୨୦୨୪ ଶେଷ ସୁଦ୍ଧା ଦେଶରେ ୫ଜି ସେବା

ନୂଆଦିଲ୍ଲୀ,୧।୩: ଗତ ବର୍ଷ ଅକ୍ଟୋବର ପହିଲାରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏପରିକି ଗତ ୬ମାସ ମଧ୍ୟରେ ଦେଶର ୩୮୭ ଜିଲାରେ ୫ଜି ଟାଓ୍ବାର ସ୍ଥାପିତ କରାଯାଇସାରିଛି ବୋଲି ମଙ୍ଗଳବାର ଏକ ସମ୍ମିଳନୀରେ ଯୋଗଦେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ୫ଜି ସେବାର ବ୍ୟାପକ ପ୍ରସାରଣ ହୋଇପାରିଛି। କାରଣ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ପ୍ରମୁଖ ସହରରେ ୫ଜି ଉପଲବ୍ଧ କରାଇବେ ବୋଲି କୁହାଯାଇଥିଲା। ହେଲେ ଲକ୍ଷ୍ୟଧାର୍ଯ୍ୟ ପୂର୍ବରୁ ଦେଶର ସମସ୍ତ ପ୍ରମୁଖ ସହରରେ ପ୍ରାୟତଃ ସେବା ଉପଲବ୍ଧତା କାର୍ଯ୍ୟ ଶେଷ ହୋଇଯାଇଛି। ସେହିପରି ୨୦୨୪ ଶେଷ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ବିନୀ ବୈଷ୍ଣବ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ମନ୍ତ୍ରୀ କହିଛନ୍ତି, ଉପରୋକ୍ତ ଜିଲାଗୁଡ଼ିକରେ ୧ଲକ୍ଷ ୫ଜି ବେସ୍‌ ଟ୍ରାନ୍ସସିଭର ସେଣ୍ଟର (ବିଟିଏସ୍‌) ଲଗାଯାଇଛି, ଯାହାକି ସରକାରଙ୍କ ୨୦୦ ଜିଲାରେ ୫ଜି ଲକ୍ଷ୍ୟ ତୁଳନାରେ ବହୁତ ଅଧିକ ବୋଲି କୁହାଯାଉଛି। ଏପରିକି କେନ୍ଦ୍ର ସରକାର ଓ ମନ୍ତ୍ରଣାଳୟ ପକ୍ଷରୁ ଟେଲିକମ୍‌ କମ୍ପାନୀଗୁଡ଼ିକୁୁ ପ୍ରତି ସପ୍ତାହରେ ସର୍ବନିମ୍ନ ୧୦,୦୦୦ ବିଟିଏସ୍‌ ଲଗାଇବାକୁ କୁହାଯାଇଥିଲା। ସେହିଭଳି ବୈଷ୍ଣବ କହିଛନ୍ତି, ହାରାହାରି ୧୮ଟି ଦେଶ ଭାରତର ସ୍ବଦେଶୀ ୪ଜି ଏବଂ ୫ଜିକୁ ନିଜ ଦେଶରେ ଲାଗୁ କରିବା ଉପରେ ଆଗ୍ରହ ରଖିଛନ୍ତି। ସେହିପରି ୧୩ ବିଦେଶୀ କମ୍ପାନୀ ମଧ୍ୟ ଭାରତୀୟ ୫ଜି ସେବାରେ ରୁଚି ରଖିଛନ୍ତି। ବିଶେଷକରି ଜି୨୦ରେ ହୋଇଥିବା ଡିଜିଟାଲ ଅର୍ଥନୀତି ଚର୍ଚ୍ଚା ଅନୁଯାୟୀ ସରକାର ଭାରତୀୟ ଜ୍ଞାନକୌଶଳରେ ନିର୍ମିିତ ୪ଜି ଏବଂ ୫ଜି ଉପକରଣକୁ ଅନ୍ୟ ଦେଶ ଆଗରେ ଉପସ୍ଥାପନ କରିଛନ୍ତି। ଏହା ଉପରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହା ସହ ଏହି ଷ୍ଟାକ୍‌ ୧୦ମିଲିୟନ କଲ୍‌ ଏକାସାଙ୍ଗରେ ସମ୍ଭାଳିବାର ଟେଷ୍ଟିଂ ମଧ୍ୟ ସଫଳ ହୋଇଛି। ସେହିପରି ଆମେରିକା, ସୁଇଡେନ୍‌, ଫିନ୍‌ଲାଣ୍ଡ, ସାଉଥ୍‌ କୋରିଆ ଏବଂ ଚାଇନା ଭଳି ରାଷ୍ଟ୍ରରେ ସମାନ ଧରଣର ୪ଜି ଏବଂ ୫ଜି ଷ୍ଟାକ୍‌ ରହିଛି। ଉପରୋକ୍ତ ଦେଶର କମ୍ପାନୀଗୁଡ଼ିକ ମଧ୍ୟ ୪ଜି ଏବଂ ୫ଜି ଉପକରଣର ମାନ ଏବଂ ମୂଲ୍ୟ ଏବଂ ବଜାର ସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି। ଅପରପକ୍ଷରେ ଭାରତରୁ ମୋବାଇଲ ରପ୍ତାନି ଚଳିତ ବର୍ଷ ୧୦ ବିଲିୟନ ଡଲାର ଟପିବା ନେଇ ଆକଳନ କରାଯାଉଛି। ଏପରିକି ଆଗାମୀ ବର୍ଷ ଗୁଡ଼ିକରେ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍‌ ନିର୍ମାଣ ସେକ୍ଟରରେ ଅଦ୍ଭୁତପୂର୍ବ ଉନ୍ନତି ହେବ ବୋଲି ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ବିଏସ୍‌ଏନ୍‌ଏଲ୍‌ର ନିଜସ୍ବ ୪ଜି-୫ଜି ନେଟ୍‌ଓ୍ବର୍କ ଲାଗୁ ହେବାରେ ମଧ୍ୟ ବିଳମ୍ବ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦିତ

ନୂଆଦିଲ୍ଲୀ,୩୧-୭: ଲୋକ ସଭାରେ ମଙ୍ଗଳବାର ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦନ ଲାଭ କରିଛି। ଫଳରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ସୁବିଧା ହେବ। ଏହାଛଡ଼ା...

ଆର୍ସେଲରମିତ୍ତଲ ପକ୍ଷରୁ ସଚେତନତା ଶିବିର

ଭୁବନେଶ୍ୱର,୩୧।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ଆର୍ସେଲରମିତ୍ତଲ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏପରିକି କେନ୍ଦୁଝର ବ୍ଲଡ ବ୍ୟାଙ୍କ...

ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍‌ଡାଉନ...

ଜିଓରେ ନିବେଶ କଲା ପିଆଇ୍‌ଏଫ

ମୁମ୍ବାଇ,୧୯।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ’ର ଡିଜିଟାଲ ପ୍ଲାଟଫର୍ମ ଜିଓରୁ ସାଉଦି ଆରବର ପିଆଇ୍‌ଏଫ ସଂସ୍ଥା୨.୩% ଅଂଶଧନ କ୍ରୟ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା...

ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି...

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା...

ମୋନେଟ ପାୱାରକୁ କାର୍ଯ୍ୟକ୍ଷମ କରାଇବ ଜେଏସ୍‌ପିଏଲ୍‌

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ନୂତନ ଅଧିଗ୍ରହଣ କମ୍ପାନୀ ମୋନେଟ ପାୱାରର ଭିତ୍ତିଭୂମି ବିକାଶ...

ପିଏନ୍‌ବିରେ ୧୨୦୩ କୋଟିର ଋଣ ଠକେଇ

  ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨୦୩ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ ଏଭଳି ବେଆଇନ କାର୍ଯ୍ୟରେ ସାମିଲ ରହିଥିବା...

Advertisement
Archives

Model This Week