୨୦୨୪ ଶେଷ ସୁଦ୍ଧା ଦେଶରେ ୫ଜି ସେବା

ନୂଆଦିଲ୍ଲୀ,୧।୩: ଗତ ବର୍ଷ ଅକ୍ଟୋବର ପହିଲାରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏପରିକି ଗତ ୬ମାସ ମଧ୍ୟରେ ଦେଶର ୩୮୭ ଜିଲାରେ ୫ଜି ଟାଓ୍ବାର ସ୍ଥାପିତ କରାଯାଇସାରିଛି ବୋଲି ମଙ୍ଗଳବାର ଏକ ସମ୍ମିଳନୀରେ ଯୋଗଦେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ୫ଜି ସେବାର ବ୍ୟାପକ ପ୍ରସାରଣ ହୋଇପାରିଛି। କାରଣ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ପ୍ରମୁଖ ସହରରେ ୫ଜି ଉପଲବ୍ଧ କରାଇବେ ବୋଲି କୁହାଯାଇଥିଲା। ହେଲେ ଲକ୍ଷ୍ୟଧାର୍ଯ୍ୟ ପୂର୍ବରୁ ଦେଶର ସମସ୍ତ ପ୍ରମୁଖ ସହରରେ ପ୍ରାୟତଃ ସେବା ଉପଲବ୍ଧତା କାର୍ଯ୍ୟ ଶେଷ ହୋଇଯାଇଛି। ସେହିପରି ୨୦୨୪ ଶେଷ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ବିନୀ ବୈଷ୍ଣବ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ମନ୍ତ୍ରୀ କହିଛନ୍ତି, ଉପରୋକ୍ତ ଜିଲାଗୁଡ଼ିକରେ ୧ଲକ୍ଷ ୫ଜି ବେସ୍‌ ଟ୍ରାନ୍ସସିଭର ସେଣ୍ଟର (ବିଟିଏସ୍‌) ଲଗାଯାଇଛି, ଯାହାକି ସରକାରଙ୍କ ୨୦୦ ଜିଲାରେ ୫ଜି ଲକ୍ଷ୍ୟ ତୁଳନାରେ ବହୁତ ଅଧିକ ବୋଲି କୁହାଯାଉଛି। ଏପରିକି କେନ୍ଦ୍ର ସରକାର ଓ ମନ୍ତ୍ରଣାଳୟ ପକ୍ଷରୁ ଟେଲିକମ୍‌ କମ୍ପାନୀଗୁଡ଼ିକୁୁ ପ୍ରତି ସପ୍ତାହରେ ସର୍ବନିମ୍ନ ୧୦,୦୦୦ ବିଟିଏସ୍‌ ଲଗାଇବାକୁ କୁହାଯାଇଥିଲା। ସେହିଭଳି ବୈଷ୍ଣବ କହିଛନ୍ତି, ହାରାହାରି ୧୮ଟି ଦେଶ ଭାରତର ସ୍ବଦେଶୀ ୪ଜି ଏବଂ ୫ଜିକୁ ନିଜ ଦେଶରେ ଲାଗୁ କରିବା ଉପରେ ଆଗ୍ରହ ରଖିଛନ୍ତି। ସେହିପରି ୧୩ ବିଦେଶୀ କମ୍ପାନୀ ମଧ୍ୟ ଭାରତୀୟ ୫ଜି ସେବାରେ ରୁଚି ରଖିଛନ୍ତି। ବିଶେଷକରି ଜି୨୦ରେ ହୋଇଥିବା ଡିଜିଟାଲ ଅର୍ଥନୀତି ଚର୍ଚ୍ଚା ଅନୁଯାୟୀ ସରକାର ଭାରତୀୟ ଜ୍ଞାନକୌଶଳରେ ନିର୍ମିିତ ୪ଜି ଏବଂ ୫ଜି ଉପକରଣକୁ ଅନ୍ୟ ଦେଶ ଆଗରେ ଉପସ୍ଥାପନ କରିଛନ୍ତି। ଏହା ଉପରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହା ସହ ଏହି ଷ୍ଟାକ୍‌ ୧୦ମିଲିୟନ କଲ୍‌ ଏକାସାଙ୍ଗରେ ସମ୍ଭାଳିବାର ଟେଷ୍ଟିଂ ମଧ୍ୟ ସଫଳ ହୋଇଛି। ସେହିପରି ଆମେରିକା, ସୁଇଡେନ୍‌, ଫିନ୍‌ଲାଣ୍ଡ, ସାଉଥ୍‌ କୋରିଆ ଏବଂ ଚାଇନା ଭଳି ରାଷ୍ଟ୍ରରେ ସମାନ ଧରଣର ୪ଜି ଏବଂ ୫ଜି ଷ୍ଟାକ୍‌ ରହିଛି। ଉପରୋକ୍ତ ଦେଶର କମ୍ପାନୀଗୁଡ଼ିକ ମଧ୍ୟ ୪ଜି ଏବଂ ୫ଜି ଉପକରଣର ମାନ ଏବଂ ମୂଲ୍ୟ ଏବଂ ବଜାର ସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି। ଅପରପକ୍ଷରେ ଭାରତରୁ ମୋବାଇଲ ରପ୍ତାନି ଚଳିତ ବର୍ଷ ୧୦ ବିଲିୟନ ଡଲାର ଟପିବା ନେଇ ଆକଳନ କରାଯାଉଛି। ଏପରିକି ଆଗାମୀ ବର୍ଷ ଗୁଡ଼ିକରେ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍‌ ନିର୍ମାଣ ସେକ୍ଟରରେ ଅଦ୍ଭୁତପୂର୍ବ ଉନ୍ନତି ହେବ ବୋଲି ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ବିଏସ୍‌ଏନ୍‌ଏଲ୍‌ର ନିଜସ୍ବ ୪ଜି-୫ଜି ନେଟ୍‌ଓ୍ବର୍କ ଲାଗୁ ହେବାରେ ମଧ୍ୟ ବିଳମ୍ବ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?