ପ୍ରଥମ ତ୍ରୈମାସରେ ୫୯,୪୯୦ କୋଟିର ରାଜସ୍ବ

ଭୁବନେଶ୍ୱର,୨୮।୭:ଟାଟା ଷ୍ଟିଲ୍‌ ପକ୍ଷରୁ ୨୦୨୩ ଜୁନ୍‌ ୩୦ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳକୁ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ କମ୍ପାନୀ ୫୯,୪୯୦ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହି ସମୟରେ କମ୍ପାନୀର ଇବିଆଇଟିଡିଏ ୬,୧୨୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍‌ ୧୦% ରହିଛି। ଟିକସ ପରବର୍ତ୍ତୀ ଲାଭ ୫୩୫ କୋଟି ଟଙ୍କା ରହିଛି। ବ୍ରିଟିଶ ଷ୍ଟିଲ୍‌ ପେନ୍‌ସନ ସ୍କିମ୍‌ ପ୍ରଭାବରେ ଲାଭ କିଛିଟା ପ୍ରଭାବିତ ହୋଇଛି। କିନ୍ତୁ ଏହା ଦ୍ୱାରା ଟାଟା ଷ୍ଟିଲ୍‌ ୟୁକେ ପ୍ରତି ରହିଥିବା ବିପଦ ଦୂର ହୋଇଛି। ଭାରତରେ କମ୍ପାନୀର ରାଜସ୍ବ ୩୪,୯୦୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭,୫୧୪ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି. ଭି. ନରେନ୍ଦ୍ରନ କହିଛନ୍ତି, ବିଶ୍ୱ ଅର୍ଥନୈତିକ ସୁଧାରରେ ଅସ୍ଥିରତା ଲାଗି ରହିଥିଲା ଯାହାର ପ୍ରଭାବରେ ଇସ୍ପାତ ଭଳି ସାମଗ୍ରୀର ମୂଲ୍ୟ ପ୍ରଭାବିତ ହୋଇଥିଲା। ବିଶେଷକରି ଭାରତରେ ଇସ୍ପାତ ଚାହିଦା ବର୍ଷକୁ ବର୍ଷ ଭିତ୍ତିରେ ୧୦% ବଢ଼ିଥିଲା। ମାତ୍ର ବିଶ୍ୱ ବଜାର ପ୍ରଭାବ ଅନୁସାରେ ଇସ୍ପାତର ସ୍ପଟ୍‌ ମୂଲ୍ୟ ହ୍ରାସ ପାଇଥିଲା। ଭାରତରେ ଟାଟା ଷ୍ଟିଲ୍‌ର ଅଶୋଧିତ ଇସ୍ପାତ ଉପତ୍ାଦନ ୫ ନିୟୁତ ଟନ୍‌ ହୋଇଛି। ଦେଶ ଭିତରେ ଡେଲିଭରି ଏହି ସମୟରେ ୨୦%ରୁ ଅଧିକ ବୃଦ୍ଧି ପାଇଛି ଯାହା ଭାରତର ଇସ୍ପାତ ବ୍ୟବହାର ତୁଳନାରେ ଅଧିକ। ବ୍ରାଣ୍ଡେଡ୍‌ ଉପତ୍ାଦ ଓ ରିଟେଲ୍‌ ଏବଂ ଶିଳ୍ପ ଉପତ୍ାଦ ଓ ପ୍ରକଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଯଥାକ୍ରମେ ୩୭% ଓ ୨୪% ଭଳି ଦୃଢ଼ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri