠାରୁ ଚଳିତ ବର୍ଷର ସମାନ ସମୟରେ ଅଧିକ ରିଫଣ୍ଡ ଜାରି ହୋଇଛି। ସେହିପରି ସରକାରଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଟିକସଦାତାଙ୍କୁପୂର୍ବ ବର୍ଷ ଅପେକ୍ଷା ଅଧିକ ଫେରସ୍ତ ଦିଆଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଅଗଷ୍ଟ ୧୦ ମଧ୍ୟରେ ସରକାର ଟିକସଦାତାଙ୍କୁ ମୋଟ ୦.୬୯ ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛନ୍ତି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଦିଆଯାଇଥିବା ଫେରସ୍ତଠାରୁ ଏହା ୩.୭୩% ଅଧିକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?