ବାଲିବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରେଣୀ ଛାତ୍ର ମୃତ: ଶିଶୁ ଶ୍ରମିକ ହୋଇ କରୁଥିଲେ କାମ

ଦିଗପହଣ୍ଡି,୨୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଗ୍ରାମ ନିକଟ ବାହୁଦା ନଦୀ ପଠାରେ ବାଲି ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଏଡି -୧୫୯୦) ରବିବାର ଭୋର ପ୍ରାୟ ସାଢେ ୬ ଟାରେ ଓଲଟି ପଡ଼ିଛି। ଏଥିରେ ଜଣେ ୫ ମ ଶ୍ରେଣୀ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭ୍ରମରପୁର ଗ୍ରାମ ଦଳିତ ସାହିର ପ୍ରଫୁଲ୍ଲ ନାଇକଙ୍କ ପୁଅ ପ୍ରକାଶ ନାଇକ (୧୦)। ଗ୍ରାମର ରବୀନ୍ଦ୍ର ସାହୁଙ୍କ ଟ୍ରାକ୍ଟରରେ ପ୍ରକାଶ କିଛି ଦିନ ହେଲା ଶିଶୁ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ସକାଳେ ଅନ୍ୟ ଶ୍ରମିକଙ୍କ ସହ ପ୍ରକାଶ ବାଲି ଉତ୍ତୋଳନ ପାଇଁ ନଦୀ ପଠାକୁ ଯାଇଥିଲେ। ସେଠାରେ ବାଲି ଲୋଡ ହେବାପରେ ଟ୍ରାକ୍ଟରଟି ରେମ୍ପ ଦେଇ ହିଡ଼କୁ ଉଠୁଥିବା ବେଳେ ଚାଳକଙ୍କ ଅସାବଧାନତା କାରଣରୁ ଓଲଟି ପଡ଼ିଥିଲା। ଟ୍ରାକ୍ଟରରେ ବସିଥିବା ପ୍ରକାଶ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏକ ହିଟାଚି ମେଶିନ ଡକାଯାଇ ଅତି ତରବରିଆ ଭାବେ ଦୁର୍ଘଟଣାଗସ୍ତ ଟ୍ରାକ୍ଟରକୁ ସେଠାରୁ ଉଠାଇ ପ୍ରକାଶଙ୍କ ମୃତଦେହକୁ ତାଙ୍କ ଘରକୁ ନିଆଯିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ କେ.ନୂଆଗାଁ ଥାନା ପୋଲିସ ଟିମ୍‌ ଭ୍ରମରପୁର ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ତହସିଲ ଭ୍ରମରପୁର ରାଜସ୍ବ ସର୍କଲ ଅଧୀନ ସମାସିଙ୍ଗି ମୌଜା ବାହୁଦା ନଦୀରୁ ପ୍ରତିଦିନ ଟ୍ରାକ୍ଟର, ଟିପର ଗାଡ଼ିରେ ବେଆଇନ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ଗ୍ରାମାଞ୍ଚଳ ମାନଙ୍କୁ ବାଲି ଚୋରା ଚାଲାଣ ହେଉଛି। ବାଲି ଘାଟ ଲିଜ ଦିଆଯାଇନାହିଁ। ମାଫିଆମାନେ ସଂଘଟିତ ଭାବେ ସ୍ଥାନୀୟ ପୋଲିସ ପ୍ରଶାସନ,ରାଜସ୍ବ ନୀରିକ୍ଷକଙ୍କୁ ପ୍ରଚୁର ବଟି ଦେଇ ଖୁଲମ ଖୁଲା ଦିବାଲୋକରେ ବାଲି ଚୋରାଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପାକ୍ଷ, ପ୍ରକାଶଙ୍କ ପରିବାର ଲୋକେ ଗରିବ ଅସହାୟ ଭାବେ ଦିନ ମଜୁରିଆ କାମ କରନ୍ତି। ତାଙ୍କ ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri