୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ ଉଡ଼ାଣକୁ ବାତିଲ କରାଯାଇଛି। ନୂଆ ୫ଜି ଫୋନ୍‌ ସର୍ଭିସ୍‌ରୁ ବିକିରଣ ସିଗ୍‌ନାଲ ବିମାନଗୁଡ଼ିକର ନାଭିଗେଶନ୍‌ ସିଷ୍ଟମ୍‌କୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ଏୟାର ଇଣ୍ଡିଆ ସମେତ ଅନେକ ଦେଶର ଅନ୍ତର୍ଜାତୀୟ ଏୟାରଲାଇନ୍ସ ଆମେରିକାକୁ ନିଜ ବିମାନ ଚଳାଚଳ ବାତିଲ ଘୋଷଣା କରିଛନ୍ତି। ଫଳରେ ଭାରତକୁ ଆସିବାକୁ ଥିବା ଯାତ୍ରୀଙ୍କ ସମେତ ହଜାର ହଜାର ଲୋକଙ୍କ ଯାତ୍ରା ଯୋଜନା ଫେଲ୍‌ ହୋଇଛି। ବୁଧବାରଠାରୁ ଆମେରିକାକୁ ବିମାନ ଚଳାଚଳ ବନ୍ଦ କରାଯିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଦିଲ୍ଲୀ-ଜେଏଫ୍‌କେ-ଦିଲ୍ଲୀ, ଦିଲ୍ଲୀ-ସାନ୍‌ଫ୍ରାନ୍‌ସିସ୍କୋ-ଦିଲ୍ଲୀ, ଦିଲ୍ଲୀ-ଶିକାଗୋ-ଦିଲ୍ଲୀ ଏବଂ ମୁମ୍ବାଇ-ନଓ୍ବୋର୍କ-ମୁମ୍ବାଇ ରୁଟ୍‌ରେ ବିମାନ ଚଳାଚଳକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀରୁ ଓ୍ବାଶିଂଟନ ଡିସିକୁ ବୁଧବାର ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରିଥିବା ଏଥିରେ କୁହାଯାଇଛି।
ପ୍ରକାଶ ଯେ, ଆମେରିକା ବର୍ଷକ ତଳେ ମୋବାଇଲ ଫୋନ୍‌ କମ୍ପାନୀଗୁଡ଼ିକୁ ୮୦ ବିଲିୟନ୍‌ ଡଲାରରେ ମଧ୍ୟମ ରେଞ୍ଜର ୫ଜି ବ୍ୟାଣ୍ଡଓ୍ବିଥ୍‌ ନିଲାମ କରିଥିଲା। ୩.୭-୩.୯୮ ଗିଗାହର୍ଜ ରେଞ୍ଜରେ ପ୍ରଦାନ କରାଯାଇଥିବା ଏହି ସି ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌ ଟେକ୍ନୋଲୋଜି ଅଲ୍‌ଟିମିଟର ଭଳି ଉପକରଣକୁ ପ୍ରଭାବିତ କରିପାରେ ବୋଲି ଗତ ୧୪ ତାରିଖରେ ଫେଡେରାଲ ଆଭିଏଶନ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଏଏ) ସତର୍କ କରାଇଥିଲା। ଅଲ୍‌ଟିମିଟର ହେଉଛି ଏକ ଯନ୍ତ୍ର, ଯାହା ଭୂପୃଷ୍ଠରୁ ବିମାନ ଉଡ଼ାଣର ଉଚ୍ଚତା ମାପିଥାଏ। ଅଲ୍‌ଟିମିଟର ୪.୨-୪.୪ ଗିଗାହର୍ଜ ରେଞ୍ଜରେ କାମ କରିଥାଏ। ଏହା ସ୍ବୟଂକ୍ରିୟ ଅବତରଣ ସୁବିଧା ଯାଞ୍ଚ କରିବା ସହ ପବନରେ ଥିବା ବିପଜ୍ଜନକ ବିଦ୍ୟୁତ୍‌ ଶକ୍ତିକୁ ମଧ୍ୟ ଠାବ କରିବାରେ ସହାୟକ ହୋଇଥାଏ। ନିଲାମ ହୋଇଥିବା ଫ୍ରିକ୍ୱେନ୍ସିଗୁଡ଼ିକ ଏହାର ଅତି ନିକଟତର ହୋଇଥିବାରୁ ଏୟାରଲାଇନ୍ସଗୁଡ଼ିକ ଏବେ ଚିନ୍ତାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା...

ବିମାନରେ ମାଆ,ଝିଅଙ୍କୁ ମଦ୍ୟପ ଯାତ୍ରୀଙ୍କ ଯୌନ ନିର୍ଯାତନା

ନ୍ୟୁୟର୍କ,୩୧ା୭: ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।...

ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ...

ପ୍ରାକୃତିକ ଗ୍ୟାସ୍‌ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍‌

ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍‌ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା...

୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…

୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା...

ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ: ୧୨ ମୃତ

ଇସଲାମାବାଦ,୨୫।୪: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ସୋମବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ୧୨ ଜଣ ପୋଲିସ କର୍ମଚାରୀ ଜଣଙ୍କର...

ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ...

Advertisement
Archives

Model This Week