ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା ଉପଲବ୍ଧ ହେବ। ପରେ ଏହା ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେବ।

ପ୍ରଥମେ ଜିଓ ଏବଂ ଏୟାରଟେଲ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଏହି ସେବା ଆରମ୍ଭ ହୋଇଛି। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫-ଜି ଆରମ୍ଭ କରିବ । ୫-ଜି ସେବା ଯୋଗାଇଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍‌ ଲଗାଯାଇଛି। ୪-ଜି ତୁଳନାରେ ଏହାର ଇଣ୍ଟରନେଟ୍‌ ସ୍ପିଡ୍‌ ୧୦ ଗୁଣ ଅଧିକ ରହିବ। ଡାଉନଲୋଡିଂ, ସର୍ଫିଂର ସ୍ପିଡ ଅଧିକ ରହିବ । ଶିକ୍ଷା, ସ୍ବାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ କ୍ଷେତ୍ରରେ ଏହା ଅନେକ ଲାଭପ୍ରଦ ହେବ।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖୁବ୍‌ଶୀଘ୍ର ଓଡ଼ିଶାରେ ମୋଟ୍‌ ୫୦୦୦ ଟାଓ୍ବାର ସ୍ଥାପନ ହେବ। ଆଜି ୧୦୦ଟି ଟାଓ୍ବାର ଆରମ୍ଭ ହୋଇଛି। ସେଥିମଧ୍ୟରୁ କଳାହାଣ୍ଡିରେ ୧୯, କନ୍ଧମାଳରେ ୧୨, ମାଲକାନଗିରିରେ ୨୫, କୋରାପୁଟରେ ୮, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ାକୁ ମିଶାଇ ମୋଟ୍‌ ୧୦୦ଟି ଟାଓ୍ବାର ଉଦ୍‌ଘାଟିତ ହୋଇଛି। ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri